or_ta/translate/choose-team/01.md

11 KiB

ଅନୁବାଦ ଦଳର ଗୁରୁତ୍ଵପୂର୍ଣ୍ଣତା

ବାଇବଲକୁ ଅନୁବାଦ କରିବା ଏକ ଅତି ବୃହତ୍ତ ଓ କଷ୍ଟସାଧ୍ୟ କାର୍ଯ୍ୟ ଅଟେ ଓ ଏହାକୁ ସମ୍ପାଦନ କରିବା ପାଇଁ ଅନେକ ଲୋକ ଆବଶ୍ୟକ କରିପାରେ ।

ଏହି ପରମାପକ ଏକକ ବା ପାଠ କୌଶଳଗୁଡିକୁ ଆଲୋଚନା କରେ ଯାହା ବାଇବଲ ଅନୁବାଦ ଦଳର ସଭ୍ୟମାନଙ୍କ ଦ୍ଵାରା ଆବଶ୍ୟକ ହୋଇଥାଏ । ଅନେକ ଲୋକଙ୍କର ବିଭିନ୍ନ କୌଶଳ ଓ ଦାୟୀତ୍ଵଗୁଡ଼ିକ ରହିଥାଏ, ଏବଂ ଅନ୍ୟ କେତେକଙ୍କର କେବଳ ଅଳ୍ପ ରହିଥାଏ । କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ବାଇବଲ ଅନୁବାଦ ଦଳ ଯଥେଷ୍ଟ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ନିଶ୍ଚିତ କରନ୍ତି, ଯେପରି ଏହି ସମସ୍ତ କୌଶଳଗୁଡ଼ିକ ଦଳକୁ ପ୍ରତିନିଧିତ୍ଵ କରିବ ।

ମଣ୍ଡଳୀ ନେତାଗଣ

ଅନୁବାଦ ପରିଯୋଜନାକୁ ଆରମ୍ଭ କରିବା ପୂର୍ବରୁ, ଯଥା ସମ୍ଭବ ଯେତେ ମଣ୍ଡଳୀ ସମ୍ମିଳନୀଗୁଡ଼ିକୁ ଯୋଗାଯୋଗ କରି ଅନୁବାଦର ଅଂଶୀ ହେବା ପାଇଁ ସେମାନଙ୍କୁ ଓ ଏପରିକି ସେମାନଙ୍କର କେତେକ ଲୋକଙ୍କୁ ଏହି କାର୍ଯ୍ୟର ଅଂଶୀ ହେବା ପାଇଁ ଉତ୍ସାହିତ କରନ୍ତୁ । ଅନୁବାଦ ପରିଯୋଜନା ମଧ୍ୟରେ ସେମାନଙ୍କର ମତାମତ ଦେବା ପାଇଁ ସେମାନଙ୍କୁ ପରାମର୍ଶ କରିବା ଆବଶ୍ୟକ ।

ଅନୁବାଦ ସମିତି

ଯଦି ଏହି ମଣ୍ଡଳୀଗୁଡ଼ିକର ଓ ମଣ୍ଡଳୀ ସମ୍ମିଳନୀର ନେତାମାନେ ଏହି କାର୍ଯ୍ୟକୁ ତଦାରଖ କରିବା, ଅନୁବାଦକମାନଙ୍କୁ ଚୟନ କରିବା, ଦେଖା ଦେଉଥିବା ସମସ୍ୟାମାନଙ୍କର ସମାଧାନ କରିବା ଏବଂ ଉକ୍ତ କାର୍ଯ୍ୟକୁ ଆର୍ଥିକ ସାହାଯ୍ୟ ଓ ପ୍ରାର୍ଥନା କରିବା ପାଇଁ ମଣ୍ଡଳୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଗୋଟିଏ ସମିତିର ଗଠନ କରିପାରନ୍ତି, ତେବେ ଏହା ଆହୁରି ଉତ୍ତମ ହେବ ।

ଏହି ସମିତି ମଧ୍ୟ ଦ୍ଵିତୀୟ ସ୍ତର ଓ ତୃତୀୟ ସ୍ତରରେ ଅନୁବାଦର ନିର୍ଭୁଲ ଯାଞ୍ଚ୍ କରିବାକୁ ଲୋକମାନଙ୍କୁ ଚୟନ କରିପାରିବେ । ଯେବେ ଏହି ସମୟ ଆସିବ, ଏହି ସମିତି ମଧ୍ୟ ଅନୁବାଦର ଢାଞ୍ଚା (କମ୍ପୁଟର ତଥ୍ୟ ରଖିବାର ଢାଞ୍ଚା) ବିଷୟରେ ନିର୍ଣ୍ଣାୟକ ନିଷ୍ପତି ନେଇପାରିବେ, ଏହାକୁ କିପରି ବିତରଣ କରାଯିବ, ଏବଂ ସେମାନେ ଅନୁବାଦିତ ଶାସ୍ତ୍ରକୁ ବ୍ୟବହାର କରିବା ପାଇଁ ମଣ୍ଡଳୀମାନଙ୍କୁ ଉତ୍ସାହିତ କରିପାରିବେ ।

