or_ta/checking/authority-level2/01.md

3.0 KiB
Raw Permalink Blame History

କ୍ଷମତା ସ୍ତର : ସମାଜ ଦ୍ଵାରା ଦୃଢ ଘୋଷଣା

ଏହି ସ୍ତରର ଉଦ୍ଦେଶ୍ୟ ଦୁଇ ପରସ୍ତ ଅଟେ:

  1. ଭାଷା ସଂପ୍ରଦାୟର ପ୍ରତିନିଧିତ୍ଵମାନଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯାଇ ଅନୁବାଦରେ ବ୍ୟବହୃତ ଭାଷା ଗଠନର କାର୍ଯ୍ୟକାରିତାକୁ ସତ୍ୟ ବୋଲି ଘୋଷଣା କରିବା ।
  2. ଏହାକୁ ବ୍ୟବହାର କରୁଥିବା ସ୍ଥାନୀୟ ମଣ୍ଡଳୀର ପାଳକ ଓ ନେତାମାନଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯିବା ଅନୁଯାଇ ଅନୁବାଦର ନିର୍ଭୁଲତାକୁ ସତ୍ୟ ବୋଲି ଘୋଷଣା କରିବା ।

ଏହି ସ୍ତରରେ, ଯାଞ୍ଚ୍ ପ୍ରକ୍ରିୟାରେ ଥିବା “ଦୁଇ କିମ୍ବା ତିନି ସାକ୍ଷୀଙ୍କ ସାକ୍ଷ୍ୟ” ର ଚିନ୍ତାଧାରାକୁ ନମୁନା ଭାବେ କାର୍ଯ୍ୟରେ ପରିଣତ କରିଥାଏ ।

ଏହି ସ୍ତରକୁ ସଂପୂର୍ଣ୍ଣ କରିବା ପାଇଁ, ଅନୁବାଦକ ଦଳ ଏହି ଅନୁବାଦକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କୁ ଦେବେ ଯେଉଁମାନେକି ଏହି ଅନୁବାଦକୁ ବ୍ୟବହାର କରିବେ । ଭାଷା ସଂପ୍ରଦାୟର ସଭ୍ୟମାନେ ସୁସ୍ପଷ୍ଟତାସ୍ଵାଭାବିକତା ନିମନ୍ତେ ଉକ୍ତ ଅନୁବାଦକୁ ସମୀକ୍ଷା କରିବେ ।

ତା’ପରେ ଅନୁବାଦକ ଦଳ ଏହି ଅନୁବାଦକୁ ଭାଷା ସଂପ୍ରଦାୟର ମଣ୍ଡଳୀ ନେତାମାନଙ୍କୁ ପ୍ରଦାନ କରିବେ ଯେଉଁମାନେକି ଉକ୍ତ ଅନୁବାଦକୁ ବ୍ୟବହାର କରିବେ । ଏହି ମଣ୍ଡଳୀ ନେତାଗଣ ଅନୁବାଦକୁ ମୂଳ ଭାଷା, ବ୍ୟାଖ୍ୟାମୂଳକ ଉତ୍ସ, ବିଶ୍ଵାସର ଉକ୍ତି ଓ [ଅନୁବାଦର ନିୟମାବଳୀ] ବ୍ୟବହାର କରି ନିର୍ଭୁଲତା ନିମନ୍ତେ ଏହାକୁ ସମୀକ୍ଷା କରିବା ।

ଅନୁବାଦକ ଦଳ ସେହି ସମୀକ୍ଷକୁ ଆଧାର କରି ଅନୁବାଦରେ ସଂଶୋଧନ କରିବେ, ଯଦ୍ୱାରା ଭାଷା ସଂପ୍ରଦାୟର ଲୋକମାନେ ଦୃଢ ନିଶ୍ଚିତ ହେବେ ଯେ ଏହା ସ୍ଵାଭାବିକ ଓ ସ୍ପଷ୍ଟ ଅଟେ, ଯଦ୍ୱାରା ମଣ୍ଡଳୀର ନେତାଗଣ ମଧ୍ୟ ନିଶ୍ଚିତ କରିବେ ଯେ ଏହା ନିର୍ଭୁଲତା ଅଟେ ।