or_ta/translate/figs-youcrowd/01.md

12 KiB

ବର୍ଣ୍ଣନା

ବାଇବେଲ ଏବ୍ରୀ, ଆରାମିକ୍ ଓ ଗ୍ରୀକ୍ ଭାଷାରେ ଲେଖା ଯାଇଥିଲା ଏହି ଭାଷାଗୁଡ଼ିକ ଯେତେବେଳେ ଏକ ବ୍ୟକ୍ତି ସୁଚାଏ ସେତେବେଳେ “ ତୁମେ” ଏକ ବଚନ ଉକ୍ତି ବ୍ୟବହାର କରେ ଏବଂ ଏକାଧିକ ଲୋକମାନଙ୍କୁ ସୁଚାଇବା ନିମନ୍ତେ “ବହୁବଚନ” ତୁମେମାନେ ବ୍ୟବହାର କରେ । ଯଦ୍ୟପି ବାଇବେଲରେ ବକ୍ତାଗଣ ବେଳେବେଳେ “ତୁମେ” ଏକ ବଚନକୁ ଲୋକ ଗୋଷ୍ଠୀକୁ ସୂଚାଇବା ନିମନ୍ତେ ବ୍ୟବହାର କରିଛନ୍ତି । ଆମେ ଯେତେବେଳେ ଇଂରାଜୀ ଅନୁବାଦର ବାଇବେଲ ପାଠ କରୁ, ଆମେ ଏହାର ସାଧାରଣ ବ୍ୟବହାର ଦେଖି ନ ଥାଉ, ଯେହେତୁ ଇଂରାଜୀ ଭାଷାରେ “ତୁମେ” ଏକବଚନ ଏବଂ “ତୁମେମାନେ” ବହୁବଚନର ଭିନ୍ନତା ନାହିଁ । କିନ୍ତୁ ଯଦି ଆପଣ ଏକ ଭାଷାରେ ବାଇବେଲ ପାଠ କରନ୍ତି  ଆପଣ ଏଗୁଡିକୁ ଦେଖି ପାରନ୍ତି ଯାହାର ଏଗୁଡ଼ିକ ପାଇଁ ଭିନ୍ନତା ଅଛି ।

ପୁରାତନ ନିୟମର ବକ୍ତା ଓ ଲେଖକଗଣ ମଧ୍ୟ ଦଳଗତ ଲୋକଙ୍କୁମାନ ବହୁବଚନ “ସେମାନେ” ପରିବର୍ତ୍ତେ,ଏକବଚନ ସର୍ବନାମ “ସେ”ରେ ଦର୍ଶାଉଥିଲେ ।

ଶେଷରେ, ପୁରାତନ ନିୟମର ବକ୍ତା ଏବଂ ଲେଖକମାନେ ମଧ୍ୟ କାର୍ଯ୍ୟକଳାପକୁ ସୂଚିତ କରନ୍ତି ଯାହାକି ସେମାନେ ଏକ ଗୋଷ୍ଠୀର ଅଂଶ ଭାବରେ ପ୍ରକାଶ କରନ୍ତି” “ମୁଁ” ଯେତେବେଳେ ଏହା କରିଥିଲି, ସେତେବେଳେ ସମଗ୍ର ଗୋଷ୍ଠୀ ସତରେ ଜଡିତ ଥିଲା ।

କାରଣ ଏହା ଏକ ଅନୁବାଦ ସମସ୍ୟା

  • ଅନେକ ଭାଷାରେ, ଜଣେ ଅନୁବାଦକ ଯିଏ “ତୁମେ” ସାଧାରଣ ରୂପ ସହିତ ଏକ ବାଇବେଲ ପାଠ କରେ, ତେବେ ସେ ଜାଣିବା ଉଚିତ ଯେ ବକ୍ତା ଜଣକ ଜଣେ କିମ୍ବା ଏକାଧିକ ଲୋକମାନଙ୍କୁ ଦର୍ଶାଏ ।
  • କେତେକ ଭାଷାରେ, ଯଦି ଜଣେ ବକ୍ତା ଏକାଧିକ ଲୋକମାନଙ୍କ ସହ ବାର୍ତ୍ତାଳାପ କରେ ସେ ସମୟରେ ଏକକ ସର୍ବନାମ ବ୍ୟବହାର କରିବା, ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ ।