ଅନୁବାଦକଗଣ

ଏହି ଲୋକମାନେ ଅନୁବାଦ ଚିଠାକୁ ପ୍ରସ୍ତୁତ କରିବାର କାର୍ଯ୍ୟ କରିବେ । ସେମାନଙ୍କୁ ଅନୁବାଦ ସମିତି ଦ୍ଵାରା ନିଯୁକ୍ତ କରାଯିବ । ସେମାନେ ନିର୍ଦ୍ଦିଷ୍ଟ ସ୍ଥାନୀୟ ଭାଷା କହୁଥିବା ଲୋକ ହେବା ଆବଶ୍ୟକ, ଯେଉଁମାନେକି ମୂଳ ଭାଷା (Gateway Language) କୁ ଭଲ ଭାବେ ପଢି ପାରୁଥିବେ, ଆଉ ସେମାନେ ନିଜର ଖ୍ରୀଷ୍ଟୀୟ ଚରିତ୍ର ନିମନ୍ତେ ସମାଜରେ ସମ୍ମାନ ପାଉଥିବେ ।

ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଅନୁବାଦକର ଗୁଣସମୂହ ପାଠକୁ ଦେଖନ୍ତୁ ।

ପ୍ରଥମ ଚିଠାକୁ ପ୍ରସ୍ତୁତ କରିବା ସହ, ଏହି ଲୋକମାନେ ଅନୁବାଦ ଦଳର ପ୍ରମୁଖ ଅଂଶକୁ ଗଠନ କରିବେ ଯାହା ପରସ୍ପରର କାର୍ଯ୍ୟକୁ ଯାଞ୍ଚ୍ କରିବେ, ଭାଷା ସମ୍ପ୍ରଦାୟ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିବେ, ଓ ଦ୍ଵିତୀୟ ସ୍ତର ଓ ତୃତୀୟ ସ୍ତରର ଯାଞ୍ଚକାରୀମାନଙ୍କଠାରୁ ସଂଶୋଧନ ନିମନ୍ତେ ପ୍ରସ୍ତାବ ପରାମର୍ଶଗୁଡ଼ିକୁ ଗ୍ରହଣ କରିବେ । ପ୍ରତ୍ୟେକ ସମୀକ୍ଷା ଓ ଯାଞ୍ଚ୍ ଅଧିବାଶନ ପରେ, ଏହି ଅନୁବାଦକମାନେ ଆବଶ୍ୟକ ହେଉଥିବା ଅନୁବାଦକୁ ପରିବର୍ତ୍ତନ କରିବା ପାଇଁ ଉତ୍ତରଦାୟୀ ଅଟନ୍ତି, ଯଦ୍ୱାରା ଏହା ଯେପରି ହେବା ଉଚିତ୍ ସେହିପରି ଉତ୍ତମ ଭାବେ ଯୋଗାଯୋଗ କରିବ । ଅତଏବ ଏହିପରି ସେମାନେ ଅନେକ ଥର ଅନୁବାଦକୁ ସଂଶୋଧନ କରିବେ ।

ଟାଇପ୍ କରିବା ବ୍ୟକ୍ତି ବା ଟାଇପିଷ୍ଟ୍

ଯଦି ଅନୁବାଦକମାନେ ନିଜେ ଅନୁବାଦ ଚିଠାକୁ କମ୍ପୁଟର ବା ଟାବଲେଟ୍ ମଧ୍ୟରେ ତଥ୍ୟ ଯୋଗାଉ ନାହାନ୍ତି, ତେବେ ଉକ୍ତ ଦଳର କେହି ଜଣେ ଏହାକୁ କରିବା ଆବଶ୍ୟକ । କୌଣସି ଭୁଲ ନ କରି ଟାଇପ୍ କରୁଥିବା ବ୍ୟକ୍ତି ଏହାକୁ କରିବା ଆବଶ୍ୟକ ।

ଏହି ବ୍ୟକ୍ତି ମଧ୍ୟ ଜାଣିବା ଆବଶ୍ୟକ ଯେ କେଉଁ କେଉଁ ସ୍ଥାନରେ ସଠିକ୍ ଓ ସୁସଂଗତ ଭାବେ କିପରି ବିରାମ ଚିହ୍ନଗୁଡ଼ିକର ବ୍ୟବହାର କରାଯାଏ । ଆହୁରି ମଧ୍ୟ ଯାଞ୍ଚର ପ୍ରତ୍ୟେକ କାର୍ଯ୍ୟ ପରେ ଏହି ବ୍ୟକ୍ତି ଜଣକ ଅନୁବାଦରେ କରାଯାଇଥିବା ସଂଶୋଧନ ଓ ସଠିକ୍ ଶବ୍ଦଗୁଡିକୁ ଟାଇପ୍ କରିବା ଆବଶ୍ୟକ ।

