or_ta/translate/translate-symaction/01.md

11 KiB

ବିବରଣ

ଏକ ପ୍ରତୀକାତ୍ମକ  କ୍ରିୟା ବିଷୟ ଅଟେ ଯାହା ଏକ ନିଶ୍ଚିତ ଧାରଣାକୁ ପ୍ରକାଶ କରିବା ନିମନ୍ତେ କୌଣସି ବ୍ୟକ୍ତି ବ୍ୟବହାର କରେ । ଉଦାହରଣ ନିମନ୍ତେ, କିଛି ସଂସ୍କୃତିରେ ଲୋକମାନେ ଆପଣା ଆପଣା ମସ୍ତକକୁ “ହଁ” କହିବାକୁ ତଳୁ ଉପରକୁ କରନ୍ତି ଏବଂ “ନା” କହିବାକୁ ଆପଣା ଆପଣା ମସ୍ତକରେ ପାର୍ଶ୍ୱ ପରିବର୍ତ୍ତନ କରନ୍ତି ।ପ୍ରତୀକାତ୍ମକ  କ୍ରିୟାଗୁଡ଼ିକର ଅର୍ଥ ସବୁ ସଂସ୍କୃତିରେ ସମାନ ନୁହେଁ । ବାଇବେଲରେ, ବେଳେବେଳେ ଲୋକମାନେ ପ୍ରତୀକାତ୍ମକ କାର୍ଯ୍ୟ କରନ୍ତି ଏବଂ ବେଳେବେଳେ ସେମାନେ କେବଳ ପ୍ରତୀକାତ୍ମକ କାର୍ଯ୍ୟକୁ ସୂଚିତ କରନ୍ତି  ।

ପ୍ରତୀକାତ୍ମକ  କ୍ରିୟାଗୁଡ଼ିକର ଉଦାହରଣ

  • କେତେକ ସଂସ୍କୃତିରେ ଲୋକମାନେ ଯେତେବେଳେ ସାକ୍ଷାତ କରନ୍ତି ସେତେବେଳେ ସେମାନେ ବନ୍ଧୁତା କରିବାକୁ ଇଚ୍ଛୁକ ତାହା ପ୍ରକାଶ କରିବାକୁ ପରସ୍ପର ସହିତ ହାତ ମିଳାନ୍ତି ।
  • କେତେକ ସଂସ୍କୃତିରେ ଲୋକମାନେ ଯେତେବେଳେ ସାକ୍ଷାତ କରନ୍ତି, ସେତେବେଳେ ପରସ୍ପରକୁ ସମ୍ମାନ କରିବା ନିମନ୍ତେ ଆପଣା ମୁଣ୍ଡ ନୁଆଁନ୍ତି ।

କାରଣ ଏହା ଏକ ଅନୁବାଦ ସମସ୍ୟା

ଏକ ସଂସ୍କୃତିରେ ଏକ କ୍ରିୟାର ଅର୍ଥ ଥାଇ ପାରେ ଏବଂ ଅନ୍ୟ ସଂସ୍କୃତିରେ ଅନ୍ୟ ଅର୍ଥ କିମ୍ବା କୌଣସି ଅର୍ଥ ଥାଇ ନ ପାରେ । ଉଦାହରଣ ନିମନ୍ତେ, କିଛି ସଂସ୍କୃତିରେ ଭ୍ରୁଲତାଗୁଡ଼ିକୁ ଉଠେଇବାର ଅର୍ଥ “ମୁଁ ଆଶ୍ଚର୍ଯ୍ୟତ ଅଟେ” କିମ୍ବା “ ଆପଣ କ’ଣ କହିଲେ?”

କିଛି ସଂସ୍କୃତିରେ ଏହାର ଅର୍ଥ “ହଁ” ଅଟେ । ବାଇବେଲରେ ଲୋକେ ଏମିତି କ୍ରିୟା କରିଥିଲେ ଯାହା ସେମାନଙ୍କର ସଂସ୍କୃତିରେ କିଛି ଅର୍ଥ ଥିଲା । ଯେତେବେଳେ ଆମ୍ଭେମାନେ ବାଇବେଲ ପାଠ କରୁ ହୁଏତ ଆମ୍ଭେ କୌଣସି ବ୍ୟକ୍ତିର ଅର୍ଥକୁ ବୁଝି ନ ପାରୁ ଯଦି କ୍ରିୟାର ଅର୍ଥ ଆମ୍ଭମାନଙ୍କର ସଂସ୍କୃତି ଉପରେ ଅଧାର କରି ବ୍ୟାଖ୍ୟା କାରାଯାଏ । ଯେତେବେଳେ ବାଇବେଲରେ ଲୋକମାନେ ପ୍ରତୀକାତ୍ମକ  କ୍ରିୟା ବ୍ୟବହାର କରିଥିଲେ ତାହା ଅର୍ଥ କ’ଣ ଥିଲା ତାହା ଅନୁବାଦମାନଙ୍କୁ ବୁଝିବା ଆବଶ୍ୟକ ଅଟେ । ଯଦି ଏକ କ୍ରିୟାର ରଥ ଆପଣା ଭାଷାରେ ସମାନ ଅର୍ଥ ହେଇ ନ ଥାଏ ତେବେ କ୍ରିୟାର ଅର୍ଥକୁ କିପରି ଅନୁବାଦ କରିବେ ତାହାର ଉପାୟ ବାହାର କରିବା ଅବଶ୍ୟକ ଅଟେ ।

