or_ta/checking/goal-checking/01.md

6.9 KiB

କାହିଁକି ଯାଞ୍ଚ୍ କରିବା?

ଯାଞ୍ଚ୍ କରିବାର ଲକ୍ଷ୍ୟ ହେଉଛି ଯେ, ଅନୁବାଦଟିକୁ ଉତ୍ତମ ଭାବରେ ପ୍ରସ୍ତୁତ କରିବ ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବା, ଯେପରିକି ଏହା ନିର୍ଭୁଲତା, ସ୍ଵାଭାବିକ, ସ୍ପଷ୍ଟ ଓ ମଣ୍ଡଳୀ ଦ୍ଵାରା ଗ୍ରହଣଯୋଗ୍ୟ ହେବ। ଅନୁବାଦକ ଦଳ ମଧ୍ୟ ଏହି ଲକ୍ଷ୍ୟକୁ ହାସିଲ କରିବାକୁ ଚାହାଁନ୍ତି । ଏହା ସହଜ ବୋଧ ହୋଇପାରେ, କିନ୍ତୁ ଏହା କରିବା ବାସ୍ତବରେ କଷ୍ଟକର ଅଟେ, ଆଉ ଅନୁବାଦକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଲୋକ ଓ ଅନେକ ସଂଶୋଧନର ଆବଶ୍ୟକ ହୋଇଥାଏ । ଏହି କାରଣ ହେତୁ, ଯାଞ୍ଚ୍ କାରୀମାନେ ଅନୁବାଦଟିକୁ ନିର୍ଭୁଲ, ସ୍ଵାଭାବିକ, ସ୍ପଷ୍ଟ ଓ ମଣ୍ଡଳୀ ଦ୍ଵାରା ଗ୍ରହଣଯୋଗ୍ୟ କରି ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅଭିନୟ କରିଥାନ୍ତି।

ନିର୍ଭୁଲତା

ଯାଞ୍ଚ୍ କାରୀମାନେ ଯେଉଁମାନେକି ପାଳକ, ମଣ୍ଡଳୀର ନେତାଗଣ ଓ ମଣ୍ଡଳୀ ସମ୍ମିଳନୀର ନେତାଗଣ ଅଟନ୍ତି, ସେମାନେ ଅନୁବାଦଟିକୁ ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ମୂଳ ଭାଷା ସହିତ ତୁଳନା କରିବେ, ଯଦି ସମ୍ଭବ ହୁଏ, ତେବେ ବାଇବଲର ମୂଳ ଭାଷା ସହିତ ତୁଳନା କରି ଏହି କାର୍ଯ୍ୟ କରିବେ । (ନିର୍ଭୁଲ ଅନୁବାଦ ସମ୍ଵନ୍ଧୀୟ ଅଧିକ ସୂଚନା ନିମନ୍ତେ ଦେଖନ୍ତୁ ନିର୍ଭୁଲ ଅନୁବାଦକୁ ସୃଷ୍ଟି କରିବା।)

ସ୍ପଷ୍ଟତା

ଯାଞ୍ଚ୍ କାରୀମାନେ, ଯେଉଁମାନେକି ଭାଷା ସଂପ୍ରଦାୟର ସଭ୍ୟମାନେ, ସେମାନେ ଅନୁବାଦଟିକୁ ସୁସ୍ପଷ୍ଟ କରି ପ୍ରସ୍ତୁତ କରିବାରେ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ଶୁଣିବା ସମୟରେ ଯେଉଁଠାରେ ଅନୁବାଦଟି ଦ୍ଵନ୍ଦ ମନେ ହେଉଥିବ କିମ୍ବା ବୁଝି ହେଉ ନଥିବ, ସେହି ସ୍ଥାନମାନଙ୍କରେ ସେମାନେ ଚିହ୍ନଟ କରିବେ । ତା’ପରେ ଅନୁବାଦକ ଦଳ ସେହି ଶବ୍ଦଗୁଡିକୁ ସଠିକ୍ କରି ଲେଖିବେ, ଯଦ୍ୱାରା ସେଗୁଡ଼ିକ ସୁସ୍ପଷ୍ଟ ହେବ । (ସ୍ପଷ୍ଟ ଅନୁବାଦ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ ସୁସ୍ପଷ୍ଟ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ ।)

ସ୍ଵାଭାବିକ

ଯାଞ୍ଚ୍ କାରୀମାନେ ଯେଉଁମାନେକି ଭାଷା ସଂପ୍ରଦାୟର ସଭ୍ୟମାନେ ଅଟନ୍ତି, ସେମାନେ ଅନୁବାଦଟିକୁ ସ୍ଵାଭାବିକ ଭାବେ ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ଶୁଣିବା ସମୟରେ ଯେଉଁଠାରେକି ଅନୁବାଦର ଉଚ୍ଚାରଣ ଅଜଣା ଓ ସେମାନଙ୍କର ଭାଷାର ଉଚ୍ଚାରଣ ପରି ହେଉ ନାହିଁ, ତେବେ ସେଗୁଡିକୁ ଚିହ୍ନଟ କରନ୍ତୁ । ତା’ପରେ ଅନୁବାଦକ ଦଳ ସେଗୁଡିକୁ ସଠିକ୍ କରି ଲେଖିବେ, ଯଦ୍ୱାରା ସେଗୁଡିକ ସ୍ଵାଭାବିକ ଦେଖାଯିବ । (ସ୍ଵାଭାବିକ ଅନୁବାଦକ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ ଦେଖନ୍ତୁ ସ୍ଵାଭାବିକ ଅନୁବାଦକୁ ସୃଷ୍ଟି କରିବା।)

ମଣ୍ଡଳୀ ଦ୍ଵାରା ଅନୁମୋଦିତ

ଯାଞ୍ଚ୍ କାରୀମାନେ, ଯେଉଁମାନେକି ଭାଷା ସଂପ୍ରଦାୟର ଅଟନ୍ତି, ସେମାନେ ଅନୁବାଦକୁ ଉତ୍ତମ ରୁପେ ପ୍ରସ୍ତୁତ କରିବାରେ ଅନୁବାଦକ ଦଳକୁ ସାହାଯ୍ୟ କରିବେ, ଯେପରିକି ଏହା ଉକ୍ତ ସଂପ୍ରଦାୟରେ ଥିବା ମଣ୍ଡଳୀ ଦ୍ଵାରା ଅନୁମୋଦନ ଓ ଗ୍ରହଣଯୋଗ୍ୟ ହେବ। ସେମାନେ ନିର୍ଦ୍ଧିଷ୍ଟ ଭାଷା ସଂପ୍ରଦାୟରୁ ଆଗତ ଅନ୍ୟାନ୍ୟ ମଣ୍ଡଳୀର ସଭ୍ୟ ଓ ନେତାଗଣଙ୍କ ସହିତ ଏକତ୍ର ମିଳିତ ହୋଇ କାର୍ଯ୍ୟ କରି ଏହାକୁ ସମ୍ପୂର୍ଣ୍ଣ କରିବେ । ଯେବେ ଭାଷା ସଂପ୍ରଦାୟର ମଣ୍ଡଳୀଗୁଡିକ ପ୍ରତିନିଧିତ୍ଵ କରୁଥିବା ସଭ୍ୟ ଓ ନେତାଗଣ ଏକତ୍ର ମିଳିତ ହୋଇ କାର୍ଯ୍ୟ କରିବେ ଓ ଅନୁବାଦଟି ଉତ୍ତମ ଥିବା ବିଷୟ ପ୍ରତି ସମ୍ମତ ପ୍ରଦାନ କରିବେ, ତେବେ ଏହାକୁ ଉକ୍ତ ସଂପ୍ରଦାୟରେ ଥିବା ମଣ୍ଡଳୀଗୁଡିକ ଦ୍ଵାରା ଗୃହିତ ହୋଇ ବ୍ୟବହାର କରାଯିବ ।(ମଣ୍ଡଳୀ ଦ୍ଵାରା ଅନୁମୋଦିତ ହୋଇଥିବା ଅନୁବାଦ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ମଣ୍ଡଳୀ ଅନୁମୋଦିତ ଅନୁବାଦକୁ ସୃଷ୍ଟି କରିବା।)