ବାଇବେଲରୁ ଉଦାହରଣ

1 ତୁମ୍ଭେମାନେ ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ । 2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । (ମାଥିଉ 6:1-2 ULT )

ଯୀଶୁ ଏହି କଥା ଲୋକଗହଳିକୁ କହିଲେ । ସେ 1 ପଦରେ “ତୁମ୍ଭମାନଙ୍କର” ବହୁବଚନ ବ୍ୟବହାର କଲେ, ଏବଂ “ତୁମ୍ଭେ”ର 2ପଦର ପ୍ରଥମ ଅଂଶରେ ଏକବଚନ ବ୍ୟବହାର କଲେ । ପରବର୍ତ୍ତୀ ବାକ୍ୟର ଶେଷ ଭାଗରେ ବହୁବଚନ ବ୍ୟବହାର ଦେଖିବାକୁ ମିଳେ ।

1 ଏଥିଉତ୍ତାରେ ଯିହୋବା ଏହିସବୁ କଥା କହିଲେ, ଯଥା- 2 “ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ଯିହୋବା ପରମେଶ୍ୱର ଆମ୍ଭେ ଅଟୁ।” 3 ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। (ଯାତ୍ରା ପୁସ୍ତକ 20:1-3 ULT)

ଈଶ୍ଵର ଏହି କଥା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ କହିଲେ । ସେ ସେମାନଙ୍କୁ ମିସର ଦେଶରୁ ବାହାର କରିନେଇଥିଲେ ଏବଂ ସେ ଚାହୁଁଥିଲେ ଯେ ସେମାନେ ସମସ୍ତେ ତାଙ୍କର ଆଜ୍ଞାକାରୀ ହୁଅନ୍ତୁ, କିନ୍ତୁ ସେ ସେମାନଙ୍କୁ କହିବା ପାଇଁ ତୁମ୍ଭେର ଏକବଚନ ଏଠାରେ ବ୍ୟବହାର କରନ୍ତି।

ଯିହୋବା ଏହି କଥା କହନ୍ତି, “ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା, ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା। (ଆମୋଷ 1:11 ULT)

ଯିହୋବା କେବଳ ଜଣେ ବ୍ୟକ୍ତି ବିଷୟରେ ନୁହେଁ କିନ୍ତୁ ଇଦୋମର ଜାତି ବିଷୟରେ ଏହି କଥା କହିଲେ।

ତହୁଁ ରାତ୍ରିରେ ମୁଁ ଓ ମୋ’ ସଙ୍ଗେ କେତେକ ଲୋକ ଉଠିଲୁ; ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଉର୍ଦ୍ଧ୍ୱକୁ ଗମନ କରି ପ୍ରାଚୀର ଦେଖିଲି; ତହୁଁ ମୁଁ ବୁଲି ଉପତ୍ୟକା-ଦ୍ୱାର ଦେଇ ପ୍ରବେଶ କରି ଫେରି ଆସିଲି। (ନିହିମୀୟା 2:12a,15 ULT)

ନିହିମୀୟା ସ୍ପଷ୍ଟ କରିନ୍ତି ଯେ ସେ ଯିରୂଶାଲମର ପ୍ରାଚୀର ଯାଞ୍ଚ କରିବା ସମୟରେ ଅନ୍ୟ ଲୋକମାନଙ୍କୁ ତାଙ୍କ ସହିତ ଆଣିଥିଲେ । କିନ୍ତୁ ସେ ଯେତେବେଳେ ଏହି ଯାତ୍ରା ବିଷୟରେ ବର୍ଣ୍ଣନା କରନ୍ତି, ସେ କେବଳ କୁହନ୍ତି ଯେ “ମୁଁ” ଏହା କରିଥିଲି ।

