or_tw/bible/other/tentofmeeting.md

3.5 KiB

ସମାଗମ ତମ୍ୱୁ

ତଥ୍ୟଗୁଡିକ:

“ସମାଗମ ତମ୍ୱୁ” ପ୍ରତିଶବ୍ଦଟି ଏକ ତମ୍ୱୁକୁ ବୁଝାଏ ଯାହାକି ଅସ୍ଥାୟୀ ସ୍ଥାନଥିଲା ଯେଉଁଠାରେ ଆବାସତମ୍ୱୁ ନିର୍ମାଣ କରିବା ପୂର୍ବରୁ ଈଶ୍ୱର ମୋଶାଙ୍କ ସହିତ ସାକ୍ଷାତ କରୁଥିଲେ I

  • ଇସ୍ରାଏଲୀୟମାନଙ୍କର ଶିବିରର ବାହାରେ ଏହି ସମାଗମ ତମ୍ୱୁଟି ସ୍ଥାପିତ ହୋଇଥିଲା I
  • ଯେତେବେଳେ ମୋଶା ଈଶ୍ୱରଙ୍କୁ ସାକ୍ଷାତ କରିବାକୁ ସମାଗମ ତମ୍ୱୁକୁ ଯାଉଥିଲେ, ସେଠାରେ ଈଶ୍ୱରଙ୍କ ଉପସ୍ଥିତିର ଚିହ୍ନ ସ୍ୱରୂପେ ମେଘସ୍ତମ୍ଭ ତମ୍ୱୁର ସମ୍ମୁଖଭାଗରେ ଛିଡା ହୋଇ ରହୁଥିଲା I
  • ଇସ୍ରାଏଲୀୟମାନେ ଆବାସତମ୍ୱୁ ନିର୍ମାଣ କରିବା ପରେ, ଅସ୍ଥାୟୀ ତମ୍ୱୁର ଆବଶ୍ୟକ ଆଉ ରହୁ ନଥିଲା ଏବଂ ଏହି “ସମାଗମ ତମ୍ୱୁ” ପ୍ରତିଶବ୍ଦଟି ବେଳେବେଳେ ଆବାସତମ୍ୱୁ ଭାବରେ ବ୍ୟବହୃତ ହେଉଥିଲା I

(ଆହୁରି ମଧ୍ୟ ଦେଖ: ଇସ୍ରାଏଲ, ମୋଶା, ସ୍ତମ୍ଭ, ଆବାସ ତମ୍ୱୁ, ତମ୍ୱୁ)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 13:08 ଈଶ୍ୱର ତମ୍ୱୁକୁ କିପରି ନିର୍ମାଣ କରିବାକୁ ଇଚ୍ଛା କରୁଛନ୍ତି, ଇସ୍ରାଏଲମାନଙ୍କୁ ତାହାର ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା ଦେଇଥିଲେ I

ଏହା ସମାଗମ ତମ୍ୱୁ କୁହାଯାଉଥିଲା, ଏହାର ଦୁଇଟି କୋଠରୀଥିଲା,ଯାହାକୁ ଏକ ଲମ୍ବା ପରଦା ପୃଥକ୍ କରୁଥିଲା I

  • 13:09 ଯେଉଁମାନେ ଈଶ୍ୱରଙ୍କ ବ୍ୟବସ୍ଥାକୁ ଅବଜ୍ଞା କରୁଥିଲେ, ସେମାନେ ଈଶ୍ୱରଙ୍କୁ ବଳିଦାନ ଦେବା ନିମନ୍ତେ __ସମାଗମ ତମ୍ୱୁର __ ବେଦୀ ସମ୍ମୁଖକୁ ଏକ ପଶୁ ଆଣୁଥିଲେ I
  • 14:08 ଈଶ୍ୱର ଅତିଶୟ କୃଦ୍ଧିତ ହୋଇ ଏହି ସମାଗମ ତମ୍ୱୁ ନିକଟକୁ ଆସିଲେ I
  • 18:02 ଏହି ସମାଗମ ତମ୍ୱୁ ପରିବର୍ତ୍ତେ ବର୍ତ୍ତମାନ ଲୋକମାନେ ମନ୍ଦିରରେ ଈଶ୍ୱରଙ୍କୁ ଉପାସନା ଓ ବଳି ଉତ୍ସର୍ଗ କରୁଛନ୍ତି I

ବୋର୍ଡ ଡାଟା :

  • Strong's: H168, H4150