or_tw/bible/other/purple.md

3.7 KiB
Raw Permalink Blame History

ବାଇଗଣିଆ

ସତ୍ୟ ଘଟଣାବଳୀ:

“ବାଇଗଣିଆ” ଶବ୍ଦ ଏକ ରଙ୍ଗର ନାମ ଅଟେ  ଯାହା ନୀଳ ଏବଂ ନାଲି ରଙ୍ଗର ମିଶ୍ରଣକୁ ବୁଝାଏ I

  • ପ୍ରାଚୀନ କାଳରେ, ବାଇଗଣିଆ ରଙ୍ଗ ଏକ କ୍ୱଚିତ୍ ଏବଂ ଅତିଶୟ ବହୁମୂଲ୍ୟ ରଙ୍ଗଥିଲା ଯାହା ରାଜାମାନଙ୍କର ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନଙ୍କର ଲୁଗାଗୁଡ଼ିକୁ ରଙ୍ଗ କରିବା ନିମନ୍ତେ ବ୍ୟବହୃତ ହେଉଥିଲା I
  • ଯେହେତୁ ଏହି ରଙ୍ଗ କରିବା କାର୍ଯ୍ୟ ମୂଲ୍ୟବାନ ଏବଂ ସମୟ-ସାପେକ୍ଷ ଥିଲା, ବାଇଗଣିଆ ବସ୍ତ୍ରକୁ ବିଭବ, ବିଶେଷତ୍ୱ ବା ଭିନ୍ନତା, ଏବଂ ରାଜକୀୟ ଚିହ୍ନ ଭାବରେ ବିବେଚନା କରା ଯାଉଥିଲା I
  • ସମାଗମ ତମ୍ୱୁର ଏବଂ ମନ୍ଦିରର ପରଦାଗୁଡ଼ିକ ନିମନ୍ତେ ଏବଂ ଯାଜକମାନଙ୍କ ଦ୍ୱାରା ପରିଧାନ କରାଯାଉଥିବା ଏଫୋଦ ନିମନ୍ତେ ବାଇଗଣିଆ ରଙ୍ଗକୁ ମଧ୍ୟ ଅନ୍ୟତମ ରଙ୍ଗ ଭାବରେ ବ୍ୟବହାର କରାଯାଉଥିଲା I
  • ବାଇଗଣିଆ ରଙ୍ଗରେ ଡାଇ କରିବା ବା ରଙ୍ଗେଇବା ବିଷୟ ଏକ ପ୍ରକାର ସାମୁଦ୍ରିକ ଶାମୁକାଠାରୁ ଅଣାଯାଇଛି; ଯାହା ଶାମୁକାକୁ ଛେଚି ପେଷିଵା ଦ୍ୱାରା କିମ୍ୱା ଫୁଟାଇଵା ଦ୍ୱାରା କିମ୍ୱା ସେଗୁଡ଼ିକ ଜୀବନ୍ତ ଥିବା ଅବସ୍ଥାରେ ଏହି ଡାଇକୁ ନିସ୍କାସନ କରିବା ନିମନ୍ତେ ସେଗୁଡିକୁ ବାଧ୍ୟ କରାଯାଇଥାଏ I ଏହା ଏକ ବ୍ୟୟବହୁଳ ପ୍ରକ୍ରିୟା ଅଟେ I
  • ରୋମୀୟ ସୈନ୍ୟମାନେ ଯୀଶୁଙ୍କ କ୍ରୁଶାରୋପଣ ପୂର୍ବରୁ ତାହାଙ୍କୁ ଏକ ବାଇଗଣିଆ ରାଜକୀୟ ବସ୍ତ୍ର ପିନ୍ଧାଇଲେ ଯେପରି ଯୀଶୁ ଆପଣାକୁ ଯିହୂଦୀମାନଙ୍କ ରାଜା ଭାବରେ ଦାବୀ କରୁଥିବାରୁ ସେମାନେ ତାହାଙ୍କୁ ପରିହାସ କରିପାରିବେ I
  • ଫିଲିପ୍ପୀ ସହରର ଲୂଦିଆ ନାମ୍ନୀ ଜଣେ ମହିଳା ବାଇଗଣିଆ ବସ୍ତ୍ର ବିକ୍ରୟ କରି ଜୀବିକା ନିର୍ବାହ କରୁଥିଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମ ଗୁଡ଼ିକର ଅନୁବାଦ କରନ୍ତୁ)

(ଦେଖନ୍ତୁ: ଏଫୋଦଫିଲିପ୍ପୀରାଜକୀୟସମାଗମ ତମ୍ୱୁମନ୍ଦିର)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H0710, H0711, H0713, G42090, G42100, G42110