ଅନୁବାଦ କୌଶଳଗୁଡ଼ିକ

(1) ଯଦି ଦଳଗତ ଲୋକମାନଙ୍କୁ ସୂଚାଇବା ନିମନ୍ତେ ସର୍ବନାମର ଏକବଚନ ବ୍ୟବହାର କରିବା ସ୍ୱାଭାବିକ  ହୁଏ ତେବେ ତାହା ବ୍ୟବହାର କରନ୍ତୁ ।

  • ଏହା ଆପଣ ବ୍ୟବହାର କରିବେ କି ନୁହଁ ଏହା ବକ୍ତାଙ୍କ ଏବଂ ସେ କେଉଁ ଲୋକମାନଙ୍କୁ ଦର୍ଶାନ୍ତି ତାହା ଉପରେ ନିର୍ଭର କରେ।
  • ଏହା ବକ୍ତାଙ୍କର ବକ୍ତୃତା ଉପରେ ମଧ୍ୟ ନିର୍ଭର କରିପାରେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ଏକ ଲୋକଗହଳିକୁ ସୂଚାଇବାବେଳେ ସର୍ବନାମ ଏକବଚନ ସ୍ୱାଭାବିକ  ହୁଏନାହିଁ, କିମ୍ବା ଯଦି ପାଠକମାନଙ୍କ ପାଇଁ ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ , ତେବେ ବହୁବଚନ ସର୍ବନାମ ବ୍ୟବହାର କରନ୍ତୁ ।

ଯିହୋବା ଏହି କଥା କହନ୍ତି,                                                                                                                    > “ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା, ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା। (ଆମୋଷ 1:11 ULT)

ଯିହୋବା ଏହି କଥା କହିଲେ, “ଇଦୋମର ତିନି ପାପ ପାଇଁ, ଏପରିକି ଚାରି ନିମନ୍ତେ, ମୁଁ ଦଣ୍ଡ ନିବାରଣ କରିବି ନାହିଁ । ଯେହେତୁ ସେମାନେ ସେମାନଙ୍କର ଭାତୃଗଣମାନଙ୍କୁ ଖଡଗ ସହିତ ଗୋଡ଼ାଇଲା ଏବଂ ସମସ୍ତ ଦୟା ପରିତ୍ୟାଗ କଲେ । ସେମାନଙ୍କର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା, ଓ ସେମାନଙ୍କର କ୍ରୋଧ ସଦାସର୍ବଦା ରହିଲା”

ତହୁଁ ରାତ୍ରିରେ ମୁଁ ଓ ମୋ’ ସାଙ୍ଗରେ କେତେକ ଲୋକ ଉଠିଲୁ; ପୁଣି, ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଉର୍ଦ୍ଧ୍ୱକୁ ଗମନ କରୁଥିଲି, ସେଠରେ ମୁଁ ପ୍ରାଚୀର ଦେଖି  ମୁଁ ବୁଲି ପଡ଼ିଲି, ପୁଣି ମୁଁ ଉପତ୍ୟକା-ଦ୍ୱାର ଦେଇ ପ୍ରବେଶ କରି ମୁଁ ଫେରି ଆସିଲି। । (ନିହିମୀୟା  2:12a,15 ULT)

ତହୁଁ ରାତ୍ରିରେ ମୁଁ ଓ ମୋ’ ସାଙ୍ଗରେ କେତେକ ଲୋକ ଉଠିଲୁ; ପୁଣି, ଅମ୍ଭେମାନେ ରାତ୍ରିକାଳେ ନଦୀ ନିକଟ ଦେଇ ଉର୍ଦ୍ଧ୍ୱକୁ ଗମନ କରୁଥିଲୁ, ପୁଣି ଅମ୍ଭେମାନେ ପ୍ରାଚୀର ଦେଖିଲୁ, ତହୁଁ ଅମ୍ଭେମାନେ ବୁଲି ପଡ଼ିଲୁ, ଏବଂ ଅମ୍ଭେମାନେ ଉପତ୍ୟକା-ଦ୍ୱାର ଦେଇ ପ୍ରବେଶ କଲୁ ଏବଂ ଅମ୍ଭେମାନେ ଫେରି ଆସିଲୁ। ।