ଅନୁବାଦ ପରିକ୍ଷକ

ଅନୁବାଦଟି ନିର୍ଦ୍ଦିଷ୍ଟ ଭାଷାରେ ସ୍ପଷ୍ଟ ଓ ସ୍ଵାଭାବିକ ଉଚ୍ଚାରଣ ହେଉଥିବା ବିଷୟକୁ ନିଶ୍ଚିତ କରିବା ପାଇଁ କେତେକ ଭାଷା ସମ୍ପ୍ରଦାୟର ସଭ୍ୟମାନଙ୍କ ସହିତ ମିଶି ଅନୁବାଦକୁ ପରୀକ୍ଷା କରିବା ଆବଶ୍ୟକ । ସାଧାରଣତଃ ଏମାନେ ଅନୁବାଦକ ଅଟନ୍ତି, ତଥାପି ଏମାନେ ଅନ୍ୟ କେହି ହୋଇପାରିବେ । ଏହି ପରିକ୍ଷକମାନେ ଲୋକମାନଙ୍କ ନିକଟରେ ଅନୁବାଦକୁ ପାଠ କରିବେ ଓ ପରେ ସେମାନେ କିପରି ଏହାକୁ ବୁଝୁଛନ୍ତି ତାହା ଜାଣିବା ପାଇଁ ସେମାନଙ୍କୁ ପ୍ରଶ୍ନ କରିବେ

ଏହି କାର୍ଯ୍ୟର ବିବରଣ ନିମନ୍ତେ ଅନ୍ୟ ପ୍ରଣାଳୀଗୁଡ଼ିକ ପାଠକୁ ଦେଖନ୍ତୁ ।

ଯାଞ୍ଚକାରୀ

ଅନୁବାଦର ନିର୍ଭୁଲତାକୁ ଯାଞ୍ଚ୍ କରିବା ପାଇଁ ଚୟନ କରାଯାଇଥିବା ଲୋକମାନେ ବାଇବଲକୁ ମୂଳ ଭାଷାରେ ଭଲ ଭାବେ ଜାଣିବା ଲୋକେ ହେବା ଉଚିତ୍ । ସେମାନେ ମୂଳ ଭାଷାରେ ଭଲ ଭାବେ ପଢିବାକୁ ସକ୍ଷମ ହେବା ଉଚିତ୍ । ଅନୁବାଦଟି ମୂଳ ବାଇବଲରେ ଥିବା ସମସ୍ତ ବିଷୟକୁ ଯୋଗାଯୋଗ କରୁଛି କି ନାହିଁ, ତାହାକୁ ସୁନିଶ୍ଚିତ କରିବା ପାଇଁ ସେମାନେ ଅନୁବାଦକୁ ମୂଳ ବାଇବଲ ସହ ତୁଳନା କରିବେ, ସେମାନେ ଅନୁବାଦ କାର୍ଯ୍ୟ କରିବାରେ ଆଗ୍ରହୀ ଲୋକ ଓ ସେମାନଙ୍କ ପାଖରେ ଉତ୍ତମ ଯାଞ୍ଚ୍ କାର୍ଯ୍ୟ କରିବା ପାଇଁ ସମୟ ରହିବା ଉଚିତ୍ ।

ଯଦି ଏହି ଲୋକମାନେ ନିର୍ଦ୍ଦିଷ୍ଟ ଭାଷାକୁ କହୁଥିବା ଓ ଅନୁବାଦକୁ ବ୍ୟବହାର କରିବାକୁ ଥିବା ବିଭିନ୍ନ ମଣ୍ଡଳୀ ଦଳଗୁଡିକର ସଭ୍ୟମାନଙ୍କୁ ଜଡ଼ିତ କରିପାରିବେ, ତେବେ ଏହା ଆହୁରି ଉତ୍ତମ ହେବ । ଦ୍ଵିତୀୟ ସ୍ତରର ଯାଞ୍ଚକାରୀମାନେ ସେମାନଙ୍କର ସ୍ଥାନୀୟ ମଣ୍ଡଳୀଗୁଡିକରେ ନେତା ହେବା ଉଚିତ୍ । ତୃତୀୟ ସ୍ତରର ଯାଞ୍ଚକାରୀମାନେ ଅନେକ ମଣ୍ଡଳୀଗୁଡ଼ିକର ନେତାଗଣ ହୋଇଥିବେ, ଓ ଉକ୍ତ ଭାଷା ଅଞ୍ଚଳରେ ସମ୍ମାନୀୟ ବ୍ୟକ୍ତି ହେବା ଉଚିତ୍ । ଏଥିର ଅଧିକାଂଶ ଲୋକେ ବ୍ୟସ୍ତ ରହୁଥିବା ହେତୁ, ସଂପୂର୍ଣ୍ଣ ଅନୁବାଦକୁ ଜଣେ ଦୁଇ ଜଣଙ୍କ ଉପରେ ଭାର ନ ଦେଇ, ବିଭିନ୍ନ ଲୋକମାନଙ୍କୁ ଭିନ୍ନ ଭିନ୍ନ ପୁସ୍ତକ ଓ ଅଧ୍ୟାୟଗୁଡ଼ିକୁ ପଠାଇବା ଭଲ ହୋଇପାରେ ।