ବାଇବଲରୁ ଉଦାହରଣଗୁଡ଼ିକ

ଆଉ, ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ଅଧ୍ୟକ୍ଷ ଥିଲେ। ସେ ଯୀଶୁଙ୍କ ଚରଣ ତଳେ ପଡ଼ି ଆପଣା ଗୃହକୁ ଆସିବା ନିମନ୍ତେ ତାହାଙ୍କୁ ବିନତି କଲେ ।(ଲୂକ 8:41 ULT)

ପ୍ରତୀକାତ୍ମକ  କ୍ରିୟାର ଅର୍ଥ? ସେ ଯୀଶୁଙ୍କୁ ଅଧିକ ସମ୍ମାନ ଦେବାବାକୁ ସେହିପରି କଲେ ।

ଦେଖ ମୁଁ ଦ୍ୱାର ନିକଟରେ ଠିଆ ହୋଇଅଛି ଏବଂ ଆଘାତ କରୁଅଛି । ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ଘରକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ । (ପ୍ରକାଶିତ ବାକ୍ୟ 3:20 ULT)

ପ୍ରତୀକାତ୍ମକ  କ୍ରିୟାର ଅର୍ଥ ଯେତେବେଳେ ଲୋକେ ଚାହାଁନ୍ତି କି ସେମାନଙ୍କୁ କେହି ଆପଣା ଘରକୁ ସ୍ୱାଗତ କରନ୍ତୁ, ସେମାନେ ଘରର ଦ୍ୱାରରେ ନିକଟରେ ଠିଆ ହୁଅନ୍ତି ଏବଂ ଦ୍ୱାରକୁ ଆଘାତ କରନ୍ତି ।

ଅନୁବାଦ କୌଶଳଗୁଡ଼ିକ

ବାଇବବେରେ ଲୋକମାନଙ୍କୁ ପ୍ରତୀକାତ୍ମକ  କ୍ରିୟାର ଅର୍ଥ କ’ଣ ଥିଲା ତାହା ଯଦି ଲୋକମାନେ ସଠିକ ଭାବରେ ବୁଝି ପାରନ୍ତି ତେବେ ଏହା ବ୍ୟବହାର କରିବାକୁ ବିଚାର କରନ୍ତୁ । ଯଦି ନୁହେଁ ଏଠାରେ କିଛି ଏହାକୁ ଅନୁବାଦ କରିବା ନିମନ୍ତେ କୌଶଳଗୁଡ଼ିକ ।

  1. ବ୍ୟକ୍ତି କ’ଣ କଲେ ଏବଂ କାହିଁକି କଲେ ତାହା କୁହନ୍ତୁ ।
  2. ବ୍ୟକ୍ତି କ’ଣ କଲେ ତାହା କୁହନ୍ତୁ ନାହିଁ କିନ୍ତୁ ତାହାଙ୍କର ଅର୍ଥ କ’ଣ ଥିଲା ତାହା କୁହନ୍ତୁ ।
  3. ଆପଣଙ୍କ ନିଜ ସଂସ୍କୃତିରୁ ଏକ କ୍ରିୟା ବ୍ୟବହାର କରନ୍ତୁ ଯାହାର ଅର୍ଥ ସମାନ ଅଟେ । ଏହା କେବଳ କାବ୍ୟ, ନୀତିକଥା ଏବଂ ପ୍ରଚାର ଗୁଡିକରେ କରନ୍ତୁ । ଯେତେବେଳେ ପ୍ରକୃତରେ ସେଠାରେ ଜଣେ ବ୍ୟକ୍ତି ଥିଲେ ଏବଂ ଏକ ବିଶେଷ କାର୍ଯ୍ୟ କଲେ ସତେବେଳେ ଏହା କରନ୍ତୁ ନାହିଁ ।

