or_ta/checking/intro-levels/01.md

7.1 KiB
Raw Permalink Blame History

ଯାଞ୍ଚ୍ ସ୍ତରଗୁଡିକ କିପରି କାର୍ଯ୍ୟ କରେ

ଯାଞ୍ଚ୍ ସ୍ତରଗୁଡିକ ସହ କାର୍ଯ୍ୟ କରିବା ସମୟରେ ମନେରଖିବା ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀଗୁଡିକ ଏଠାରେ ଦିଆଯାଉଛି:

  • ଯାଞ୍ଚ୍ ସ୍ତର ଏକ ଓ ଉଚ୍ଚତର ସ୍ତରରେ ପହଞ୍ଚୀଥିବା ଅନୁବାଦଗୁଡିକ ହିଁ unfoldingWord website ଓ unfoldingWord mobile app ରେ ଉପଲବ୍ଧ କରାଯିବ ()
  • ଯାଞ୍ଚ୍ ସ୍ତର ତିନିରେ ପହଞ୍ଚୀଥିବା ଅନୁବାଦଗୁଡିକ ହିଁ ମୂଳ ଲେଖାରୂପେ ଅନ୍ୟ ଅନୁବାଦ ନିମନ୍ତେ ଅନୁମୋଦିତ ହେବ।
  • ଯେବେ ଯାଞ୍ଚ୍ ସ୍ତର ସଂପୂର୍ଣ୍ଣ ହୋଇ ଯାଇଅଛି ଓ door43 ରେ ଥିବା ଅନୁବାଦ ପାଇଁ ସମସ୍ତ ଉପଯୁକ୍ତ ସଂଶୋଧନ/ସଂପାଦନ କରାଯାଇଛି, ତେବେ ଯାଞ୍ଚ୍ କାରୀ ଯାଞ୍ଚ୍ ସବିଶେଷ ତଥ୍ୟ ସଂମ୍ବଳିତ unfoldingWord କୁ ସୂଚନା ଦେବ, ଯେଉଥିରେକି ଅନୁବାଦ ଯାଞ୍ଚ୍ କାରୀ ରୂପେ ଯେଉଁମାନେ ଯାଞ୍ଚ୍ କରିଥିବେ ଓ ସେମାନଙ୍କର ପଦବୀ ଓ ଯୋଗ୍ୟତାଗୁଡିକ ଅନ୍ତର୍ଭୁକ୍ତ ଥିବ । ତତ୍ପରେ door43 ରେ ଥିବା ପ୍ରତିଲିପି ଖଣ୍ଡ unfoldingword ସଂଗ୍ରହ କରିବ, ଏବଂ ଏହାର ସ୍ଥିର ବୈଦ୍ୟୁତିକ ପ୍ରତିଲିପି ଖଣ୍ଡକୁ unfoldingWord website ରେ ଡିଜିଟାଲ୍ ରୂପେ ପ୍ରକାଶନ କରାଯିବ ( କୁ ଦେଖନ୍ତୁ), ଏବଂ ଏହାକୁ nfoldingWord mobile app ରେ ମଧ୍ୟ ଉପଲବଧି କରାଯିବ ।

ମୁଦ୍ରଣ ନିମନ୍ତେ ପ୍ରସ୍ତୁତ PDF ମଧ୍ୟ ଉପ୍ତାଦନ କରାଯିବ ଓ ଡାଉନଲୋଡ୍ ନିମନ୍ତେ ଉପଲବଧି କରାଯିବ । ଭବିଷ୍ୟତରେ ଯାଞ୍ଚ୍ ଓ ସମ୍ପାଦନ କରିବା ପାଇଁ ଅନୁମତି ଦେଇ door43 ରେ ଥିବା ଯାଞ୍ଚ୍ ସଂସ୍କରଣକୁ ପରିବର୍ତ୍ତନ କରିବା ପାଇଁ ସମ୍ଭବତାକୁ ଜାରି ରଖାଯିବା ।

  • ମୁକ୍ତ ବାଇବଲ କାହାଣୀ * ଯୋଜନାଗୁଡିକ ନିମନ୍ତେ :

ଇଂରାଜୀ ମୂଳ ଲେଖାର ସଂସ୍କରଣ ୩. କିମ୍ବା ଉଚ୍ଚତର ସଂସ୍କରଣରୁ କରାଯାଇଥିବା ମୁକ୍ତ ବାଇବଲ କାହାଣୀ ଅନୁବାଦଗୁଡିକୁ ହିଁ ସ୍ତର ଏକ (କିମ୍ବା ଉଚ୍ଚତର ସ୍ତର) ରେ ଯାଞ୍ଚ୍ କରାଯିବା ନିମନ୍ତେ ଯୋଗ୍ୟ ଅଟନ୍ତି । ଯାଞ୍ଚ୍ ସ୍ତରଗୁଡିକ ସହ ଆଗକୁ ବଢିବା ପୂର୍ବରୁ ୩. ପୁର୍ବରେ ଥିବା ସଂସ୍କରଣରୁ କରାଯାଇଥିବା ଅନୁବାଦଗୁଡିକର ଅପ୍ ଡେଟ୍ କରିବା ଆବଶ୍ୟକ (ଦେଖନ୍ତୁ ମୂଳ ଲେଖା ଓ ସଂସ୍କରଣ ସଂଖ୍ୟାଗୁଡିକୁ)

