or_tw/bible/other/peoplegroup.md

8.7 KiB
Raw Permalink Blame History

ଲୋକ, ଲୋକଗୋଷ୍ଠୀ

ପରିଭାଷା

“ଲୋକ” ଏବଂ  “ଲୋକଗୋଷ୍ଠୀ” କେତେକ ଲୋକଗୋଷ୍ଠୀକୁ ବୁଝାଏ ଯାହା ଏକ ସାଧାରଣ ଭାଷା ଏବଂ ସଂସ୍କୃତିକୁ ଅନ୍ତର୍ଭୁକ୍ତ କରିଥାଏ । “ଲୋକମାନେ” ଶବ୍ଦ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କିମ୍ବା ଏକ ନିର୍ଦ୍ଦିଷ୍ଟ ଘଟଣାରେ ଲୋକମାନଙ୍କ ସମାବେଶକୁ ବୁଝାଏ I

  • ବାଇବେଲ ସମୟରେ, ଏକ ଲୋକଗୋଷ୍ଠୀର ସଦସ୍ୟମାନଙ୍କ ସାଧାରଣତଃ ସମାନ ପିତୃପୁରୁଷ ଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ଦେଶ କିମ୍ବା ଭୂମିରେ ଏକାଠି ବାସ କରୁଥିଲେ I
  • ପ୍ରସଙ୍ଗ ଉପରେ ଆଧାର କରି,  “ଲୋକମାନେ” ଶବ୍ଦକୁ ଏକ  “ଲୋକଗୋଷ୍ଠୀ” କିମ୍ବା “ପରିବାର” କିମ୍ବା “ସମ୍ପର୍କୀୟ” କିମ୍ବା  “ସମ୍ପର୍କ” ବୋଲି ଅନୁବାଦ କରାଯାଇପାରେ I
  • ବହୁବଚନ ଅର୍ଥରେ  “ଲୋକମାନେ” ଶବ୍ଦ ପୃଥିବୀର ସମସ୍ତ ଲୋକଗୋଷ୍ଠୀକୁ ବୁଝାଏ । ବେଳେବେଳେ ଯେଉଁମାନେ ଇସ୍ରାଏଲ ଲୋକ ନୁହଁନ୍ତି କିମ୍ବା ଯିହୋବାଙ୍କ ସେବା କରନ୍ତି ନାହିଁ ସେମାନଙ୍କୁ ଏହା ଅଧିକ ନିର୍ଦ୍ଦିଷ୍ଟ ଭାବରେ ବୁଝାଏ । କେତେକ ଇଂରାଜୀ ବାଇବେଲର ଅନୁବାଦରେ, “ରାଷ୍ଟ୍ର” ଶବ୍ଦ ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହୋଇଅଛି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଲୋକଗୋଷ୍ଠୀ” ଶବ୍ଦ ଏକ ଶବ୍ଦ ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରେ ଯାହାର ଅର୍ଥ  “ବଡ଼ ପରିବାର ଗୋଷ୍ଠୀ” କିମ୍ବା  “ବଂଶ” କିମ୍ବା  “ଜାତି” କୁ ବୁଝାଏ I
  • ପ୍ରସଙ୍ଗ ଉପରେ ଆଧାର କରି  “ମୋର ଲୋକ” ପରି ଏକ ବାକ୍ୟାଂଶ  “ମୋର ସମ୍ପର୍କୀୟ” କିମ୍ବା  “ମୋର ସହ ଇସ୍ରାଏଲ” କିମ୍ବା  “ମୋ ପରିବାର” କିମ୍ବା “ମୋର ଲୋକଗୋଷ୍ଠୀ” ବୋଲି ଅନୁବାଦ କରାଯାଇପାରେ I
  • “ତୁମ୍ଭମାନଙ୍କୁ  ଲୋକମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବି” ଅଭିବ୍ୟକ୍ତିକୁ ମଧ୍ୟ  “ତୁମ୍ଭେମାନେ ଅନେକ ଭିନ୍ନ ଭିନ୍ନ ଗୋଷ୍ଠୀ ସହ ବାସ କରିବ” କିମ୍ବା  “ତୁମ୍ଭେମାନେ ପରସ୍ପରଠାରୁ ଅଲଗା ହୋଇ ପୃଥିବୀର ଅନେକ ଅଞ୍ଚଳରେ ବାସ କର” ବୋଲି ଅନୁବାଦ କରାଯାଇପାରେ I
  • ପ୍ରସଙ୍ଗ ଉପରେ ଆଧାର କରି  “ଲୋକ” ବା “ଲୋକମାନେ” ଶବ୍ଦକୁ  “ଦୁନିଆର ଲୋକ” କିମ୍ବା  “ଲୋକଗୋଷ୍ଠୀ” ବୋଲି ଅନୁବାଦ କରାଯାଇପାରେ I
  • “ଙ୍କର ଲୋକ” ବାକ୍ୟକୁ  “ରେ ବାସ କରୁଥିବା ଲୋକ” କିମ୍ବା  “ଠାରୁ ଆସିଥିବା ଲୋକମାନେ” କିମ୍ବା  “ପରିବାରର” ବୋଲି ଅନୁବାଦ କରାଯାଇପାରେ, ଏହା ଏକ ସ୍ଥାନ କିମ୍ବା ବ୍ୟକ୍ତିଙ୍କ ନାମରେ ମଧ୍ୟ ହୋଇପାରେ I
  • “ପୃଥିବୀର ସମସ୍ତ ଲୋକ” ବାକ୍ୟାଂଶକୁ “ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ଲୋକ” କିମ୍ବା  “ଜଗତର ପ୍ରତ୍ୟେକ ବ୍ୟକ୍ତି” କିମ୍ବା  “ସମସ୍ତ ଲୋକ” ବୋଲି ଅନୁବାଦ କରାଯାଇପାରେ I
  • “ଏକ ଲୋକଦଳ” ବାକ୍ୟକୁ  “ଲୋକମାନଙ୍କର ଗୋଷ୍ଠୀ” କିମ୍ବା  “ନିର୍ଦ୍ଦିଷ୍ଟ ଲୋକ” କିମ୍ବା  “ଲୋକମାନଙ୍କର ସମ୍ପ୍ରଦାୟ” କିମ୍ବା  “ଲୋକମାନଙ୍କର ପରିବାର” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

