or_tw/bible/other/shepherd.md

7.6 KiB
Raw Permalink Blame History

ମେଷପାଳକ, ପଶୁପାଳକ, ପାଳକ

ପରିଭାଷା:

ମେଷପାଳକ ଜଣେ ବ୍ୟକ୍ତି ଅଟେ ଯିଏ ମେଷମାନଙ୍କର ଯତ୍ନ ନିଏ ।  ପୁରାତନ ନିୟମରେ, ଏହି ଶବ୍ଦ ଏକ “ପଶୁପାଳକ” କୁ ମଧ୍ୟ ସୂଚିତ କରେ ଯିଏ ଅନ୍ୟ ପ୍ରକାରର ପଶୁପଲ ଯଥା ଛେଳି କିମ୍ବା ଗୋରୁର ଯତ୍ନ ନିଏ ।

  • ଏକ କ୍ରିୟା ଭାବରେ, “ମେଷପାଳକ” ଶବ୍ଦର ଅର୍ଥ ମେଷ (କିମ୍ବା ଅନ୍ୟ ପଶୁ) କୁ ଭଲ ଖାଦ୍ୟ ଏବଂ ଜଳ ଥିବା ସ୍ଥାନକୁ ନେଇଯିବା, ବନ୍ୟଜନ୍ତୁମାନଙ୍କଠାରୁ ରକ୍ଷା କରିବା, ପଶୁମାନଙ୍କୁ ଜୀବିତ ଏବଂ ସୁସ୍ଥ ରଖିବା ପାଇଁ

ଆବଶ୍ୟକୀୟ ଅନ୍ୟାନ୍ୟ କାର୍ଯ୍ୟ ଅଟେ ।

  • ଲୋକମାନଙ୍କର ଆତ୍ମିକ ଜୀବନକୁ ଏବଂ ଶାରୀରିକ ଜିଗନକୁ  ସୁରକ୍ଷିତ ରଖିବା ପାଇଁ ବାଇବେଲରେ ଏହା ଉପମା ଭାବରେ  ବ୍ୟବହାର ହୋଇଅଛି ।
  • ପୁରାତନ ନିୟମରେ, ଈଶ୍ଵର ତାଙ୍କ ଲୋକମାନଙ୍କର “ମେଷପାଳକ” ବୋଲି ପରିଚିତ କାରଣ ସେ ସେମାନଙ୍କର ଯତ୍ନ ନେଉଥିଲେ । ନୂତନ ନିୟମରେ, ଯୀଶୁ ନିଜକୁ “ଉତ୍ତମ ମେଷପାଳକ” ବୋଲି କହନ୍ତି ଏବଂ ଅନ୍ୟ ସ୍ଥାନରେ ଯୀଶୁଙ୍କୁ ମଣ୍ଡଳୀର “ମହାନ ମେଷପାଳକ” ବୋଲି କୁହାଯାଏ ।
  • “ମେଷପାଳକ” ଶବ୍ଦ ନୂତନ ନିୟମରେ ମଧ୍ୟ ବ୍ୟବହୃତ ହୋଇଅଛି ଯିଏ ଅନ୍ୟ ବିଶ୍ଵାସୀଙ୍କ ଉପରେ ଆତ୍ମିକ ନେତା ଅଟେ । “ପାଳକ” ଭାବରେ ଅନୁବାଦିତ ଶବ୍ଦ ସମାନ ଶବ୍ଦ ଅଟେ ଯାହା “ମେଷପାଳକ” ଭାବରେ ଅନୁବାଦ କରାଯାଇଛି | ପ୍ରାଚୀନ ଏବଂ ଅଧ୍ୟକ୍ଷକମାନଙ୍କୁ ମେଷପାଳକ ବୋଲି ମଧ୍ୟ କୁହାଯାଏ ।

ଅବୁବାଦ ପ୍ରସ୍ତାବଗୁଡ଼ିକ:

