or_ta/checking/intro-check/01.md

3.4 KiB

ଅନୁବାଦ ଯାଞ୍ଚ୍ ସହାୟକ ପୁସ୍ତିକା

ନିର୍ଭୁଲତା, ସୁସ୍ପଷ୍ଟତା ଓ ସ୍ଵାଭାବିକତା ନିମନ୍ତେ ଅନୁବାଦ ହୋଇଥିବା ବାଇବେଲଭିତ୍ତିକ ବିଷୟବସ୍ତୁକୁ ଯାଞ୍ଚ୍ କରିବାରେ ଏହି ସହାୟକ ପୁସ୍ତିକା ବର୍ଣ୍ଣନା କରେ ।

ଏହି ସହାୟକ ପୁସ୍ତିକା ଅନୁବାଦକୁ ଯାଞ୍ଚ୍ କରିବାକୁ ଥିବା ନିର୍ଦ୍ଦେଶାବଳୀ ସହ ଆରମ୍ଭ ହୋଇଥାଏ, ଯେପରି ଅନୁବାଦକ ଦଳ ପରସ୍ପରର କାର୍ଯ୍ୟକୁ ଯାଞ୍ଚ୍ କରିବା ପାଇଁ ଏହାକୁ ବ୍ୟବହାର କରିବେ । ଯଦି ସେମାନେ ଏହି ନିର୍ଦ୍ଦେଶାବଳୀଗୁଡିକୁ ପାଳନ କରିବେ, ତେବେ ସେମାନେ ପ୍ରଥମ ସ୍ତରକୁ ଯାଞ୍ଚ୍ କରିବା ସମ୍ପୂର୍ଣ୍ଣ କରିବେ । ପୁଣି ଅନୁବାଦର ସ୍ପଷ୍ଟତା ଓ ସ୍ଵାଭାବିକତା ନିମନ୍ତେ ଅନୁବାଦକ ଦଳ ଭାଷା ସମ୍ପ୍ରଦାୟ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିବାରେ ବ୍ୟବହାର କରିବା ପାଇଁ ଏବଂ ମଣ୍ଡଳୀର ନେତାଗଣ ଅନୁବାଦର ନିର୍ଭୁଲତା ପାଇଁ ଯାଞ୍ଚ୍ କରିବା ସମୟରେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶାବଳୀଗୁଡିକ ସେଠାରେ ଅଛି । ଯଦି ସେମାନେ ଏହି ନିର୍ଦ୍ଦେଶାବଳୀଗୁଡିକୁ ପାଳନ କରିବେ, ତେବେ ସେମାନେ ଦ୍ଵିତୀୟ ସ୍ତର ଯାଞ୍ଚ୍ ସମ୍ପୂର୍ଣ୍ଣ କରିବେ । ତୃତୀୟ ସ୍ତରରେ ଅନୁବାଦର ନିର୍ଭୁଲତା ନିମନ୍ତେ ଅନୁବାଦକୁ ଯାଞ୍ଚ୍ କରିବାରେ ଏହି ସହାୟକ ପୁସ୍ତିକାରେ ମଧ୍ୟ ମଣ୍ଡଳୀ ସମ୍ମିଳନୀର ନେତାମାନଙ୍କର ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ ରହିଅଛି ।

ଏହି ପୁସ୍ତିକାରେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ ଅଛି, ଯେପରି ମଣ୍ଡଳୀ ମମ୍ମିଳନୀର ନେତାଗଣ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ ଏହାକୁ ବ୍ୟବହାର କରିପାରିବେ । କାରଣ ମଣ୍ଡଳୀ ସମ୍ମିଳନୀର ଅନେକ ନେତା ଅନୁବାଦର ଭାଷାକୁ କହନ୍ତି ନାହି, ଏଣୁ ପୂର୍ବାପର ଅନୁବାଦକୁ ସୃଷ୍ଟି କରିବା ନିମନ୍ତେ ମଧ୍ୟ କେତେକ ନିର୍ଦ୍ଦେଶାବଳୀ ରହିଅଛି, ଯାହାକି ଉକ୍ତ ଭାଷା କହୁ ନଥିବା ଲୋକଙ୍କୁ ସେହି ଭାଷାରେ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ ଅନୁମତି ଦେଇଥାଏ ।