or_tw/bible/other/rod.md

3.5 KiB

ପାଞ୍ଚଣ, ଦଣ୍ଡ ବା ବାଡି, ଦଣ୍ଡଗୁଡିକ

ସଂଜ୍ଞା:

“ଦଣ୍ଡ ବା ପାଞ୍ଚଣ” ଗୋଟିଏ ପତଳା, ମଜବୁତ୍, ବାଡି-ଭଳି ଯନ୍ତ୍ର ଯାହା ଅନେକ ବିଭିନ୍ନ ଉପାୟରେ ବ୍ୟବହୃତ ହେଉଥିଲା I ଏହା ହୁଏତ ଅତି କମରେ ଏକ ମିଟର ଲମ୍ବାଥିଲା I

  • ମେଷପାଳକମାନଙ୍କ ଦ୍ୱାରା ଏକ କାଠରେ ନିର୍ମିତ ପାଞ୍ଚଣ ବା ଦଣ୍ଡ ବା ବାଡି ବ୍ୟବହୃତ ହେଉଥିଲା ଯେପରି ସେମାନେ ମେଷମାନଙ୍କୁ ଅନ୍ୟନ୍ୟ ଜନ୍ତୁଗୁଡିକଠାରୁ ରକ୍ଷା କରିପାରିବେ I

ଏହା ମଧ୍ୟ ପଥହରା ହୋଇ ଏଣେତେଣେ ଘୁରି ବୁଲୁଥିବା ମେଷକୁ ପଲ ମଧ୍ୟକୁ ଫେରାଇ ଆଣିବା ନିମନ୍ତେ ତାହା ଆଡକୁ ଲମ୍ବାଇ ଦିଆଯାଉଥିଲା I

  • ଗୀତସଂହିତା 23 ଗୀତରେ ରାଜା ଦାଉଦ ଏହି ଭାବପ୍ରକଶକ ପଦଗୁଡିକ “ପାଞ୍ଚଣ” ଏବଂ “ବାଡି”କୁ ରୂପକ ଭାବରେ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଈଶ୍ୱରଙ୍କ ପରିଚାଳନା ଓ ଶାସନକୁ ସୂଚାଇବା ନିମନ୍ତେ ବ୍ୟବହାର କରିଥିଲେ I
  • ଆପଣା ଅଧିନରେ ଥିବା ମେଷଗୁଡିକ ଆଗେଇ ଯାଉଥିବା ସମୟରେ ସେମାନଙ୍କୁ ଗଣନା କରିବା ନିମନ୍ତେ ଜଣେ ମେଷପାଳକର ବାଡି ମଧ୍ୟ ବ୍ୟବହୃତ ହେଉଥିଲା I
  • ଅନ୍ୟ ଏକ ରୂପକ ଭାବରେ ଅଭିବ୍ୟକ୍ତି “ଲୌହ ଦଣ୍ଡ” ଈଶ୍ୱରଙ୍କ ଦଣ୍ଡ ଭାବରେ ସୂଚିତ କରୁଥିଲା; ଯେତେବେଳେ ଲୋକମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲେ ଏବଂ ମନ୍ଦ କାର୍ଯ୍ୟଗୁଡିକ କରୁଥିଲେ I
  • ପ୍ରାଚୀନ କାଳରେ,ମାନଦଣ୍ଡଗୁଡିକ ଧାତୁରେ, କାଠରେ, ବା ପଥରରେ ନିର୍ମିତ ହେଉଥିଲା ଏବଂ ସେଗୁଡିକ ଗୋଟିଏ କୋଠାର ବା ବସ୍ତୁର ଦୈର୍ଘ୍ୟ ମାପିବା ନିମନ୍ତେ ବ୍ୟବହାର କରାଯାଉଥିଲା I
  • ବାଇବଲରେ, କାଠର ବାଡିକୁ ମଧ୍ୟ ସନ୍ତାନମାନଙ୍କୁ ଶାସନ କରିବା ନିମନ୍ତେ ଏକ ଯନ୍ତ୍ର ଭାବରେ ସୂଚାଉଥିଲା I

(ଆହୁରି ମଧ୍ୟ ଦେଖ: ବାଡି, ମେଷ, ମେଷପାଳକ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H2415, H4294, H4731, H7626, G2563, G4463, G4464