(ଦେଖନ୍ତୁ: ବଂଶଧରଜାତିଗୋଷ୍ଠୀ , ପୃଥିବୀ)

ବାଇବେଲ ପଦପର୍ବ:

ବାଇବେଲ କହାଣୀରୁ ଉଦାହରଣଗୁଡ଼ିକ:

  • ୧୪: ଈଶ୍ୱର ଅବ୍ରହାମ, ଇସ୍‌ହାକ  ଏବଂ ଯାକୁବଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଯେ ସେ ସେମାନଙ୍କର ବଂଶଧରମାନଙ୍କୁ ସେହି ପ୍ରତିଜ୍ଞାତ ଦେଶ ଦେବେ, କିନ୍ତୁ ବର୍ତ୍ତମାନ ସେଠାରେ ଅନେକ ଲୋକଦଳ ବାସ କରନ୍ତି, ଯାହା ନିମ୍ନରେ ଉଲ୍ଲେଖ ଅଛି:
  • ୨୧: ଈଶ୍ୱର ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କଲେ ଯେ ତାଙ୍କ ମଧ୍ୟ ଦେଇ ସମସ୍ତ ଗୋଷ୍ଠୀଗଣ ପୃଥିବୀରେ ଆଶୀର୍ବାଦ ପାଇବେ I ଏହି ଆଶୀର୍ବାଦ ଖ୍ରୀଷ୍ଟ ଅଟନ୍ତି  ଯିଏ ଭବିଷ୍ୟତରେ ଆସିବେ ଏବଂ ପୃଥିବୀର ସମସ୍ତ ଲୋକମାନଙ୍କ ନିମନ୍ତେ ପରିତ୍ରାଣର ମାର୍ଗ ପ୍ରଦାନ କରିବେ I
  • ୪୨:୮  “ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି ଯେ ମୋହର ଶିଷ୍ୟମାନେ ପ୍ରତ୍ୟେକ ବ୍ୟକ୍ତିକୁ ପରିବର୍ତ୍ତନର ବାର୍ତ୍ତା ଘୋଷଣା କରିବେ ଯେପରି ସେମାନେ ଆପଣାମାନଙ୍କର ପାପ ନିମନ୍ତେ କ୍ଷମାପ୍ରାପ୍ତ ହେବେ I ସେମାନେ ଏହା ଯିରୂଶାଲମଠାରୁ ଆରମ୍ଭ କରିବେ, ଏବଂ ତା’ପରେ ସମସ୍ତ ଲୋକଦଳ ନିକଟକୁ ଯିବେ I
  • ୪୨:୧୦ “ଅତଏବ ତୁମ୍ଭେମାନେ ଯାଇ, ସମସ୍ତ ଜାତିକୁ ପିତା, ପୁତ୍ର, ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର I“
  • ୪୮:୧୧ ଏହି ନୂତନ ନିୟମ  ହେତୁ, ଯେକୌଣସି ଲୋକଦଳ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କ ଲୋକ ଭାବରେ ଅଂଶୀ ହୋଇପାରିବ I
  • ୫୦:୩ ସେ (ଯୀଶୁ) କହିଲେ,  “ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକମାନଙ୍କୁ ଶିଷ୍ୟକର! ଏବଂ ”କଟାଯିବା ନିମନ୍ତେ ଶସ୍ୟ ପାଚିଲାଣି!“

ଶବ୍ଦବିନ୍ୟାସ:

  • Strongs: H0249, H0523, H0524, H0776, H1121, H1471, H3816, H5712, H5971, H5972, H6153, G10740, G10850, G12180, G14840, G25600, G29920, G37930