or_tw/bible/other/rebel.md

6.0 KiB
Raw Permalink Blame History

ବିଦ୍ରୋହୀ, ବିଦ୍ରୋହାଚରଣ, ବିଦ୍ରୋହପ୍ରବଣ, ବିଦ୍ରୋହାତ୍ମକ ଭାବ

ପରିଭାଷା:

“ବିଦ୍ରୋହୀ” ଶବ୍ଦ ଜଣକର କ୍ଷମତା ପ୍ରତି ସମର୍ପିତ ହେବା ନିମନ୍ତେ ଅସ୍ୱୀକାର କରିବାକୁ ବୁଝାଏ । ଜଣେ  “ବିଦ୍ରୋହପ୍ରବଣ” ବ୍ୟକ୍ତି ଅନେକ ସମୟରେ ଅବାଧ୍ୟତା ଆଚରଣ କରିଥାଏ ଏବଂ ମନ୍ଦ କାର୍ଯ୍ୟସବୁ କରିଥାଏ। ଏଭଳି ବ୍ୟକ୍ତିକୁ  “ଜଣେ ବିଦ୍ରୋହୀ” ବୋଲି କୁହାଯଏ।

  • ଜଣେ ବ୍ୟକ୍ତି ସେତବେଳେ ବିଦ୍ରୋହ କରେ ଯେବେ ସେ ତାଙ୍କ ଉପର ଅଧିକାରୀମାନେ ତାହାଙ୍କୁ  କୌଣସି ବିଷୟ ନ କରିବାକୁ କହିଥିବା ବିଷୟକୁ କରେ।
  • ଜଣେ ବ୍ୟକ୍ତି ବିଦ୍ରୋହ କରେ ଯେବେ ତାହାର ଅଧିକାରୀମାନେ ତାହାଙ୍କୁ କୌଣସି ବିଷୟ କରିବା ନିମନ୍ତେ ଆଦେଶକୁ ସେ ପ୍ରତ୍ୟାଖ୍ୟାନ କରେ ।
  • ବେଳେବେଳେ ଲୋକମାନେ ସେମାନଙ୍କ ଉପରେ ଶାସନ କରୁଥିବା ଅଧିକାରୀ କିମ୍ବା ନେତାମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥାନ୍ତି।
  • ପ୍ରସଙ୍ଗକୁ ଆଧାର କରି  “ବିଦ୍ରୋହ କରିବା” ଶବ୍ଦକୁ  “ଅବମାନନା କରିବା” କିମ୍ବା  “ବିରକ୍ତିଭାବ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ବିଦ୍ରୋହପ୍ରବଣ” ଶବ୍ଦକୁ “ଅବିରତ ଭାବରେ ଅବାଧ୍ୟ” କିମ୍ବା “ବାଧ୍ୟ ହେବା ନିମନ୍ତେ ମନା କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ବିଦ୍ରୋହାଚରଣ” ଶବ୍ଦକୁ “ବାଧ୍ୟ ହେବାକୁ ପ୍ରତ୍ୟାଖ୍ୟାନ କରିବା” କିମ୍ବା “ଅବାଧ୍ୟ ଆଚରଣ” କିମ୍ବା “ଆଜ୍ଞାଲଙ୍ଘନ କରିବା” ବୋଲି ଅନୁବାଦ କରାଯାଇପାରେ।
  • “ବିଦ୍ରୋହାଚରଣ କରିବା” କିମ୍ବା “ଜଣେ ବିଦ୍ରୋହୀ” ବାକ୍ୟାଂଶ ଏକ ସଂଗଠିତ ହୋଇଥିବା ଲୋକଦଳକୁ ସୂଚାଇ ପାରେ ଯେଉଁମାନେ ସର୍ବସାଧାରଣରେ ଆଜ୍ଞାଲଙ୍ଘନ କରନ୍ତି ଏବଂ ନେତାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରି ଶାସନ କରୁଥିବା ଅଧିକାରୀମାନଙ୍କ ବିରୁଦ୍ଧାଚରଣ କରନ୍ତି। ଅନେକ ସମୟରେ ସେମାନେ ଅନ୍ୟ ଲୋକମାନଙ୍କୁ ସେମାନଙ୍କ ବିଦ୍ରୋହରେ ଯୋଗଦେବାକୁ ଚେଷ୍ଟା କରନ୍ତି।

(ଦେଖନ୍ତୁ: କ୍ଷମତାଶାସନକର୍ତ୍ତା )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • ୧୪:୧୪ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଚାଳିଶ ବର୍ଷ ଧରି ଏଣେତେଣେ ଭ୍ରମଣ କଲା ପରେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ବିଦ୍ରୋହାଚରଣ କରିଥିଲେ ସେ ସମସ୍ତେ ମଲେ।
  • ୧୮:୭ ଇସ୍ରାଏଲ ଜାତିର ଦଶ ଗୋଷ୍ଠୀ ରିହବିୟାମ ବିଦ୍ରୋହ କଲେ_
  • ୧୮:୯ ଯାରବୀୟାମ ଈଶ୍ୱରଙ୍କୁ ବିଦ୍ରୋହ କଲେ ଏବଂ ଲୋକମାନଙ୍କୁ ପାପରେ ପକାଇଲେ।
  • ୧୮:୧୩ ଯିହୂଦାର ଅଧିକାଂଶ ଲୋକମାନେ ମଧ୍ୟ ଈଶ୍ୱରଙ୍କ ବିଦ୍ରୋହାଚରଣ କଲେ ଏବଂ ଅନ୍ୟ ଦେବତାଗଣର ପୂଜା ଉପାସନା କଲେ।
  • :୭ କିନ୍ତୁ କିଛି ବର୍ଷ ପରେ, ଯିହୂଦାର ରାଜା ବାବିଲ ବିରୁଦ୍ଧରେ ବିଦ୍ରୋହାଚରଣ କଲା
  • ୪୫:୩ ତା’ପରେ ସେ (ସ୍ତିଫାନ) କହିଲେ,  “ତୁମ୍ଭେ ଅବାଧ୍ୟ ପୁଣି ବିଦ୍ରୋହୀ ଲୋକ ତୁମ୍ଭେମାନେ ସର୍ବଦା ପବିତ୍ର ଆତ୍ମାଙ୍କୁ ପ୍ରତ୍ୟାଖ୍ୟାନ କର, ଯେପରି ତୁମ୍ଭମାନଙ୍କର ପିତୃପୁରୁଷମାନେ ଈଶ୍ୱରଙ୍କୁ ଅସ୍ୱୀକାର କଲେ ଓ ତାହାଙ୍କର ଭାବବାଦୀମାନଙ୍କୁ ବଧ କଲେ I

ଶବ୍ଦବିନ୍ୟାସ:

  • Strongs: H4775, H4776, H4777, H4779, H4780, H4784, H4805, H5327, H5627, H5637, H6586, H6588, H7846, G38930, G49550