or_ta/checking/other-methods/01.md

5.4 KiB

ଅନ୍ୟ ଯାଞ୍ଚ୍ ପ୍ରଣାଳୀଗୁଡ଼ିକ

ପ୍ରଶ୍ନଗୁଡ଼ିକ ପଚାରିବା ସଙ୍ଗେ ସଙ୍ଗେ, ଅନ୍ୟ ଯାଞ୍ଚ୍ ପ୍ରଣାଳୀଗୁଡ଼ିକ ମଧ୍ୟ ରହିଛି, ଯାହାକୁ ଆପଣ ଏହା ସୁନିଶ୍ଚିତ କରିବା ନିମନ୍ତେ ବ୍ୟବହାର କରିପାରିବେ ଯେ, ଅନୁବାଦଟି ପାଠ କରିବାକୁ ସହଜ ଓ ଶ୍ରୋତାମାନଙ୍କ ପାଇଁ ସ୍ଵାଭାବିକ ମନେ ହେଉଛି । ଏଠାରେ କେତେକ ପ୍ରଣାଳୀଗୁଡ଼ିକ ଦିଆଗଲା ଯାହାକୁ ଆପଣ ବ୍ୟବହାର କରିବାକୁ ପସନ୍ଦ କରିପାରନ୍ତି:

  • ପୁନର୍ବାର କହିବା ପ୍ରଣାଳୀ: ଆପଣ, ଜଣେ ଅନୁବାଦକ ବା ପରିକ୍ଷକ, କେତେକ ପଦ ପାଠ କରିବା ପରେ ଅନ୍ୟ ଜଣକୁ ସେହି ଅଂଶକୁ ପୁନର୍ବାର କହିବାକୁ କହନ୍ତୁ । ଏହା ଅନୁବାଦର ସ୍ପଷ୍ଟତା ଓ ସ୍ଵାଭାବିକତାକୁ ଯାଞ୍ଚ୍ କରିବାରେ ସହାୟକ ହେବ ଏବଂ ସମାନ ବିଷୟକୁ ବିକଳ୍ପ (ଗୋଟିଏ ଛାଡ଼ି ଗୋଟିଏ କହିବା) ମାଧ୍ୟମକୁ ଯୋଗାଇବ ।
  • ପଠନ ପ୍ରଣାଳୀ: ଆପଣଙ୍କୁ ଛାଡ଼ି ଅନ୍ୟ କେହି ଜଣେ, ଅନୁବାଦକ ବା ପରିକ୍ଷକ, ଅନୁବାଦର କିଛି ଅଂଶକୁ ପାଠ କରିବ ଓ ଯେଉଁଠାରେ ଦ୍ଵିଧା ବା ତ୍ରୁଟି ଦେଖାଯାଉଛି, ସେହି ସମୟରେ ଆପଣ ସେଗୁଡ଼ିକୁ ଲେଖି ରଖିବା ଉଚିତ୍ । ଯଦ୍ୱାରା ଏହା ଅନୁବାଦକୁ ପଢିବାରେ ଓ ବୁଝିବାରେ କିପରି ସହଜ ବା କଷ୍ଟକର ହେଉଛି ତାହା ଜଣାଇବ। ପାଠକ ଅନୁବାଦକୁ ପଢିବା ବେଳେ କେଉଁ କେଉଁ ସ୍ଥାନରେ ଦ୍ଵିଧା ମନେ ଓ ତ୍ରୁଟି କଲେ, ସେହି ସ୍ଥାନକୁ ଦେଖନ୍ତୁ ଓ ଅନୁବାଦର କେଉଁ ଅଂଶ କଷ୍ଟକର ଥିଲା ତାହା ଅନୁଧ୍ୟାନ କରନ୍ତୁ ।

ଆପଣ ସେହି ମୁହୂର୍ତ୍ତରେ ଅନୁବାଦକୁ ସଂଶୋଧନ କରିପାରନ୍ତି, ଯଦ୍ୱାରା ଏହା ପଢିବା ଓ ବୁଝିବା ପାଇଁ ସରଳ ହେବ।

