or_ta/checking/authority-level3/01.md

2.6 KiB

କ୍ଷମତା ସ୍ତର ୩: ମଣ୍ଡଳୀର ନେତାଗଣଙ୍କ ଦ୍ଵାରା ଦୃଢ ଘୋଷଣା

ମୂଳ ଲେଖାର ଅଭିପ୍ରାୟ ସହିତ, ଆହୁରି ମଧ୍ୟ ମଣ୍ଡଳୀ ଇତିହାସ ଓ ବିଶ୍ଵ ମଣ୍ଡଳୀର ହିତଜନକ ଶିକ୍ଷା ସହ ଏହି ଅନୁବାଦ ଯେ ଏକମତ, ଏହାକୁ ଦୃଢ ରୁପେ ପ୍ରତିପାଦନ କରିବା, ଏହି ସ୍ତରର ଉଦ୍ଦେଶ୍ୟ ଅଟେ ।

ଏହି ସ୍ତରକୁ ସମ୍ପୂର୍ଣ୍ଣ କରିବା ପାଇଁ, ଅନୁବାଦକ ଦଳ ଉକ୍ତ ଭାଷା କହୁଥିବା ମଣ୍ଡଳୀର ନେତାଗଣଙ୍କ ଦ୍ଵାରା ସମୀକ୍ଷା କରିବା ପାଇଁ ଅନୁବାଦଟିକୁ ସେମାନଙ୍କୁ ପ୍ରଦାନ କରିବେ । ଯେତେ ସମ୍ଭବ ଏହି ଭାଷା ସଂପ୍ରଦାୟରେ ଥିବା ଅଧିକରୁ ଅଧିକ ମଣ୍ଡଳୀର ନେତାଗଣ ଯଦି ପ୍ରତିନିଧିତ୍ଵ କରନ୍ତି, ତେବେ ବହୁତ ଭଲ ହୁଅନ୍ତା । ଅନେକ ମଣ୍ଡଳୀ ପରସ୍ପର ସଂଯୁକ୍ତ ଥିବା ନେତୃତ୍ଵର ସାମୂହିକ ସହମତି ଦ୍ଵାରା ଏହି ତୃତୀୟ ସ୍ତରକୁ ସମ୍ପୂର୍ଣ୍ଣ କରାଯାଇପାରିବ ।

ଅନୁବାଦକ ଦଳ ଅନୁବାଦକୁ ସଂଶୋଧନ କରିବେ, ଯଦ୍ୱାରା ଏହି ଅନୁବାଦ ଯେ ନିର୍ଭୁଲ ଓ ସେମାନଙ୍କ ମଣ୍ଡଳୀ ସମାଜ ଦ୍ଵାରା ଗ୍ରହଣଯୋଗ୍ୟ ହେବା, ଏହାକୁ ଅନେକ ମଣ୍ଡଳୀର ସମଷ୍ଟିରେ ଗଠିତ ଅନୁଷ୍ଠାନ ଦୃଢ ରୂପେ ଘୋଷଣା କରିବ ।

ଦୁଇରୁ ଉର୍ଦ୍ଧ ମଣ୍ଡଳୀ ସମ୍ମିଳନୀର ନେତୃବୃନ୍ଦ (କିମ୍ବା ପ୍ରତିନିଧିଗଣ), ଯେଉଁମାନେକି ଅନୁବାଦର ନୀତି ନିୟମ ସହ ସୁପରିଚିତ ଓ ବାଇବଲ ଭିତ୍ତିକ ଭାଷା ବିଷୟବସ୍ତୁରେ ତାଲିମପ୍ରାପ୍ତ, ଯେବେ ଅନୁବାଦକୁ ଏପରି ବ୍ୟକ୍ତିମାନଙ୍କ ଦ୍ଵାରା ତନ୍ନ ତନ୍ନ କରି ଯାଞ୍ଚ୍ କରାଯିବ ଓ ଅନୁମୋଦିତ ହେବ, ତେବେ ହିଁ ତୃତୀୟ ସ୍ତର ସମ୍ପୂର୍ଣ୍ଣ ହେବ ।