or_ta/translate/figs-you/01.md

3.5 KiB

ଏକବଚନ, ଦ୍ଵିବଚନ, ଏବଂ ବହୁବଚନ

“ତୁମ୍ଭେ” ଶବ୍ଦ କେତେ ଲୋକଙ୍କୁ ସୁଚିତ କରୁଛି , ତହିଁ ଆଧାରରେ କେତେକ ଭାଷାରେ “ତୁମ୍ଭେମାନେ” ଶବ୍ଦ ନିମନ୍ତେ ଏକରୁ ଅଧିକ ଶବ୍ଦ ବ୍ୟବହୃତ ହୋଇଥାଏ। ଏକବଚନ ରୂପରେଖା ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ, ଏବଂ ବହୁବଚନ ରୂପରେଖା ଜଣେରୁ ଅଧିକ ଲୋକମାନଙ୍କୁ ସୂଚିତ କରେ। କେତେକ ଭାଷାରେ ଦ୍ଵିବଚନ ରୂପରେଖା ମଧ୍ୟ ରହିଛି, ଯାହା ଦୁଇ ଲୋକଙ୍କୁ ସୂଚିତ କରିଥାଏ, ଏବଂ କେତେକ ଭାଷାରେ ଅନ୍ୟ ରୂପରେଖ ରହିଛି ଯାହା ତିନି କିମ୍ବା ଚାରି ଜଣଙ୍କୁ ସୂଚିତ କରିଥାଏ।

ଆପଣ ମଧ୍ୟ http://ufw.io/figs_younum ରେ ଦେଖିବାକୁ ଇଚ୍ଛା କରି ପାରନ୍ତି।

ବାଇବେଲରେ ଅନେକ ସମୟରେ ଜଣେ ବକ୍ତା ଏପରିକି ଲୋକସମୂହକୁ କହିବା ବେଳେ “ତୁମ୍ଭେ” ରୂପରେଖକୁ ବ୍ୟବହାର କରିଥାନ୍ତି।

ଔପଚାରିକ ଓ ଅନୌପଚାରିକ

କେତେକ ଭଷାରେ “ତୁମ୍ଭେ/ତୁମ୍ଭେମାନେ” ର ଗୋଟିଏରୁ ଅଧିକ ରୂପରେଖା ରହିଥାଏ, ଯାହାକି ବକ୍ତା ଯେଉଁମାନଙ୍କୁ କହନ୍ତି, ସେ ଓ ତାହାର ଶ୍ରୋତାମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ ଅଟେ। ଯେତେବେଳେ ଲୋକମାନେ ବୟୋଜଷ୍ଠ, ଉଚ୍ଚ ଅଧିକାରୀ, କିଅବା ସେମାନେ ଭଲ ରୂପେ ଜାଣି ନ ଥିବା ଲୋକମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “ଆପଣ” ଔପଚାରିକ ରୂପରେଖାକୁ ବ୍ୟବହାର କରନ୍ତି। ଯେତେବେଳେ ଲୋକମାନେ ନିଜଠାରୁ କମ୍ ବୟସର, ଛୋଟ ଅଧିକାରୀ, ସେମାନଙ୍କର ନିଜ ପରିବାରବର୍ଗ କିଅବା ଘନିଷ୍ଠ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “ତୁମେ” ର ଅନୌପଚାରିକ ରୂପରେଖାକୁ ବ୍ୟବହାର କରନ୍ତି।

ଆପଣ ମଧ୍ୟ http://ufw.io/figs_younum ରେ ଦେଖିବାକୁ ଇଚ୍ଛା କରି ପାରନ୍ତି ।

କାରଣ ଏଗୁଡ଼ିକୁ ଅନୁବାଦ କରିବାର ସାହାଯ୍ୟ ନିମନ୍ତେ, ଆମ୍ଭେମାନେ ଆପଣଙ୍କୁ ନିମ୍ନରେ ପ୍ରଦତ୍ତ ପାଠକୁ ପଢିବା ପାଇଁ ପରାମର୍ଶ ଦେଉ: