or_ta/translate/figs-youformal/01.md

10 KiB

(You may also want to watch the video at https://ufw.io/figs_youform.)

ବର୍ଣ୍ଣନା

କେତେକ ଭାଷା “ତୁମେ” ଶବ୍ଦର ଔପଚାରିକ ଓ ଅନୌପଚାରିକ ବ୍ୟବହାରର ପାର୍ଥକ୍ୟ ଦର୍ଶାଏ। ଏହି ପାର୍ଥକ୍ୟ ଦର୍ଶାଉଥିବା ଭାଷାର ଲୋକମାନଙ୍କ ଏହି ପୃଷ୍ଠା ସାହାଯ୍ୟକାରୀ ଅଟେ।

କେତେକ ସଂସ୍କୃତିରେ ଯେବେ ଜଣେ ପ୍ରାଚୀନ କିମ୍ବା ଅଧିକାର ପ୍ରାପ୍ତ ଲୋକଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି ସେତେବେଳେ  “ତୁମେ” ଶବ୍ଦର ଔପଚାରିକ ବ୍ୟବହାର ହୁଏ, ଓ ସେମାନେ ଯେତେବେଳେ ସମବୟସ୍କ କିମ୍ବା ଅଳ୍ପ ବୟସ୍କ କିମ୍ବା ଅଳ୍ପ ଅଧିକାର ପ୍ରାପ୍ତ ଲୋକଙ୍କ ସହିତ ବାର୍ତ୍ତାଳାପ କରନ୍ତି ସେତେବେଳେ “ତୁମେ” ଶବ୍ଦର ଅନୌପଚାରିକ ବ୍ୟବହାର କରନ୍ତି । ଅନ୍ୟ ସଂସ୍କୃତିରେ, ଲୋକମାନେ ଔପଚାରିକ “ତୁମେ” ଶବ୍ଦକୁ ଅଜଣା କିମ୍ବା ଅଳ୍ପ ପରିଚିତ ଲୋକଙ୍କ ସହିତ ବାର୍ତ୍ତାଳାପ କରନ୍ତି ଓ ଯେତେବେଳେ ପରିବାର ସଦସ୍ୟ କିମ୍ବା ଅତିନିକଟତର ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରନ୍ତି ସେତେବେଳେ ଅନୌପଚାରିକ “ତୁମେ” ଶବ୍ଦକୁ ବ୍ୟବହାର କରନ୍ତି ।

