or_obs-tn/content/08/15.md

2.7 KiB

ଚୁକ୍ତିର ପ୍ରତିଜ୍ଞା

ଅନେକ ବର୍ଷ ପୂର୍ବରୁ ଈଶ୍ଵର ଅବ୍ରହାମଙ୍କ ସହ ଏକ ନିୟମ କରିଥିଲେ ଏବଂ ସେ ପ୍ରତିଜ୍ଞା କରିଥିଲେ ଯେ ସେ ତାହାଙ୍କ ବଂଶଧରକୁ ଅନେକ କରିବେ; ସେମାନେ କିଣାନ ଦେଶ ଅଧିକାର କରିବେ ଏବଂ ଏକ ମହାନ୍ ଦେଶ ହେବେ । ଈଶ୍ଵର ଆହୁରି ପ୍ରତିଜ୍ଞା କଲେ ଯେ ଅବ୍ରହାମଙ୍କ ବଂଶରେ ଥିବା ସମସ୍ତ ଲୋକ ଆଶୀର୍ବାଦପ୍ରାପ୍ତ ହେବେ । 07-10. ମଧ୍ୟ ଦେଖନ୍ତୁ ।

ସେମାନଙ୍କୁ ଦିଆଗଲା

ଏହାକୁ ଅନ୍ୟ ଭାବରେ କହିଲେ “ପୂର୍ବ ଲୋକମାନଙ୍କଠାରୁ ସେମାନଙ୍କ ନିକଟକୁ ଗଲା” କିମ୍ବା “ଦିଆଗଲା” କିମ୍ବା “ପ୍ରୟୋଗ କରାଗଲା ।” ଅବ୍ରହାମଙ୍କ ପ୍ରତି ଥିବା ଈଶ୍ଵରଙ୍କ ପ୍ରତିଜ୍ଞା ଅବ୍ରହାମଙ୍କ ସନ୍ତାନମାନଙ୍କ ନିମନ୍ତେ, ସନ୍ତାନମାନଙ୍କର ସନ୍ତାନମାନଙ୍କ (ପ୍ରପୌତ୍ର) ଓ ତାହାଙ୍କ ଅବଶିଷ୍ଟ ବଂଶଧରଙ୍କ ନିମନ୍ତେ ମଧ୍ୟ ଥିଲା । 06-04 ମଧ୍ୟ ଦେଖନ୍ତୁ ।

ଇସ୍ରାଏଲର ବାରଗୋଷ୍ଠୀ

ଈଶ୍ଵର ଅବ୍ରହାମ,ଇସ୍‍ହାକ ଓ ଯାକୁବଙ୍କୁ ପ୍ରତିଜ୍ଞା କରି କହିଥିଲେ ଯେ ତାହାଙ୍କ ବଂଶଧର ଏକ ବୃହତ୍ ଦେଶରେ ପରିଣତ ହେବେ । ଈଶ୍ଵର ତା’ପରେ ଯାକୁବଙ୍କ ନାମକୁ ଇସ୍ରାଏଲ ନାମରେ ପରିବର୍ତ୍ତନ କଲେ । ଯାକୁବଙ୍କ 12 ଜଣ ପୁତ୍ରଙ୍କ ବଂଶଧର 12 ମହାନ୍ ଜାତି ହେଲେ । ଏହି 12 ଗୋଷ୍ଠୀ ଇସ୍ରାଏଲ ନାମରେ କଥିତ ପ୍ରାଚୀନ ଦେଶ ଗଠନ କରିଥିଲେ, ଯାହା ଯାକୁବଙ୍କ ନୂତନ ନାମ ଅନୁଯାୟୀ ନାମିତ ଥିଲା ।

ଏକ ବାଇବଲରୁ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ:

ଆଦିପୁସ୍ତକ 37

50