or_tw/bible/other/tomb.md

5.7 KiB
Raw Permalink Blame History

କବର, କବର ଖନନକାରୀ, କବର, ସମାଧିସ୍ଥଳ

ପରିଭାଷା:

“କବର” ଏବଂ “ସମାଧି” ଏକ ସ୍ଥାନକୁ ବୁଝାଏ ଯେଉଁଠାରେ ଲୋକମାନେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଶବକୁ ରଖନ୍ତି | ଏକ “ସମାଧି ସ୍ଥାନ” ଏକ ସାଧାରଣ ଶବ୍ଦ ଅଟେ ଯାହା ଏହାକୁ ମଧ୍ୟ ସୂଚାଏI

  • ଯିହୂଦୀମାନେ ବେଳେବେଳେ ପ୍ରାକୃତିକ ଗୁମ୍ଫାଗୁଡ଼ିକୁ ସମାଧି ଭାବରେ ବ୍ୟବହାର କରୁଥିଲେ, ଏବଂ ବେଳେବେଳେ ସେମାନେ ଏକ ପାହାଢ଼ କଡ଼ରେ ପ୍ରସ୍ତର ଭିତରେ ଗୁମ୍ଫା ଖୋଳି ସମାଧି ଭାବରେ ବ୍ୟବହାର କରୁଥିଲେ I
  • ନୂତନ ନିୟମ ସମୟରେ, ଗୋଟିଏ ବିରାଟ ଓଜନିଆ ପ୍ରସ୍ତରକୁ ଗଡ଼ାଇ ସମାଧି ସ୍ଥଳର ପ୍ରବେଶ ଦ୍ୱାର ସମ୍ମୁଖରେ ସମାଧିକୁ ବନ୍ଦ ରଖିବାକୁ ଏକ ସାଧାରଣ ବିଷୟଥିଲା I
  • ଯଦି ସମାଧି ଶବ୍ଦ ସ୍ଥାନୀୟ ଭାଷାରେ କେବଳ ଏକ ଗର୍ତ୍ତକୁ ବୁଝାଏ ଯହିଁରେ ମୃତ ଶରୀରକୁ ରଖାଯାଇପାରିବ, ତେବେ ଏହାକୁ ଅନ୍ୟ ଭାବରେ ଅନୁବାଦ କରିବା ନିମନ୍ତେ “ଗୁମ୍ଫା” ବା “ଏକ ପାହାଡ ପାର୍ଶ୍ୱରେ ଥିବା ଏକ ଗର୍ତ୍ତ” ଶବ୍ଦକୁ ବ୍ୟବହାର କରାଯାଇପାରିବ I
  • “ସମାଧି” ବାକ୍ୟାଂଶ ଅନେକ ସମୟରେ ସାଧାରଣ ଅର୍ଥରେ ଏବଂ ଆଳଙ୍କାରିକ ଭାବରେ ମୃତାବସ୍ଥା ବା ଯେଉଁଠାରେ ମୃତଲୋକମାନଙ୍କ ଆତ୍ମାଗୁଡ଼ିକ ଥାଏ ବୁଝାଏ I

(କବର ଦେବାମୃତ୍ୟୁ: ଦେଖନ୍ତୁ)

ବାଇବେଲ   ପଦପାର୍ବ:

ବାଇବେଲ କାହାଣୀରୁ ଉଦାହାରଣଗୁଡ଼ିକ:

  • 32:4 ଲୋକଟି ସେହି ଅଞ୍ଚଳର ସମାଧି ସ୍ଥାନଗୁଡ଼ିକରେ ବାସ କରୁଥିଲା I
  • 37:6 ଯୀଶୁ ସେମାନଙ୍କୁ ପଚାରିଲେ,”ତୁମ୍ଭେମାନେ ଲାଜାରଙ୍କୁ କେଉଁଠାରେ ରଖିଅଛ ?” ସେମାନେ ତାହା କହିଲେ, “ସମାଧିରେ, ଆସି ଦେଖନ୍ତୁ I”
  • 37:7 ସମାଧି ଏକ ଗୁମ୍ଫାଥିଲା ଏବଂ ତାହାର ମୁହଁରେ ଗୋଟିଏ ପ୍ରସ୍ତର ରଖାଯାଇଥିଲା I
  • 40:9 ତାହାପରେ ଯୋଷେଫ ଏବଂ ନୀକଦୀମ ନାମକ ଦୁଇଜଣ ଯିହୂଦୀ ନେତା ଯେଉଁମାନେ ଯୀଶୁ ଯେ ମସୀହ ଅଟନ୍ତି ବୋଲି ବିଶ୍ୱାସ କରିଥିଲେ; ସେମାନେ ପିଲାତଙ୍କୁ ଯୀଶୁଙ୍କ ଶରୀର ମାଗିଲେ I ସେମାନେ ତାହାଙ୍କ ଶରୀରକୁ ଲୁଗାରେ ଗୁଡାଇଲେ ଏବଂ ପ୍ରସ୍ତରରେ ଖୋଳାହୋଇଥିବା ଏକ ସମାଧିରେ ରଖିଲେ I ତାହାପରେ ସେମାନେ ଏକ ବିରାଟ ପ୍ରସ୍ତରକୁ ସମାଧି ସମ୍ମୁଖରେ ଦ୍ୱାର ବନ୍ଦ କରିବା ନିମନ୍ତେ ଗଡ଼ାଇ ଦେଲେ I
  • 41:4 ସେ (ଦୂତ) ସମାଧି ସ୍ଥଳର ସମ୍ମୁଖରେ ଥିବା ପ୍ରସ୍ତରକୁ ଗଡ଼ାଇ ଦେଲେ ଏବଂ ତାହା ଉପରେ ବସିଲେ I ସମାଧିକୁ ଜଗି ରହିଥିବା ସୈନ୍ୟମାନେ ଭୟଭୀତ ହେଲେ ଏବଂ ମୃତ ବ୍ୟକ୍ତିମାନଙ୍କ ପରି ଭୂମିରେ ମୁହଁ ମାଡ଼ି ପଡ଼ିରହିଲେ I
  • 41:5 ଯେତେବେଳେ ସ୍ତ୍ରୀଲୋକମାନେ ଆସି ସମାଧିରେ ପହଞ୍ଚିଲେ, ଦୂତ ସେମାନଙ୍କୁ କହିଲେ, “ଭୟ କରନାହିଁ I ଯୀଶୁ ଏଠାରେ ନାହାନ୍ତି I ସେ ଯେପରି କହିଥିଲେ, ସେହିପରି ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି! ତୁମ୍ଭେମାନେ ସମାଧିକୁ ଏବଂ ଦେଖ I” ସ୍ତ୍ରୀଲୋକମାନେ ସମାଧି ଦେଖିଲେ ଏବଂ ଯେଉଁଠାରେ ଯୀଶୁଙ୍କ ଶରୀର ରଖାଯାଇଥିଲା ତାହା ଦେଖିଲେ I ସେଠାରେ ତାହାଙ୍କ ଶରୀର ନଥିଲା !

ଶବ୍ଦବିନ୍ୟାସ:

  • Strongs: H1430, H6900, H6913, H7585, H7845, G34180, G34190, G50280