କାରଣ ଏହା ଏକ ଅନୁବାଦ ସମସ୍ୟା

  • ବାଇବେଲ ଏବ୍ରୀ, ଆରାମିକ ଏବଂ ଗ୍ରୀକ୍ ଭାଷାରେ ଲିଖିତ । ଏହି ଭାଷାଗୁଡ଼ିକରେ “ତୁମେ” ଶବ୍ଦର ଔପଚାରିକ କିମ୍ବା ଅନୌପଚାରିକ ବ୍ୟବହାର ନାହିଁ ।
  • ଇଂରାଜୀ ଓ ଆହୁରି ଅନେକ ସ୍ରୋତ ଭାଷାଗୁଡ଼ିକରେ “ତୁମେ” ଶବ୍ଦର ଔପଚାରିକ କିମ୍ବା ଅନୌପଚାରିକ ବ୍ୟବହାର ନାହିଁ ।
  • ଅନୁବାଦକ ଯଦି ଏପରି ଏକ ସ୍ରୋତ ଭାଷା ବ୍ୟବହାର କରନ୍ତି ଯେଉଁ ଭାଷାରେ “ତୁମେ”ଶବ୍ଦର ଔପଚାରିକ ଏବଂ ଅନୌପଚାରିକ ବ୍ୟବହାର ଅଛି ତେବେ ବୁଝିବା ଆବଶ୍ୟକ ଅଟେ ଯେ କିପରି ଏହି ଶବ୍ଦଗୁଡ଼ିକ’ ସେହି ଭାଷାରେ ବ୍ୟବହାର ହୋଇଛି । ସେହି ଭାଷାର ନିୟମ ସେହିପରି ହେଇ ନ ପାରେ ଯେପରି ଅନୁବାଦକମାନଙ୍କର ଭାଷାରେ ନିୟମ ଅଟେ ।
  • ଅନୁବାଦକମାନେ ସେମାନଙ୍କ ଭାଷାରେ ଉପଯୁକ୍ତ ଶବ୍ଦ ବ୍ୟବହାର କରିବା ନିମନ୍ତେ ଅନୁବାଦକ ଦୁଇ ବକ୍ତାଙ୍କ ମଧ୍ୟରେ ସମ୍ପର୍କ ବୁଝିବା ଉଚିତ ଅଟେ ।
  • ଯୀଶୁଙ୍କ ସହ ବାର୍ତ୍ତାଳାପ କରୁଥିବା ଲୋକମାନଙ୍କ ଦ୍ୱାରା “ତୁମେ” ଶବ୍ଦର ବ୍ୟବହାର ବେଳେବେଳେ ଅନୁବାଦକମାନଙ୍କ ପାଇଁ ବିଶେଷ କରି କଷ୍ଟସାଧ୍ୟ ହୋଇଥାଏ । କାରଣ ଯୀଶୁ ଈଶ୍ଵର ଅଟନ୍ତି, ତେଣୁ ଯେବେ ଲୋକମାନେ ତାହାଙ୍କ ସହିତ ବାର୍ତ୍ତାଳାପ କରନ୍ତି, କେତେକ ସର୍ବଦା ଔପଚାରିକ ଶବ ବ୍ୟବହାର କରିବାକୁ ଚାହାଁନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ପ୍ରକୃତ ସମ୍ପର୍କ ଏବଂ ଭାବନାକୁ ଜାଣିବା ଆବଶ୍ୟକ ଅଟେ । ଫାରୂଶୀ ଏବଂ ସାଦ୍ଦୁମାନେ ଯୀଶୁଙ୍କ ଶତ୍ରୁ ହେଲେ ଏବଂ ତାଙ୍କ ପ୍ରତି ବିଶେଷ ସମ୍ମାନର ସହ ବାର୍ତ୍ତାଳାପ ହେଇନ ଥିବ । ଯେବେ ଯୀଶୁ ପୀଲାତଙ୍କ ସହିତ ଥିଲେ, ତାହାଙ୍କୁ ସମ୍ମାନର ସହିତ ନୁହେଁ ବରଂ ଅପରାଧୀ ଭାବରେ ବ୍ୟବହାର କରାଯାଉଥିଲା ।

ଅନୁବାଦ ସିଦ୍ଧାନ୍ତଗୁଡ଼ିକ

  • ଜଣେ ବକ୍ତା ଏବଂ ସେହି ବ୍ୟକ୍ତି କିମ୍ବା ସେ କହୁଥିବା ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝନ୍ତୁ।
  • ବକ୍ତାଙ୍କର ଯେଉଁ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରନ୍ତିନ୍ତି ତାଙ୍କ ପ୍ରତି ବକ୍ତାଙ୍କ ମନୋଭାବ ବୁଝନ୍ତୁ।
  • ଆପଣଙ୍କ ଭାଷାରେ ତୁମେ ଶବ୍ଦର ଗଠନ ଚୟନ କରନ୍ତୁ ଯାହାକି ସେହି ସମ୍ପର୍କ ଏବଂ ମନୋଭାବ ପାଇଁ ଉପଯୁକ୍ତ ଅଟେ।

ବାଇବେଲରୁ ଉଦାହରଣଗୁଡ଼ିକ

ଯିହୋବା  ପରମେଶ୍ୱର ଆଦମଙ୍କୁ ଡାକି କହିଲେ, “ତୁମ୍ଭେ କେଉଁଠାରେ?” (ଆଦି 3:9 ULT)

ମନୁଷ୍ୟ ଉପରେ ଈଶ୍ଵରଙ୍କର ଅଧିକାର ଅଛି, ଏଣୁ କେତେକ ଭାଷାରେ “ତୁମେ” ଶବ୍ଦର ଔପଚାରିକ କିମ୍ବା ଅନୌପଚାରିକ ବ୍ୟବହାର ଅଛି, ଏହି ସ୍ଥାନରେ ଅନୌପଚାରିକ ବ୍ୟବହାର କରି ପାରନ୍ତି ।

ହେ ମାନ୍ୟବର ଥୀୟଫିଲ, ଆରମ୍ଭରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ଉଚିତ୍ ମନେ କଲି, ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେସବୁର ନିଶ୍ଚୟତା ଜାଣି ପାରନ୍ତି। (ଲୂକ 1:3-4 ULT)

