or_tw/bible/names/perizzite.md

2.6 KiB

ପିରିଷୀୟ

ତଥ୍ୟଗୁଡ଼ିକ

ପିରିଷୀୟମାନେ କିଣାନ ଦେଶରେ ବାସ କରୁଥିବା ବିଭିନ୍ନ ଲୋକଦଳମାନଙ୍କ ମଧ୍ୟରୁ ଏକ ଲୋକ ଦଳ ଅଟନ୍ତି I ଏହି ଲୋକଦଳ ବିଷୟରେ ଆମ୍ଭେମାନେ ଖୁବ୍ କମ୍ ବିଷୟ ଜାଣିଛୁ ଯେ, କେଉଁମାନେ ସେମାନଙ୍କର ପୂର୍ବପୁରୁଷଥିଲେ କିମ୍ୱା କିଣାନ ଦେଶରେ ସେମାନେ କେଉଁ ଭାଗରେ ବାସ କରୁଥିଲେ I

  • ପୁରାତନ ନୀୟମର ବିଚାରକର୍ତ୍ତା ପୁସ୍ତକରେ ପିରିଷୀୟମାନେ ଅତିଶୟ ଭାବରେ ବାରମ୍ୱାର ଉଲ୍ଲେଖ କରାଯାଉଥିଲେ I ସେଠାରେ ଲିପିବଦ୍ଧ ହୋଇଛି ଯେ, ଏହି ପିରିଷୀୟମାନେ ଇସ୍ରାଏଲୀୟମାନଙ୍କ ସହିତ ପରସ୍ପର ମଧ୍ୟରେ ବିବାହର ଆଦାନପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ମିଥ୍ୟା ଦେବତାମାନଙ୍କର ପୂଜା ଉପାସନା କରିବା ନିମନ୍ତେ ପ୍ରଭାବିତ କରିଥିଲେ I
  • ଲକ୍ଷ୍ୟ କର ଯେ ପେରସ ବଂଶଧରମାନଙ୍କୁ ପେରସୀୟ କୁହାଯାଉଥିଲା ଏବଂ ସେମାନେ ଏହି ପିରିଷୀୟମାନଠାରୁ ଭିନ୍ନ ଲୋକମାନେଥିଲେ I

ଏହି ବିଷୟର ଭିନ୍ନତାକୁ ସ୍ପଷ୍ଟ କରିବା ନିମନ୍ତେ ସେହି ନାମଗୁଡ଼ିକୁ ପୃଥକ୍ ଭାବରେ ଉଚ୍ଚାରଣ କରିବା ଆବଶ୍ୟକ ଅଟେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମଗୁଡ଼ିକ ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: କିଣାନ, ମିଥ୍ୟା ଈଶ୍ୱର)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H6522