or_tw/bible/names/rahab.md

3.6 KiB
Raw Permalink Blame History

ରାହାବ

ଘଟଣାବଳୀ:

ରାହାବ ଜଣେ ସ୍ତ୍ରୀ ଲୋକ ଅଟନ୍ତି I ଇସ୍ରାଏଲମାନେ ଯିରୀହୋ ଆକ୍ରମଣ କଲାବେଳେ ସେ ସେଠାରେ ବାସ କରୁଥିଲେ I ସେ ଜଣେ ବେଶ୍ୟାଥିଲେ I

  • ଯିରୀହୋ ନଗରୀକୁ ଆକ୍ରମଣ କରିବା ପୂର୍ବରୁ ସେଠାକୁ ଗୁପ୍ତଚର ଭାବରେ ଆସିଥିବା ଦୁଇଜଣ ଇସ୍ରାଏଲୀୟମାନଙ୍କୁ ରାହାବ ଲୁଚାଇ ରଖିଥିଲେ I ସେ ସେହି ଗୁପ୍ତଚରମାନଙ୍କୁ ପୁଣି ଥରେ ଇସ୍ରାଏଲୀୟର ଶିବିର ମଧ୍ୟକୁ ଖସି ପଳାଇବାରେ ସାହାଯ୍ୟ କଲେ I
  • ରାହାବ ଯିହୋବାଙ୍କଠାରେ ଜଣେ ବିଶ୍ୱାସିନୀରେ ପରିଣତ ହେଲେ I
  • ଯେତେବେଳେ ଯିରୀହୋ ଧ୍ୱଂସ କରାଗଲା, ସେତେବେଳେ ସେ ଏବଂ ତାହାଙ୍କ ପରିବାରକୁ ରକ୍ଷା କରାଗଲା ଏବଂ ସେମାନେ ସମସ୍ତେ ଆସି ଇସ୍ରାଏଲୀୟମାନଙ୍କ ସହିତ ବାସ କଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରିବେ)

( ଇସ୍ରାଏଲ, ଯିରୀହୋ, ବେଶ୍ୟା:ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲର କାହାଣୀଗୁଡ଼ିକ ମଧ୍ୟରୁ ଉଦାହରଣଗୁଡ଼ିକ:

  • 15:1 ସେହି ନଗରୀରେ ଜଣେ ବେଶ୍ୟା ବାସ କରୁଥିଲେ ଯାହାର ନାମ ରାହାବ ଥିଲା ସେ ଗୁପ୍ତଚରମାନଙ୍କୁ ଲୁଚାଇ ରଖିଲେ ଏବଂ ପରେ ଖସି ପଳାଇବାରେ ସେମାନଙ୍କୁ ସାହାଯ୍ୟ କଲେ I ସେ ଏହି କାର୍ଯ୍ୟ କଲେ, କାରଣ ସେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ I ଯେତେବେଳେ ଇସ୍ରାଏଲୀୟମାନେ ଯିରୀହୋକୁ ଧ୍ୱଂସ କରିବେ, ସେତେବେଳେ ସେମାନେ ରାହାବ ଏବଂ ତାଙ୍କର ପରିବାରକୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା କଲେ I
  • 15:5 ଈଶ୍ୱରଙ୍କ ଆଜ୍ଞାନୁସାରେ ଇସ୍ରାଏଲୀୟମାନେ ନଗରୀର ପ୍ରତ୍ୟେକ ବିଷୟ ଧ୍ୱଂସ କଲେ I କେବଳ ସେହି ନଗରୀର ରାହାବ ଏବଂ ତାଙ୍କର ପରିବାର ହିଁ ଏକମାତ୍ର ଲୋକମାନେ, ଯେଉଁମାନଙ୍କୁ ସେମାନେ ବଧ କଲେନାହିଁ I ସେମାନେ ଇସ୍ରାଏଲୀୟମାନଙ୍କର ଅଂଶବିଶେଷରେ ପରିଣତ ହେଲେ I

ଶବ୍ଦବିନ୍ୟାସ :

  • Strongs: H7343, G44600