or_tw/bible/other/run.md

4.7 KiB
Raw Permalink Blame History

ଦୌଡିବା, ଦୌଡ଼ାଳି, ଦ୍ରୁତଗତି, ଶୀଘ୍ର ଗଲେ, ବିଛାଡ଼ି ହେବା, ପ୍ରବାହିତ ହେବା

ପରିଭାଷା:

ଆକ୍ଷରିକ ଭାବରେ  “ଦୌଡିବା” ଶବ୍ଦର ଅର୍ଥ  “ପାଦରେ ଶୀଘ୍ର ଗତି କରିବା” ଅଟେ ଯାହା ସାଧାରଣତଃ ଚାଲିବା ଅପେକ୍ଷା ଅଧିକତର ବେଗରେ ହାସଲ କରାଯାଇପାରେ I

“ଦୌଡିବା” ଶବ୍ଦର ଏହି ମୁଖ୍ୟ ଅର୍ଥ ମଧ୍ୟ ଆଳଙ୍କାରିକ ଭାବରେ ବ୍ୟକ୍ତ କରାଯାଇଥାଏ, ଯଥା:

  • “ପୁରସ୍କାର ପାଇବା ଭଳି ଦୌଡିବା“- ଏହି ବାକ୍ୟାଂଶ ପ୍ରତିଯୋଗିତାରେ ବିଜୟ ଲାଭ କରିବା ନିମନ୍ତେ ଅଧ୍ୟବସାୟ କରିବା ଭଳି ଈଶ୍ୱରଙ୍କ ଇଚ୍ଛା ସାଧନ କରିବା ନିମନ୍ତେ ଅଧ୍ୟବସାୟ କରିବାକୁ ବୁଝାଏ I
  •  “ତୁମ୍ଭର ଆଜ୍ଞାର ମାର୍ଗରେ ଦୌଡିବା“— ଅର୍ଥ ଆନନ୍ଦ ମନରେ ଏବଂ ଶୀଘ୍ର ଈଶ୍ୱରଙ୍କ ଆଜ୍ଞାସବୁକୁ ପାଳନ କରିବାକୁ ବୁଝାଏ I
  •  “ଅନ୍ୟ ଦେବତାଗଣର ପଛରେ ଦୌଡିବା” ଅର୍ଥ ଅନ୍ୟ ଦେବତାଗଣ ପୂଜା କରିବାରେ ନିବିଷ୍ଟ ହୋଇ ରହିବାକୁ ବୁଝାଏI
  •  “ମୁଁ ତୁମ୍ଭଠାରେ ଲୁଚିବାକୁ ତୁମ୍ଭନିକଟକୁ ଦୌଡି ଆସିଲି” ଅର୍ଥାତ୍ କଠିନ ପରିସ୍ଥିତିର ସମ୍ମୁଖିନ ହେଲେ ଆଶ୍ରୟ ଏବଂ ନିରାପତ୍ତା ନିମନ୍ତେ ଶୀଘ୍ର ଈଶ୍ୱରଙ୍କ ନିକଟକୁ ଦୌଡି ଆସିବାକୁ ବୁଝାଏ I
  • ପାଣି ବା ଅନ୍ୟ ଜଳୀୟ ବିଷୟଗୁଡ଼ିକ ଯଥା ଅଶ୍ରୁ, ରକ୍ତ, ଝାଳ, ଏବଂ ନଦୀଗୁଡ଼ିକ  “ବହେ” ବୋଲି କୁହାଯାଏ  I ଏହାକୁ “ପ୍ରଭାହିତ ହୁଏ” ବୋଲି ଅନୁବାଦ କରାଯାଇପାରିବ I ଗୋଟିଏ ଦେଶ ବା ଅଞ୍ଚଳର ସୀମା ବା ପ୍ରାନ୍ତ ଗୋଟିଏ  “ନଦୀ ସହିତ ବହେ” ବା ଗୋଟିଏ ଭିନ୍ନ ଦେଶର ସୀମାରେଖା ବୋଲି କୁହାଯାଏ I ଏହାକୁ ଦେଶର ସୀମା  “ନଦୀର“ ଆର ପଟେ” ବା ଅନ୍ୟ ଦେଶ, ସେହି ଦେଶ “ପ୍ରାନ୍ତ ଭାଗକୁ ନଦୀ ସ୍ଥିର କରେ ବା ଅନ୍ୟ ଦେଶ ବୋଲି ଅନୁବାଦ କରାଯାଇପାରେ I
  • ନଦୀ ଏବଂ ଝରଣାଗୁଡ଼ିକ  “ଶୁଷ୍କ ହୋଇଯାଏ” ବା ଶୁଖିଲା ବହେ, ଯାହାର ଅର୍ଥ ସେଗୁଡ଼ିକରେ ଆଉ ଜଳ ନାହିଁ I ଏହାକୁ  “ଶୁଷ୍କ ହୋଇଯାଇଛି” ବା “ଶୁଖି ଯାଇଛି” ବୋଲି ଅନୁବାଦ କରିପାରେ I
  • ଗୋଟିଏ ଉତ୍ସବର ଦିନଗୁଡ଼ିକରେ  “ସେମାନଙ୍କ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରନ୍ତି” ଯାହାର ଅର୍ଥ ସେଗୁଡ଼ିକ ବିତିଗଲା ବା  “ସମାପ୍ତ ହେଲା” ବା  “ଶେଷ ହେଲା” ଅଟେ I

(ଦେଖନ୍ତୁ: ମିଥ୍ୟା ଦେବତାଅଧ୍ୟବସାଆଶ୍ରୟଫେରିବା)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H0213, H0386, H1065, H1272, H1556, H1980, H2100, H2416, H3001, H3212, H3332, H3381, H3920, H3988, H4422, H4754, H4794, H4944, H5074, H5127, H5140, H5472, H5756, H6437, H6440, H6544, H6805, H7272, H7291, H7310, H7323, H7325, H7519, H7751, H8264, H8308, H8444, G04130, G13770, G16010, G15300, G15320, G19980, G27010, G37290, G40630, G43700, G43900, G48900, G49360, G51430, G52400, G52950, G53430