or_tw/bible/names/adam.md

4.3 KiB
Raw Permalink Blame History

ଆଦମ

ସତ୍ୟ ଘଟଣାବଳୀ:

ଆଦମ ପ୍ରଥମ ବ୍ୟକ୍ତି ଥିଲେ, ଯାହାକୁ ଈଶ୍ୱର ସୃଷ୍ଟି କରିଥିଲେ I ସେ ଏବଂ ତାଙ୍କ ସ୍ତ୍ରୀ ହବାକୁ ଈଶ୍ୱର ଆପଣା ପ୍ରତିମୂର୍ତ୍ତିରେ ନିର୍ମିତ କରିଥିଲେ I

  • ଈଶ୍ୱର ଆଦମକୁ ଧୂଳିରୁ ଗଠନ କଲେ ଏବଂ ତା’ ମଧ୍ୟକୁ ଜୀବନ ଶ୍ୱାସ ପ୍ରବାହ କଲେ I
  • ଆଦମର ନାମ ଏବ୍ରୀୟ ଶବ୍ଦ “ରଙ୍ଗ ମାଟି” କିମ୍ୱା “ଭୂମି” ଶବ୍ଦ ସହ ସମାନ ଅଟେ I
  • ଆଦମ ନାମ “ମାନବ ଜାତି” କିମ୍ୱା “ମାନବ” ପାଇଁ ପୁରାତନ ନିୟମର ଶବ୍ଦ ସହ ସମାନ ଅଟେ I
  • ପ୍ରତ୍ୟେକ ବ୍ୟକ୍ତି  ହବା ଏବଂ ଆଦମଙ୍କ ବଂଶଧର ଅଟନ୍ତି I
  • ଆଦମ ଏବଂ ହବା ଈଶ୍ୱରଙ୍କର ଅବାଧ୍ୟ ହେଲେ I ଏହା ସେମାନଙ୍କୁ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ କଲା ଏବଂ ପୃଥିବୀରେ ପାପ ଏବଂ ମୃତ୍ୟୁ ଆସିବାର କାରଣ ହେଲା I

(ନାମଗୁଡ଼ିକ କିପରି ଅନୁବାଦ କରାଯିବ: ଅନୁବାଦ ପ୍ରସ୍ତାବଗୁଡ଼ିକ: )

(ମୃତ୍ୟୁବଂଶହବାଈଶ୍ୱରଙ୍କ  ପ୍ରତିମୂର୍ତ୍ତିରେଜୀବନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:9 ତା’ପରେ ଈଶ୍ୱର କହିଲେ, “ଆସୁ ଆମ୍ଭେ ମନୁଷ୍ୟକୁ ଆମ୍ଭ ଭଳି ହେବା ନିମନ୍ତେ ଆମ୍ଭ ପ୍ରତିମୂର୍ତ୍ତିରେ ନିର୍ମାଣ କରୁ I”
  • 1:10 ଏହି ମନୁଷ୍ୟର ନାମ ଆଦମ ଥିଲା I ଈଶ୍ୱର ଏକ ଉଦ୍ୟାନ ସ୍ଥାପନ କଲେ ଯେଉଁଥିରେ ଆଦମ ବସବାସ କରିପାରିବ, ଏବଂ ଏହାର ଦାୟିତ୍ତ୍ୱ ନେବା ନିମନ୍ତେ ତାହାକୁ ସେଠାରେ ରଖିଲେ I
  • 1:12 ତା’ପରେ ଈଶ୍ୱର କହିଲେ, ମନୁଷ୍ୟ ଏକାକୀ ରହିବା ଭଲ ନୁହେଁ I କିନ୍ତୁ କୌଣସି ପଶୁଗଣ ଆଦମର ସାହାଯ୍ୟକାରୀ ହେଲେ ନାହିଁ I
  • 2:11 ଏବଂ ଈଶ୍ୱର ଆଦମ ଏବଂ ହବାକୁ ପଶୁର ଚମଡା ପିନ୍ଧାଇଲେ I
  • 2:12 ତେଣୁ ଈଶ୍ୱର ଆଦମ ଏବଂ ହବାକୁ ସୁନ୍ଦର ଉଦ୍ୟାନରୁ ବାହାର କରିଦେଲେ I
  • 49:8 ଯେତେବେଳେ ଆଦମ ଏବଂ ହବା ପାପ କଲେ, ଏହା ତାଙ୍କ ସମସ୍ତ ବଂଶଧରମାନଙ୍କୁ ଆକ୍ରାନ୍ତ କଲା I
  • 50:16 କାରଣ ଆଦମ ଏବଂ ହବା ଈଶ୍ୱରଙ୍କର ଅବାଧ୍ୟ ହେଲେ ଏବଂ ଏହି ପୃଥିବୀକୁ ପାପ ଆଣିଲେ, ଈଶ୍ୱର ଏହାକୁ ଅଭିଶାପ କଲେ ଏବଂ ଏହାକୁ ବିନଷ୍ଟ କରିବାକୁ ନିଷ୍ପତ୍ତି ନେଲେ I

ଶବ୍ଦବିନ୍ୟାସ:

  • Strongs: H120, G0760