or_tw/bible/other/prostrate.md

3.9 KiB

ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ, ସାଷ୍ଟାଙ୍ଗ ପ୍ରଣିପାତ ହେବା

ସଂଜ୍ଞା:

“ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ” ପ୍ରତିଶବ୍ଦର ଅର୍ଥ ମୁଖକୁ ସମ୍ମୁଖରେ ରଖି ଲମ୍ବା ହୋଇ ପଡିବା, ଭୂମିରେ ସିଧା ପଡ଼ିଯିବା ବିଷୟକୁ ବୁଝାଏ I

  • ଜଣକ ସମ୍ମୁଖରେ “ସାଷ୍ଟାଙ୍ଗ” ହୋଇ ପଡ଼ିବା” କିମ୍ୱା “ନିଜକୁ ସାଷ୍ଟାଙ୍ଗ କରି ପକାଇବା” ଅର୍ଥ ସେହି ବ୍ୟକ୍ତିର ସାମ୍ନାରେ ହଠାତ୍ ଅତିଶୟ ନଇଁ ଯିବା ଅଟେ I
  • ସାଧାରଣତଃ, ଲମ୍ବା ହୋଇ ପଡିଯିବା ଅବସ୍ଥା ବା ଅବସ୍ଥିତି ଶଙ୍କା, ଚକିତ ହେବା, ଏବଂ ଭୟ ପ୍ରକାଶନର ଏକ ପ୍ରତ୍ୟୁତ୍ତର ଅଟେ I

ଏହା ମଧ୍ୟ ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ ବା ଦଣ୍ଡବତ ହୋଇଥିବା ବ୍ୟକ୍ତି ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ଅଟେ I

  • ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ କରିବା ମଧ୍ୟ ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ଏକ ଉପାୟ ବା ପଦ୍ଧତି ଅଟେ I

ଯେତେବେଳେ ସେ କୌଣସି ଗୋଟିଏ ଆଶ୍ଚର୍ଯ୍ୟକର୍ମ କଲେ କିମ୍ୱା ତାଙ୍କୁ ଜଣେ ମହାନ ଗୁରୁ ବା ଶିକ୍ଷକ ଭାବରେ ଅନେକ ସମୟରେ ଲୋକମାନେ ଯୀଶୁଙ୍କ ପ୍ରତି ଏଭଳି ଭାବରେ ଧନ୍ୟବାଦଜ୍ଞାପନ ଏବଂ ଉପାସନା ଦ୍ୱାରା ଆପଣାମାନଙ୍କର ପ୍ରତ୍ୟୁତ୍ତର ଦେଲେ I

  • ପୂର୍ବାପର ସମ୍ୱନ୍ଧ ରକ୍ଷା କରି ପୃଷ୍ଠଭୂମି ଅନୁସାରେ “ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ କଲେ” ପଦକୁ “ମୁଖକୁ ଭୂମି ସହିତ ଲଗାଇ ନମ୍ର ଭାବରେ ଝୁଙ୍କିଯିବା” କିମ୍ୱା “ତାହାଙ୍କ ଛାମୁରେ ମୁଖ ଅବନତ କରି ତଳେ ପଡିଯିବା” କିମ୍ୱା “ଆଶ୍ଚର୍ଯ୍ୟଚକିତ ହୋଇ ତଳେ ନଇଁ ପଡିବା’ କିମ୍ୱା “ଉପାସନା କରିବା ଓ ପ୍ରଣାମ କରିବା” ବୋଲି ଅନୁବାଦରେ ଅନ୍ତର୍ଭୁକ୍ତ କରାଯାଇପାରେ I
  • ଆପଣାମାନଙ୍କୁ ଅବନତ ବା ଭୂମିଷ୍ଠ କରିବ ନାହିଁ” ଅର୍ଥ “ଉପାସନା କରିବ ନାହିଁ” କିମ୍ୱା “ମୁହଁ ପାତି ପଡ଼ିଵ ନାହିଁ ଓ ଉପାସନା କରିବ ନାହିଁ I
  • “ସେ ଆପଣାକୁ ଭୂମିଷ୍ଠ ପ୍ରଣାମ କରିଲା” ପଦ ମଧ୍ୟ “ଉପାସନା କରିବା” କିମ୍ୱା “ସମ୍ମୁଖରେ ନଇଁ ଯିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

(ଆହୁରି ମଧ୍ୟ ଦେଖ: ବିସ୍ମୟ, ନତମସ୍ତକ)

ବାଇବଲ ପଦଗୁଡ଼ିକ:

ବୋର୍ଡ ଡାଟା :

  • Strong's: H5307, H5457, H6440, H6915, H7812