ଅନୁବାଦରେ ପ୍ରୟୋଗକରାଯାଇଥିବା ଉଦାହରଣଗୁଡ଼ିକ

  1. ବ୍ୟକ୍ତି କ’ଣ କଲେ ଏବଂ କାହିଁକି କଲେ ତାହା କୁହନ୍ତୁ ।                                                                                                                                                 ଯାଈରସ ଯୀଶୁଙ୍କ ପାଦ ତଳେ ପଡ଼ିଲେ (ଲୂକ 8:41 ULT) ଯାଈରସ ଯୀଶୁଙ୍କୁ ଅଧିକ ସମ୍ମାନ କରନ୍ତି ତାହା ପ୍ରକାଶ କରିବା ନିମନ୍ତେ ସେ ଯୀଶୁଙ୍କ ପାଦ ତଳେ ପଡ଼ିଲେ ।                                                                                                ଦେଖ ମୁଁ ଦ୍ୱାର ନିକଟରେ ଠିଆ ହୋଇଅଛି ଏବଂ ଆଘାତ କରୁଅଛି । (ପ୍ରକାଶିତ ବାକ୍ୟ 3:20 ULT) ଦେଖ ମୁଁ ଦ୍ୱାର ନିକଟରେ ଠିଆ ହୋଇଅଛି ଏବଂ ଆଘାତ କରୁଅଛି, ତୁମ୍ଭେ ମୋତେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କର ।
  2. ବ୍ୟକ୍ତି କ’ଣ କଲେ ତାହା କୁହନ୍ତୁ ନାହିଁ କିନ୍ତୁ ତାହାଙ୍କର ଅର୍ଥ କ’ଣ ଥିଲା ତାହା କୁହନ୍ତୁ ।                                                                                                          ଯାଈରସ ଯୀଶୁଙ୍କ ପାଦ ତଳେ ପଡ଼ିଲେ (ଲୂକ 8:41 ULT) ଯାଈରସ ଯୀଶୁଙ୍କୁ ଅଧିକ ସମ୍ମାନ ଦେଲେ ।                       ଦେଖ ମୁଁ ଦ୍ୱାର ନିକଟରେ ଠିଆ ହୋଇଅଛି ଏବଂ ଆଘାତ କରୁଅଛି (ପ୍ରକାଶିତ ବାକ୍ୟ 3:20 ULT) ଦେଖ ମୁଁ ଦ୍ୱାର ନିକଟରେ ଠିଆ ହୋଇଅଛି ଏବଂ ଆଘାତ କରୁଅଛି, ତୁମ୍ଭେ ମୋତେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କର ।
  3. ଆପଣଙ୍କ ନିଜ ସଂସ୍କୃତିରୁ ଏକ କ୍ରିୟା ବ୍ୟବହାର କରନ୍ତୁ ଯାହାର ଅର୍ଥ ସମାନ ଅଟେ ।                                                                                               ଯାଈରସ ଯୀଶୁଙ୍କ ପାଦ ତଳେ ପଡ଼ିଲେ । (ଲୂକ 8:41 ULT) ଯେହେତୁ ଯାଈରସ ପ୍ରକୃତରେ ଏହା କଲେ, ଆମ୍ଭେମାନେ ଆପଣା ସଂସ୍କୃତିରୁ ଏକ କ୍ରିୟାକୁ ପତିସ୍ଥାପନ କରିବା ନାହିଁ । ଦେଖ ମୁଁ ଦ୍ୱାର ନିକଟରେ ଠିଆ ହୋଇଅଛି ଏବଂ ଆଘାତ କରୁଅଛି । ଯୀଶୁ ବାସ୍ତବ ଦ୍ୱାର ନିକଟରେ ଠିଆ ହେଇ ନ ଥିଲେ (ପ୍ରକାଶିତ ବାକ୍ୟ 3:20 ULT)। ବରଂ ସେ ଲୋକଙ୍କ ସହିତ ଏକ ସମ୍ପର୍କକୁ ସ୍ଥାପନ କରିବାକୁ ଚାଁହୁଥିଲେ ବୋଲି କହୁଛନ୍ତି । ଯଦି ସଂସ୍କୃତି ଗୁଡ଼ିକରେ, ବ୍ୟକ୍ତି କାହାରି ଘରେ ପ୍ରବେଶ କରିବାକୁ ଚାହାଁନ୍ତି ଏହା ସ୍ପଷ୍ଟ ଅଟେ ତେବେ ଆପଣ ଏହା ବ୍ୟବହାର କରି ପାରନ୍ତି । ଦେଖ ମୁଁ ଦ୍ୱାର ନିକଟରେ ଠିଆ ହୋଇଅଛି ଏବଂ ମୋ’ ପ୍ରତି ଧ୍ୟାନ ଦିଅ ।