ଯାଞ୍ଚ୍ ସ୍ତରଗୁଡିକ

unfoldingWord ବିଷୟବସ୍ତୁର ଗୁଣାତ୍ମକ ପ୍ରତିଶୃତି ନିମନ୍ତେ ଥିବା ନୀତି, ଆହୁରି ମଧ୍ୟ ମୁକ୍ତ ବାଇବଲ କାହାଣୀଗୁଡିକ http://ufw.io/qa/. ରେ ସଂକ୍ଷେପରେ ଓ ସ୍ପଷ୍ଟ ରୂପେ ବର୍ଣ୍ଣନା କରାଯାଇଛି ।

ଆମେ ବ୍ୟବହାର କରୁଥିବା ତିନି –ସ୍ତର ବିଶିଷ୍ଟ ଯାଞ୍ଚ୍ ପରିମାପକ ବାଡି unfoldingWord ରେ ନିର୍ଭରଶୀଳ ଅଟେ ଅନୁବାଦ ନିର୍ଦ୍ଧେଶାବଳୀ। ସମସ୍ତ ଅନୁବାଦିତ ବିଷୟବସ୍ତୁର ବିଶ୍ୱାସର ବକ୍ତବ୍ୟର ସିଦ୍ଧାନ୍ତ ଓ ଅନୁବାଦ ନିର୍ଦ୍ଧେଶାବଳୀର ପ୍ରକ୍ରିୟା ଓ ପଦ୍ଧତିଗୁଡିକ ସହ ତୁଳନା କରାଯାଇଛି । ମୂଳଦୁଆକୁ ସ୍ଥାପନ କରୁଥିବା ଏହି ଦଲିଲଗୁଡିକ ସହ unfoldingWord ଯୋଜନାରେ ଯାଞ୍ଚ୍ କରିବାର ତିନୋଟି ସ୍ତରକୁ ବ୍ୟବହାର କରାଯାଇଛି :

ଯାଞ୍ଚକାରୀମାନଙ୍କୁ ଯାଞ୍ଚ୍ କରିବା

ଏହି ଦଲିଲରେ ବର୍ଣ୍ଣିତ ପ୍ରକ୍ରିୟା ଓ ଯାଞ୍ଚ୍ କରିବାର ଢାଞ୍ଚା, ବିଷୟବସ୍ତୁକୁ ବ୍ୟବହାର କରୁଥିବା ମଣ୍ଡଳୀ ଦ୍ଵାରା ନିର୍ଦ୍ଧାରିତ ଅନୁସାରେ କ୍ରମାଗତ ଯାଞ୍ଚ୍ ପ୍ରକ୍ରିୟା ଓ ସଂଶୋଧନ ବିଷୟବସ୍ତୁ ଉପରେ ନିର୍ଭରଶୀଳ ଅଟେ । ବହିର ବିଷୟବସ୍ତୁକୁ ବହୁସଂଖ୍ୟାରେ ବ୍ୟବହାର କରୁଥିବା ଲୋକମାନଙ୍କଠାରୁ ସର୍ବାଧିକ ସଂଖ୍ୟାରେ କଂପୁଟରକୁ ତଥ୍ୟ ଯୋଗାଇବା ପାଇଁ ଏକ ଦୃଷ୍ଟିଭଙ୍ଗି ସହ ମତାମତାକୁ ପ୍ରୋସ୍ଛାହିତ କରାଯାଏ ( ଏବଂ ଅନୁବାଦର କଂପୁଟର କାର୍ଯ୍ୟକ୍ରମରେ ବ୍ୟବହୃତ ତଥ୍ୟରେ ପ୍ରସ୍ତୁତ କରାଯାଏ, ଯାହା ବ୍ୟବହାରଯୋଗ୍ୟ)। ବିଷୟବସ୍ତୁର ଅନୁବାଦଗୁଡିକୁ ଅନୁବାଦ ପ୍ଲାଟଫର୍ମରେ ଉପଲବ୍ଧି କରାଯାଇଛି ( ଦେଖନ୍ତୁ ), ଯାହାକି ବ୍ୟବହାରକାରୀମାନଙ୍କ ନିମନ୍ତେ ସହଯୋଗିତା ରୂପେ ବିଷୟବସ୍ତୁକୁ ତିଆରି କରି ସହଜ କରିବା ପାଇଁ ସମୟର ସହିତ ଗୁଣବତ୍ତାରେ ବଡି ବଡି ଯିବ।