or_ta/process/setup-ts/01.md

4.9 KiB
Raw Permalink Blame History

ମୋବାଇ ନିମନ୍ତେ tS ର ଇନଷ୍ଟଲ୍

translationStudio ର ମୋବାଇଲ୍ (Android) ସଂସ୍କରଣ Google Play Store (https://play.google.com/store/apps/details?id=com.translationstudio.androidapp ) ରେ ଉପଲବ୍ଧ ଅଟେ କିମ୍ବା ରୁ ସିଧା ସଳଖ ଡାଉନଲୋଡ କରନ୍ତୁ । ଯଦି ଆପଣ ପ୍ଲେ ଷ୍ଟୋର୍ ରୁ ଇନଷ୍ଟଲ୍ କରନ୍ତି, ତେବେ ନୂତନ ସଂସ୍କରଣ ଉପଲବ୍ଧ ହେବା ସମୟରେ ଆପଣଙ୍କୁ ପ୍ଲେ ଷ୍ଟୋର୍ ଦ୍ଵାରା ସୂଚିତ କରାଯିବ । ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ଆପ୍ କୁ ସେର୍ କରିବା ପାଇଁ ଇନଷ୍ଟଲେସନ୍ apk କୁ ଅନ୍ୟ devices କୁ ମଧ୍ୟ ପାର୍ଶ୍ଵ ଡାଉନଲୋଡ୍ କରି ପାରିବେ ।

ଡେସ୍କଟପ୍ ନିମନ୍ତେ tS ର ଇନଷ୍ଟଲ୍

Computer desktop ବା Laptop (Windows, Mac,ବା Linux) ନିମନ୍ତେ translationStudio ର ନୂତନ ସଂସ୍କରଣ ରେ ଉପଲବ୍ଧ ଅଟେ । Program କୁ install କରିବା ପାଇଁ, “ଡେସ୍କଟପ୍” ବିଭାଗକୁ ପରିଚାଳିତ କର ଓ ମୁକ୍ତି ଲାଭ କରିଥିବା ନୂତନ ସଂସ୍କରଣକୁ ଡାଉନଲୋଡ୍ କର । ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ଆପ୍ କୁ ସେର୍ କରିବା ପାଇଁ ଇନଷ୍ଟଲେସନ୍ ଫାଇଲ୍ କୁ ଅନ୍ୟ computer କୁ ମଧ୍ୟ କପି କରି ପାରିବେ ।

tS ର ବ୍ୟବହାର

ଥରେ ଇନଷ୍ଟଲ୍ ହେଲା ପରେ, translationStudio ର ଉଭୟ ସଂସ୍କରଣ ସମାନ ଭାବରେ କାର୍ଯ୍ୟ କରିବା ନିମନ୍ତେ ପରିକଳ୍ପିତ ହେବ । translationStudio କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଇନ୍ଟେରନେଟ୍ ସଂଯୋଗର ଆବଶ୍ୟକତ ହେବ ନାହିଁ! ପ୍ରଥମେ translationStudio କୁ ବ୍ୟବହାର କରିବା ବେଳେ ବିଶ୍ଵାସର ବକ୍ତବ୍ୟ, [ଅନୁବାଦର ମାର୍ଗଦର୍ଶନ ନୀତି], ଓ [ମୁକ୍ତ ଅନୁମତି ପତ୍ର] ନିମନ୍ତେ ଚୁକ୍ତିର ଆବଶ୍ୟକ ହେବ । କମ୍ପୁଟର ସ୍କ୍ରିନ୍ ରେ ପ୍ରଥମେ ଏହାକୁ ବ୍ୟବହାର କରିବା ପରେ, ଆପଣ ହୋମ୍ ସ୍କ୍ରିନ୍ କୁ ଆଣିବେ ଯେଉଁଠାରେ ଆପଣ ନୂତନ ପ୍ରଜେକ୍ଟକୁ ସୃଷ୍ଟି କରି ପାରିବେ ।

ଥରେ ଆପଣଙ୍କ ପ୍ରଜେକ୍ଟ ସୃଷ୍ଟି ହେଲା ପରେ, ଆପଣ ସଠିକ୍ ଭାବରେ ଅନୁବାଦ କରିବା ଆରମ୍ଭ କରି ପାରିବେ । ଆପ୍ ମଧ୍ୟରେ ହିଁ translationHelps ଅପସନ୍ ଅଛି, ଯେଉଁଠାରେ ମୂଳ ପାଠର ଉତ୍ତମ ବୋଧଶକ୍ତିକୁ ଲାଭ କରି ବ୍ୟବହାର କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ । ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ କାର୍ଯ୍ୟକୁ ସ୍ଵୟଂଚାଳିତ ଭାବେ ସୁରକ୍ଷିତ କରାଯାଉଛି । ଆପଣ ମଧ୍ୟ ବିଭିନ୍ନ ବିରତି ସମୟରେ ଆପଣଙ୍କ କାର୍ଯ୍ୟକୁ ବେକ୍ ଅପ୍, ସେର୍, ବା ଆପଲୋଡ୍ କରିବା ପାଇଁ ଚୟନ କରି ପାରିବେ ।

tS ର ବ୍ୟବହାର ପରେ

  1. ଆମେ ଦୃଢ ଭାବରେ ସୁପାରିଶ କରୁ ଯେ ଆପଣଙ୍କ ଅନୁବାଦକୁ ଯାଞ୍ଚ୍ କରାଯିବ (ଯାଞ୍ଚ୍ ଆରମ୍ଭ କରିବା ପୂର୍ବରୁ ତାଲିମ ପାଠକୁ ଦେଖନ୍ତୁ) ।
  2. ଥରେ ଯାଞ୍ଚ୍ କାର୍ଯ୍ୟ ସଂପୂର୍ଣ୍ଣ ହେଲା ପରେ (ଯେକୌଣସି ସ୍ତର ପାଇଁ), ଆପଣଙ୍କ କାର୍ଯ୍ୟକୁ ସେହି ଆପ୍ ରୁ ଆପଲୋଡ୍ କରି ପାରିବେ (ମେନୁ ଆପଲୋଡ୍) ।
  3. ଥରେ ଆପଲୋଡ୍ ହେଲା ପରେ, ଆପଣ ଅନଲାଇନ୍ Door43 ରେ ଆପଣଙ୍କ କାର୍ଯ୍ୟକୁ ଦେଖି ପାରିବେ (ପ୍ରକାଶନ ପାଠକୁ ଦେଖନ୍ତୁ) ।