  • ବିକଳ୍ପ ଅନୁବାଦଗୁଡ଼ିକ ଯୋଗାଇବା: ଆପଣ କୌଣସି ଏକ ଶବ୍ଦ ଓ ବାକ୍ୟାଂଶକୁ ସଠିକ୍ ଭାବେ ପ୍ରକାଶ କରିବାରେ ନିଶ୍ଚିତ ନ ଥିବା କ୍ଷେତ୍ରରେ, ବିକଳ୍ପ ଅନୁବାଦ ପାଇଁ ଅନ୍ୟକୁ କହନ୍ତୁ କିମ୍ବା ଦୁଇଟି ବିକଳ୍ପ ଅନୁବାଦକୁ ଚୟନ କରିବାର ପ୍ରସ୍ତାବ ରଖନ୍ତୁ ଓ କେଉଁ ବିକଳ୍ପ ଅନୁବାଦଟି ଅଧିକ ସ୍ପଷ୍ଟ ବୋଲି ଲୋକମାନେ ଚିନ୍ତା କରୁଛନ୍ତି ତାହା ଦେଖୁନ୍ତୁ ।
  • ସମୀକ୍ଷାକାରୀଙ୍କ ନିବେଶ: ଆପଣ ଯାହାଙ୍କୁ ସମ୍ମାନ ଦିଅନ୍ତି, ସେମାନେ ଆପଣଙ୍କ ଅନୁବାଦକୁ ପାଠ କରନ୍ତୁ । ଆପଣ କେଉଁ କେଉଁ ସ୍ଥାନରେ ଉନ୍ନତି କରିବା ଆବଶ୍ୟକ, ତାହାକୁ ଲେଖି ଆପଣଙ୍କୁ କହିବା ପାଇଁ ସେମାନଙ୍କୁ କହନ୍ତୁ। ଉତ୍ତମ ଶବ୍ଦ ଚୟନ, ସ୍ଵାଭାବିକ ଭାବବ୍ୟକ୍ତ କରୁଥିବା ବାକ୍ୟାଂଶ, ଏବଂ ଏପରିକି ସଠିକ୍ ବନାନ ପ୍ରତି ଧ୍ୟାନ ଦିଅନ୍ତୁ।
  • ଆଲୋଚନା କରିବା ଦଳଗୁଡ଼ିକ: ଆପଣ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ଲୋକମାନଙ୍କ ଦଳରେ ଅନୁବାଦକୁ ଉଚ୍ଚ ସ୍ଵରରେ ପଢିବେ ଏବଂ ଅନ୍ୟମାନେ ସ୍ପଷ୍ଟତା ପାଇଁ ପ୍ରଶ୍ନ ପଚାରିବେ । ସେମାନେ କଷ୍ଟକର ଶବ୍ଦଗୁଡ଼ିକୁ ସହଜଲଭ୍ୟ କରି ବିକଳ୍ପ ଶବ୍ଦ ଓ ଭାବବ୍ୟକ୍ତ ବାକ୍ୟାଂଶକୁ ବ୍ୟବହାର କରୁଥିବା ଶବ୍ଦ ପ୍ରତି ଧ୍ୟାନ ଦିଅନ୍ତୁ, ହୋଇପାରେ ଅନୁବାଦରେ ଥିବା ଶବ୍ଦ ଓ ବାକ୍ୟାଂଶ ଅପେକ୍ଷା ଏହି ବିକଳ୍ପ ଶବ୍ଦ ଓ ଭାବବ୍ୟକ୍ତ ବ୍ୟାକ୍ୟାଂଶଗୁଡ଼ିକ ଉତ୍ତମ ଅଟେ । ଯେଉଁ ଯେଉଁ ସ୍ଥାନରେ ଲୋକମାନେ ଅନୁବାଦକୁ ବୁଝିପାରୁ ନାହାନ୍ତି, ତହିଁ ପ୍ରତି ଧ୍ୟାନ ଦିଅନ୍ତୁ ଓ ସେଗୁଡ଼ିକୁ ଅଧିକ ସ୍ପଷ୍ଟ କରିବା ପାଇଁ କାର୍ଯ୍ୟ କରନ୍ତୁ ।