or_ta/intro/ta-intro/01.md

2.2 KiB
Raw Permalink Blame History

ଅନୁବାଦ ବିଦ୍ୟାପୀଠକୁ ସ୍ଵାଗତ

“ଅନୁବାଦ ବିଦ୍ୟାପୀଠ”ର ଉଦ୍ଦେଶ୍ୟ ଯେ ଯେକୌଣସି ଲୋକକୁ, ଯେକୌଣସି ସ୍ଥାନରେ ସେମାନଙ୍କୁ ଗଠନ କରିବା ପାଇଁ ସକ୍ଷମ ଅଟେ ଯଦ୍ୱାରା ସେମାନେ ନିଜ ଭାଷା ମଧ୍ୟକୁ ବାଇବେଲ ଭିତ୍ତିକ ବିଷୟବସ୍ତୁର ଉଚ୍ଚ ମାନର ଅନୁବାଦ କରିବାକୁ ସକ୍ଷମ ହେବେ । ଅନୁବାଦ ବିଦ୍ୟାପୀଠ ଉଚ୍ଚ ମାତ୍ରାରେ ନମନୀୟ ହେବା ପାଇଁ ପରିକଳ୍ପିତ । ଏହାକୁ ପଦ୍ଧତିଗତ, ଓ ଆଗରୁ ସମ୍ପାଦନ କରିବାରେ କିମ୍ବା ସମୟ ସମୟରେ ଶିଖିବା ପାଇଁ ବ୍ୟବହାର କରା ଯାଇପାରିବ (ବା ଆବଶ୍ୟକତା ଅନୁଯାଇ ଉଭୟ) । ଏହା ଢାଞ୍ଚାରେ ଏକ ସ୍ଵାଧୀନ ଅଂଶ ବିଶିଷ୍ଟ ଅଟେ ।

ଅନୁବାଦ ବିଦ୍ୟାପୀଠରେ ନିମ୍ନ ଲିଖିତ ବିଭାଗଗୁଡ଼ିକ ଅନ୍ତର୍ଭୁକ୍ତ:

  • ମୁଖବନ୍ଧ - ଅନୁବାଦ ବିଦ୍ୟାଳୟକୁ ଓ unfoldingWord ପରିଯୋଜନାକୁ ପରିଚିତ କରିଥାଏ ।
  • ପ୍ରକ୍ରିୟା ସହଚର - “ଏହା ପରେ କଣ ?” ପ୍ରଶ୍ନକୁ ଉତ୍ତର ଦେଇଥାଏ ।
  • ଅନୁବାଦ ସହଚର - ଅନୁବାଦର ମୌଳିକ ଶିକ୍ଷାତତ୍ତ୍ଵକୁ ଓ ବ୍ୟବହାରିକ ଅନୁବାଦ ସହାୟତାକୁ ବର୍ଣ୍ଣନା କରେ ।
  • ଯାଞ୍ଚ୍ ସହଚର ଯାଞ୍ଚ୍ ର ମୌଳିକ ଶିକ୍ଷାତତ୍ତ୍ଵ ଓ ସର୍ବତ୍କୃଷ୍ଟ ଅଭ୍ୟାସଗୁଡ଼ିକୁ ବର୍ଣ୍ଣନା କରେ ।