or_ta/process/process-manual/01.md

1.7 KiB

ସ୍ଵାଗତ

ପ୍ରକ୍ରିୟା ସହଚର ଏକ କ୍ରମାନ୍ଵୟ ମାର୍ଗଦର୍ଶିକା ଅଟେ ଯାହା ପରିଯୋଜନାର ଆରମ୍ଭଠାରୁ ଏହାର ସଂପୂର୍ଣ୍ଣତା ପର୍ଯ୍ୟନ୍ତ ଅନୁବାଦ ଦଳ କଣ କରିବା ଆବଶ୍ୟକ ତାହା ଜାଣିବାରେ ସେମାନଙ୍କୁ ସାହାଯ୍ୟ କରିଥାଏ । ଏହି ମାର୍ଗଦର୍ଶିକା ଦଳକୁ ଏହାର ଅନୁବାଦିତ ଓ ଯାଞ୍ଚ୍ ସାମଗ୍ରୀର ପ୍ରାରମ୍ଭିକ ବ୍ୟବସ୍ଥାଠାରୁ ଶେଷ ପ୍ରକାଶନ ପର୍ଯ୍ୟନ୍ତ ଅନୁବାଦ ଦଳକୁ ସାହାଯ୍ୟ କରିବ ।

ଆରମ୍ଭ କରିବା

ଅନୁବାଦ ଏକ ଜଟିଳ କାର୍ଯ୍ୟ ଅଟେ ଏବଂ ଏହା ବ୍ୟବସ୍ଥା ଓ ଯୋଜନାର ଆବଶ୍ୟକ କରିଥାଏ । ଅନୁବାଦକୁ ଏକ ବିଚାରଧାରାରୁ ସମ୍ପୂର୍ଣ୍ଣତା, ଯାଞ୍ଚ୍, ବିତରଣ କାର୍ଯ୍ୟକୁ ନେବା ପାଇଁ ଓ ଅନୁବାଦକୁ ବ୍ୟବହାର କରିବାରେ ଅନେକ ଆବଶ୍ୟକୀୟ ସୋପାନଗୁଡ଼ିକ ରହିଅଛି । ଏହି ପ୍ରକ୍ରିୟା ସହଚରରେ ଥିବା ତଥ୍ୟ ଆପଣଙ୍କୁ ଅନୁବାଦ ପ୍ରକ୍ରିୟାରେ ରହିଥିବା ସମସ୍ତ ଆବଶ୍ୟକ ସୋପାନଗୁଡ଼ିକୁ ଜାଣିବାରେ ସାହାଯ୍ୟ କରିବ ।