or_tw/bible/names/philip.md

3.1 KiB

ଫିଲିପ୍ପ, ଜଣେ ସୁସମାଚାର ପ୍ରଚାରକ

ତଥ୍ୟଗୁଡିକ:

ଯିରୂଶଲାମରେ ଆଦ୍ୟ ମଣ୍ଡଳୀରେ ଫିଲିପ୍ପ ସାତ ଜଣଙ୍କ ମଧ୍ୟରେ ଜଣେ ମନୋନୀତ ବ୍ୟକ୍ତିଥିଲେ, ଯିଏ ଦରିଦ୍ର ଏବଂ ଅଭାବୀ ଖ୍ରୀଷ୍ଟିଆନମାନଙ୍କର, ବିଶେଷତଃ, ବିଧବାମାନଙ୍କର ଯତ୍ନ ନେବେ I

  • ଯିହୂଦା ପ୍ରଦେଶ ଏବଂ ଗାଲିଲୀ ପ୍ରଦେଶର ଅନେକ ଓ ବିଭିନ୍ନ ନଗରମାନରେ ଲୋକମାନଙ୍କୁ ସୁସମାଚାରର ଅଂଶୀ କରାଇବା ନିମନ୍ତେ ଈଶ୍ୱର ଫିଲିପ୍ପଙ୍କୁ ବ୍ୟବହାର କଲେ ଏବଂ ଏଥି ମଧ୍ୟରେ ଯିରୂଶାଲମରୁ ଗଜ୍ଜା ଆଡ଼କୁ ଯାଉଥିବା ମରୁଭୂମି ପଥରେ ସେ ସାକ୍ଷାତ କରିଥିବା ଜଣେ କୁଶ୍ ଦେଶୀୟ ନପୁଂସକ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି I
  • ଅନେକ ବର୍ଷ ପରେ ଫିଲିପ୍ପ କାଇସରିଆରେ ବାସ କରୁଥିବା ବେଳେ ପାଉଲ ଏବଂ ତାହାଙ୍କର ସଙ୍ଗୀମାନେ ଯିରୂଶାଲମକୁ ଫେରି ଯାଉଥିବା ପଥରେ ଫିଲିପ୍ପଙ୍କ ଗୃହରେ ରହିଥିଲେ I
  • ଅଧିକାଂଶ ବାଇବଲ ବିଶାରଦମାନେ ମନେ କରନ୍ତି ଯେ ସୁସମାଚାର ପ୍ରଚାରକ ଫିଲିପ୍ପ ସେହି ନାମବିଶିଷ୍ଟ ଯୀଶୁଙ୍କର ପ୍ରେରିତ ଶିଷ୍ୟ ସହିତ ସମାନ ବ୍ୟକ୍ତି ନୁହନ୍ତି I

କେତେକ ଭାଷାଗୁଡିକ ହୁଏତ ଏହି ଦୁଇଟି ବ୍ୟକ୍ତିଙ୍କ ନାମଗୁଡ଼ିକର ଭିନ୍ନତା ଦର୍ଶାଇବା ନିମନ୍ତେ ଅଳ୍ପ ପରିମାଣରେ ବନାନ୍ ଜନିତ ଭିନ୍ନତା ବ୍ୟବହାର କରନ୍ତି, ଯେପରି ସେମାନେ ଭିନ୍ନ ବ୍ୟକ୍ତି ଅଟନ୍ତି ବୋଲି ସ୍ପଷ୍ଟ କରିପାରିବେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମ ଗୁଡ଼ିକ ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ଫିଲିପ୍ପ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G5376