  • “ମେଷପାଳକ” ବିଶେଷ୍ୟକୁ “ମେଷାମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତି” କିମ୍ବା “ମେଷପାଲକ” କିମ୍ବା “ମେଷ ଯତ୍ନକାରୀ” ବୋଲି ଅନୁବାଦ କରାଯାଇପାରେ ।
  • ମେଷ ବ୍ୟତୀତ ଅନ୍ୟ ପଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିକୁ ସୂଚାଇବାବେଳେ ଏହି ଶବ୍ଦକୁ “ପଶୁପାଳକ”, “ପଶୁମାନଙ୍କର ପାଳକ” କିମ୍ବା “ପଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ ।
  •  ଯେବେ କ୍ରିୟା ଭାବରେ ବ୍ୟବହୃତ ହୁଏ, “ମେଷପାଳକ” ଶବ୍ଦକୁ “ମେଷମାନଙ୍କର ଯତ୍ନ ନେବାକାରୀ” କିମ୍ବା “ମେଷମାନଙ୍କର ଯତ୍ନ” ବୋଲି ଅନୁବାଦ କରାଯାଇପାରେ ।
  • କେତେକ ପ୍ରସଙ୍ଗରେ, “ମେଷପାଳକ” ଶବ୍ଦକୁ “ନେତା” କିମ୍ବା “ନିର୍ଦେଶକ” କିମ୍ବା “ଯତ୍ନକାରୀ” ବୋଲି ଅନୁବାଦ କରାଯାଇପାରେ ।
  • ଏହା ଯେତେବେଳେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ମେଷପାଳକ” ବିଶେଷ୍ୟକୁ ବିଭିନ୍ନ ଉପାୟରେ ଅନୁବାଦ କରାଯାଇପାରେ, ଯେପରିକି “ଆତ୍ମିକ ପାଳକ” କିମ୍ବା “ଆତ୍ମିକ ନେତା” କିମ୍ବା “ଯିଏ ମେଷପାଳକ ପରି” କିମ୍ବା “ଯିଏ ମେଷପାଳକ ପରି ନିଜ ଲୋକଙ୍କ ଯତ୍ନ ନିଏ, ସେ ମେଷପାଳକ ପରି ଯତ୍ନ କରେ । ”କିମ୍ବା“ ଯିଏ ମେଷପାଳକ ପରି ନିଜ ଲୋକଙ୍କୁ ଆଗେଇ ନେଇଥାଏ, ସେ ନିଜ ମେଷକୁ ମାର୍ଗଦର୍ଶନ କରେ

”କିମ୍ବା“ ଯିଏ ଈଶ୍ଵରଙ୍କ ମେଷମାନଙ୍କର ଯତ୍ନ ନିଏ ।”

  • ଏହା ଯେତେବେଳେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ମେଷପାଳକ” କ୍ରିୟାକୁ “ଯତ୍ନ ନେବା” କିମ୍ବା “ଆତ୍ମିକ ପୋଷଣ ଦେବା” କିମ୍ବା “ମାର୍ଗଦର୍ଶନ ଏବଂ ଶିକ୍ଷା ଦେବା” କିମ୍ବା “ନେତୃତ୍ୱ ନେବା ଏବଂ ଯତ୍ନ ନେବା” ବୋଲି ଅନୁବାଦ କରାଯାଇପାରେ ।

(ଦେଖନ୍ତୁ: ମେଷ, ପଶୁ, ପାଳକ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • __୯:୧୧__ମୋଶା ପ୍ରାନ୍ତରେ ମିସରରୁ ଯାତ୍ରା କରୁଥିବା ବେଳେ ଜଣେ ମେଷପାଳକ ହେଲେ ।
  • __୧୭:__ଦାଉଦ ବେଥଲିହିମମ ନଗରର ଜଣେ ମେଷପାଳକ ଥିଲେ। ବିଭିନ୍ନ ସମୟରେ ସେ ନିଜ ପିତାଙ୍କ ମେଷର ଯତ୍ନ ନେଉଥିଲେ ମେଷମାନଙ୍କୁ ଆକ୍ରମଣ କରିଥିବା ଉଭୟ ସିଂହ ଏବଂ ଭାଲୁକୁ ସେ ହତ୍ୟା କରିଥିଲେ।
  • __୨୩:୬__ସେହି ଦିନ ରାତିରେ ନିକଟସ୍ଥ କ୍ଷେତରେ କେତେକ ମେଷପାଳକ ସେମାନଙ୍କ ମେଷପଲକୁ ଜଗି ରହିଥିଲେ।
  • __୨୩: ୮__ମେଷପାଳକମାନେ ଶୀଘ୍ର ଯୀଶୁ ଥିବା ସ୍ଥାନରେ ପହଞ୍ଚିଲେ ଏବଂ ସେମାନେ ତାଙ୍କୁ ଯେପରି ଦୂତ କହିଥିଲେ ସେହିପରି ପାଇଲେ ।
  • ୩୦:୩ ଯୀଶୁଙ୍କ ପାଇଁ, ଏହି ଲୋକମାନେ ମେଷପାଳକ ବିହୀନ ଥିଲେ ।

ଶବ୍ଦବିନ୍ୟାସ :

Strongs: H6629, H7462, H7469, H7473, G07500, G41650, G41660