ଲୂକ ଥିୟଫିଲଙ୍କୁ “ମାନ୍ୟବର” ବୋଲି ସମ୍ବୋଧନ କରିଛନ୍ତି । ଏହା ଦର୍ଶାଏ ଯେ ଥିୟଫିଲ ହୁଏତ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ ଯାହାଙ୍କୁ ଲୂକ  ଅଧିକ ସମ୍ମାନିତ କରୁଥିଲେ । ଯେଉଁ ଭାଷାରେ “ତୁମେ” ଶବ୍ଦର ଔପଚାରିକ ବ୍ୟବହାର ଅଛି ଏଠାରେ ହୁଏତ ସେମାନେ ତାହା ବ୍ୟବହୃତ କରିପାରିବେ ।

‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।‘ (ମାଥିଉ 6:9b ULT)

ଏହା ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିଖାଇଥିଵା ପ୍ରାର୍ଥନାର ଏକ ଅଂଶ ଅଟେ । ଯେହେତୁ ଈଶ୍ଵର ଆଧିକାରୀ ଅଟନ୍ତି, କେତେକ ସଂସ୍କୃତିରେ “ତୁମେ” ଶବ୍ଦର ଔପଚାରିକ ବ୍ୟବହାର ହୋଇପାରେ । ଯେହେତୁ ଈଶ୍ଵର ଆମର ପିତା ଅଟନ୍ତି ତେଣୁ ଅନ୍ୟ ସଂସ୍କୃତିରେ “ତୁମେ” ଶବ୍ଦର ଅନୌପଚାରିକ ବ୍ୟବହାର ହୋଇପାରେ ।

ଅନୁବାଦ କୌଶଳଗୁଡ଼ିକ

ଯେଉଁ ଭାଷାରେ “ତୁମେ” ଶବ୍ଦର ଔପଚାରିକ ଓ ଅନୌପଚାରିକ ବ୍ୟବହାର ଅଛି, ସେମାନଙ୍କ ଭାଷାରେ “ତୁମେ” ଶବ୍ଦର ଉପଯୁକ୍ତ ଶବ୍ଦ ବାଛିବା ପାଇଁ ଦୁଇ ବକ୍ତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ଆବଶ୍ୟକ ଅଟେ।

“ତୁମେ” ଶବ୍ଦର ଔପଚାରିକ କିମ୍ବା ଅନୌପଚାରିକ ବ୍ୟବହାରର ନିଷ୍ପତ୍ତି

(1) ବକ୍ତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଧ୍ୟାନ ଦିଅନ୍ତୁ ।

  * ଜଣେ ବକ୍ତା ଅନ୍ୟ ଜଣଙ୍କ ଉପରେ ପ୍ରଭୁତ୍ଵ କରୁଛି କି ?
  * ଜଣେ ଜଣେ ବକ୍ତା ଅନ୍ୟ ବ୍ୟକ୍ତିଠାରୁ ବଡ଼ କି?
  * ବକ୍ତା ଜଣେ ପରିବାର ସଦସ୍ୟ, ସମ୍ପର୍କୀୟ, ବନ୍ଧୁ, ଅପରିଚିତ କିମ୍ବା ଶତ୍ରୁ କି?

(1) ଯଦି ସେହି ଭାଷାରେ ଆପଣଙ୍କଠାରେ ବାଇବେଲ ଅଛି ଯେଉଁଥିରେ “ତୁମେ” ଶବ୍ଦର ଔପଚାରିକ କିମ୍ବା ଅନୌପଚାରିକ ବ୍ୟବହାର ହୋଇଅଛି ତାହା ଦେଲହନ୍ତୁ । ମନେରଖନ୍ତୁ ଯେ ସେହି ଭାଷାର ନିୟମ ଆପଣଙ୍କ ଭାଷାର ନିୟମଠାରୁ ଭିନ୍ନ ହୋଇପାରେ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକ

“ତୁମେ” ଶବ୍ଦର ଇଂରାଜୀ ଭାଷାରେ ଔପଚାରିକ କିମ୍ବା ଅନୌପଚାରିକ ବ୍ୟବହାର ନାହିଁ, ତେଣୁ ଇଂରାଜୀରେ “ତୁମେ” ଶବ୍ଦର ଔପଚାରିକ ଓ ଅନୌପଚାରିକ ବ୍ୟବହାର ଉଲ୍ଲେଖ କରାଯାଇ ନାହିଁ । ଦୟାକରି ଉପରୋକ୍ତ ଉଦାହରଣ ଏବଂ ଆଲୋଚନାଗୁଡ଼ିକୁ ଦେଖନ୍ତୁ ।