or_ta/checking/authority-process/01.md

4.1 KiB
Raw Permalink Blame History

ବର୍ଣ୍ଣନା କରିବା

ପ୍ରତ୍ୟେକ ଲୋକଦଳରେ ଥିବା ମଣ୍ଡଳୀମାନେ ସେମାନଙ୍କ ଭାଷାରେ ଅନୁବାଦ ହୋଇଥିବା ବାଇବଲ ଭାଷାର ଯୋଗ୍ୟତା ଭଲ ଅଛି କିମ୍ବା ଭଲ ନୁହେଁ ଏହି ନିଷ୍ପତି ନେବାର ଅଧିକାର ସେମାନଙ୍କର ଅଟେ । ବାଇବଲ ଅନୁବାଦ (ଯାହାକି ସ୍ଥାୟୀ)କୁ ଯାଞ୍ଚ୍ କରି ଅନୁମୋଦନ କରିବାର ଅଧିକାର, କ୍ଷମତାଠାରୁ ଭିନ୍ନ ଅଟେ କିମ୍ବା ବାଇବଲ ଅନୁବାଦ (ଯାହାକୁ ବୃଦ୍ଧି କରାଯାଇପାରିବ), ଏହା ଯାଞ୍ଚ୍ ପ୍ରକ୍ରିୟାକୁ କାର୍ଯ୍ୟରେ ପରିଣତ କରିବା କ୍ଷମତା ଭିନ୍ନ ଅଟେ। ଯୋଗ୍ୟତାକୁ ନିର୍ଦ୍ଧାରଣ କରିବାର ଅଧିକାର ମଣ୍ଡଳୀର ରହିଅଛି, ଆଉ ସେମାନଙ୍କର ବର୍ତ୍ତମାନର କ୍ଷମତା, ଅନୁଭୂତି, କିମ୍ବା ସମ୍ବଳର ବ୍ୟବହାର ଯାହାକି ବାଇବଲ ଅନୁବାଦର ଯାଞ୍ଚ୍ କୁ ସହଜ କରିବାର ମଧ୍ୟ ସେମାନଙ୍କର ସ୍ଵାଧିନ ଅଟେ । ଏଣୁ ଯେବେ କୌଣସି ନିର୍ଦ୍ଧିଷ୍ଟ ଭାଷା ଦଳରେ ଥିବା ମଣ୍ଡଳୀର ନିଜ ବାଇବଲ ଅନୁବାଦକୁ ଯାଞ୍ଚ୍ ଓ ଅନୁମୋଦନ କରିବାର ଅଧିକାର ରହିଅଛି, ତେବେ ମୁକ୍ତଶବ୍ଦ ଉପକରଣ, ଅନୁବାଦ ଶିକ୍ଷାନୁଷ୍ଠାର ଶିକ୍ଷା ଅଂଶ, ଯାହାକି ନିଶ୍ଚିତ କରିବା ପାଇଁ ପରିକଳ୍ପିତ ଯେ ମଣ୍ଡଳୀର ମଧ୍ୟ ନିଜର ସର୍ବକୃଷ୍ଟ ପ୍ରକ୍ରିୟାକୁ ବ୍ୟବହାର କରି ସେମାନଙ୍କର ବାଇବଲ ଅନୁବାଦର ଗୁଣ /ଯୋଗ୍ୟତାକୁ ଯାଞ୍ଚ୍ କରିବା ପାଇଁ ସାମର୍ଥ୍ୟ ରହିଛି ।

ଏହି ନମୁନା ଅନୁବାଦର ଯୋଗ୍ୟତାକୁ ସତ୍ୟ ବୋଲି ଦୃଢ ଘୋଷଣା କରିବା ତିନି ଗୋଟି ଶ୍ରେଣୀବଦ୍ଧତାର ପନ୍ଥାକୁ ପ୍ରସ୍ତାବ କରିବା ସଙ୍ଗେ ସଙ୍ଗେ ଲୋକଦଳ ମଧ୍ୟରେ ଥିବା ମଣ୍ଡଳୀର ତିନୋଟି ସାଧାରଣ ସ୍ତରଗୁଡିକର ଅଧିକାରକୁ ପ୍ରତିଫଳିତ କରିବା ପାଇଁ ପରିକଳ୍ପିତ ଅଟେ ।

  • କ୍ଷମତା ସ୍ତର ୧: ମଣ୍ଡଳୀ ଆଧାରିତ ଅନୁବାଦକ ଦଳ ଦ୍ଵାରା ନିର୍ଦ୍ଧାରିତ ।
  • କ୍ଷମତା ସ୍ତର : ଭାଷାଦଳରେ ଥିବା ଭିନ୍ନ ଭିନ୍ନ ମଣ୍ଡଳୀ ସମ୍ମିଳନୀର ସଭ୍ୟମାନେ, ଓ ଭାଷା ସଂପ୍ରଦାୟ ସହିତ ଜଡିତ ହୋଇ ଭାଷା ଜ୍ଞାନ ଥିବା ପାଳକ/ପ୍ରାଚୀନାମାନଙ୍କ ସହମତି ଦ୍ଵାରା ନିର୍ଦ୍ଧାରିତ ।
  • କ୍ଷମତା ସ୍ତର ୩: ନିର୍ଦ୍ଧିଷ୍ଟ ଭାଷା କହୁଥିବା ଲୋକଦଳରେ କାର୍ଯ୍ୟରତ ରହିଥିବା ମଣ୍ଡଳୀ ସମ୍ମିଳନୀର ନେତୃତ୍ଵ ଦ୍ଵାରା ନିର୍ଦ୍ଧାରିତ ।

ଅନୁବାଦକୁ ଯାଞ୍ଚ୍ କରିବା ନିମନ୍ତେ ଥିବା ପ୍ରକ୍ରିୟାକୁ “ଯାଞ୍ଚ୍ ପ୍ରକ୍ରିୟା” ନାମକ ବିଷୟର ଅଧିନରେ ଥିବା ଶିକ୍ଷା ଅଂଶରେ ବର୍ଣ୍ଣନା କରାଯିବ ।