or_tw/bible/names/judasiscariot.md

4.8 KiB
Raw Permalink Blame History

ଇଷ୍କାରିୟୋତୀୟ ଯିହୂଦା

ସତ୍ୟ ଘଟଣାବଳୀ:

ଇଷ୍କାରିୟୋତୀୟ ଯିହୂଦା  ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲା I ଏହି ଯିହୂଦା ଯୀଶୁଙ୍କୁ ଯିହୁଦୀନେତାମାନଙ୍କଠାରେ ଧୋକା ଦେଇଥିଲା I

  • “ଇଷ୍କାରିୟୋତୀୟ ” ନାମର ଅର୍ଥ ହେଲା “କରିୟୋଥ୍‍ଠାରୁ” ହୋଇପାରେ, ଯିହୂଦା  ସେହି ନଗରେରେ ବୃଦ୍ଧି ପାଇଥିଲା I
  • ଇଷ୍କାରିୟୋତୀୟ ଯିହୂଦା ପ୍ରେରିତମାନଙ୍କର ଅର୍ଥର ହିସାବ ରଖୁଥିଲା ଓ ଅର୍ଥ ଚୋରିକରିବା ତାର ଅଭ୍ୟାସ ଥିଲା I
  • ଯୀଶୁ କେଉଁଠି ଅଛନ୍ତି ତାହା ଯିହୂଦା  ନେତାମାନଙ୍କୁ କହିବା ଦ୍ୱାରା ଯିହୂଦା ଯୀଶୁଙ୍କୁ ଧୋକା ଦେଲା ଯାହା ଦ୍ୱାରା ସେମାନେ ଯିଶୁକୁ ବନ୍ଦୀ କରି ପାରିଲେ I
  • ଧାର୍ମିକ ନେତାମାନେ ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ନିନ୍ଦା କରିବା ପରେ ଯିହୂଦା ଅନୁତାପ କଲା ଯେ ସେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କଲା, ତେଣୁ ସେ ବିଶ୍ୱାସଘାତକତାର ଅର୍ଥକୁ ଯିହୁଦୀ ନେତାମାନଙ୍କୁ ଫେରାଇ ଦେଲା ଏବଂ ପରେ ନିଜକୁ ହତ୍ୟା କଲାI
  • ଯୀଶୁଙ୍କର ଅନ୍ୟ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ଯାକୁବର ପୁତ୍ର ଯିହୂଦା ଥିଲେ। ସେ ଇଷ୍କାରିୟୋତୀୟ ଯିହୂଦା ପରି ସମାନ ବ୍ୟକ୍ତି ନଥିଲେ I
  • ଯୀଶୁଙ୍କର ଜଣେ ଭାଇର ନାମ ଯିହୂଦା ଥିଲା। ପରେ ସେ “ଯିହୂଦା” ଭାବରେ ପରିଚିତ ହେଲେ I ସେ ଇଷ୍କାରିୟୋତୀୟ ଯିହୂଦା ପରି ସମାନ ବ୍ୟକ୍ତି ନଥିଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ପ୍ରେରିତଧୋକାଯିହୁଦୀ ନେତାଯାକୁବର ପୁତ୍ର ଯିହୂଦା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • 38:2 ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣକର ନାମ ଯିହୂଦା ଥିଲା I ଯୀଶୁ ଓ ତାହାଙ୍କର ଶିଶୟମାନେ ଯିରୂଶାଲମକୁ ଆସିବା ପରେ, ଯିହୂଦା ଯିହୁଦୀନେତାଗଣ ନିକଟକୁ ଗଲା ଏବଂ ଅର୍ଥ ବଦଳରେ ଯିଶୁକୁ ଧୋକା ଦେଲା I
  • 38:3 ଯିହୁଦୀ ନେତାମାନେ, ମହାଯାଜକର ନେତୃତ୍ୱରେ ଯିହୂଦାକୁ 30 ରୌପ୍ୟ ମୁଦ୍ରା ଦେଲେ, ସେ ଯିଶୁକୁ ବିଶ୍ୱାସଘାତ କଲା I
  • 38:14 ଯିହୂଦା  ଯିହୁଦୀ ନେତାଗଣ, ସୈନିକ ଓ ଏକ ବଡ଼ ଭିଡ଼ ସହିତ ଆସିଲା I ସେ ସମସ୍ତେ ଖଣ୍ଡା ଓ ହତିଆର ଧରିଥିଲେ I ଯିହୂଦା  ଯୀଶୁଙ୍କ ନିକଟକୁ ଆସିଲା ଓ କହିଲା,”ପ୍ରଣାମ! ଗୁରୁ” କହି ତାହାଙ୍କୁ ଚୁମ୍ୱନ କଲା I
  • 39:8 ଏହି ସମୟରେ, ଧୋକାବାଜ ଯିହୂଦା  ଦେଖିଲା ଯେ ଯିହୁଦୀ ନେତାମାନେ ଯୀଶୁଙ୍କୁ ମାରିବାକୁ ନିନ୍ଦା କଲେ I ସେ ଅତି ଦୁଖିତ ହୋଇ ଚାଲିଗଲା ଓ ଆତ୍ମହତ୍ୟା କଲା I

ଶବ୍ଦବିନ୍ୟାସ:

  • Strongs: G24550, G24690