or_tw/bible/kt/abomination.md

3.9 KiB
Raw Permalink Blame History

ଘୃଣାଯୋଗ୍ୟ, ଘୃଣ୍ୟ

ପରିଭାଷା:

“ଘୃଣାଯୋଗ୍ୟ” ଶବ୍ଦ ଘୃଣା କିମ୍ୱା ଅତ୍ୟଧିକ ଅପସନ୍ଦତାକୁ ସୂଚାଇବା ନିମନ୍ତେ ବ୍ୟବହୃତ ହୁଏ I

  • ମିସରୀୟ ଲୋକମାନେ ଏବ୍ରୀୟ ଲୋକମାନଙ୍କୁ "ଘୃଣାଯୋଗ୍ୟ" ବିବେଚନା କରୁଥିଲେ। ଏହାର ଅର୍ଥ  ଏହା ଯେ ମିସରୀୟ ଲୋକମାନେ ଏବ୍ରୀୟମାନଙ୍କୁ ଘୃଣା କରୁଥିଲେ ଏବଂ ସେମାନଙ୍କ ସହ ମିଶିବା କିମ୍ୱା ନିକଟସ୍ଥ ହେବାକୁ ଚାହୁଁ ନଥିଲେ I
  • କେତେକ ବିଷୟକୁ ବାଇବେଲ  “ଯିହୋବାଙ୍କ ଦୃଷ୍ଟିରେ ଘୃଣାର ବିଷୟ” ବୋଲି ଉଲ୍ଲେଖ କରେ, ଯଥା ମିଥ୍ୟା, ଗର୍ବ, ନର ବଳିଦାନ, ମୂର୍ତ୍ତୀପୂଜା, ବ୍ୟଭିଚାର ଭଳି ଯୌନଗତ ପାପ ଏବଂ ସମଲିଙ୍ଗୀକ ସମ୍ପର୍କ  I
  • ଯୀଶୁ ଆପଣା ଶିଷ୍ୟମାନଙ୍କୁ ଅନ୍ତିମ ସମୟ ବିଷୟରେ ଶିକ୍ଷା ଦେବା ସମୟରେ ସେ ଦାନିୟେଲ ଭବିଷ୍ୟତବକ୍ତାଙ୍କର ଭବିଷ୍ୟତ ବାଣୀ ‘’ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ’’କୁ ସୂଚାଇଲେ ଯାହା  ଈଶ୍ୱର ବିଦ୍ରୋହଚରଣ  ଏବଂ ଉପାସନା ସ୍ଥାନକୁ କଳୁଷିତ କରିବା ପାଇଁ ପ୍ରସ୍ତୁତ କରାଯିବ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ’’ଘୃଣାଯୋଗ୍ୟ’’ ଶବ୍ଦକୁ ‘’ଯେଉଁ ବିଷୟକୁ ଈଶ୍ଵର ଘୃଣା କରନ୍ତି’’ କିମ୍ୱା ‘’ଯାହା ଘୃଣ୍ୟ ବିଷୟ’’ କିମ୍ୱା ଘୃଣ୍ୟ ଅଭ୍ୟାସ” କିମ୍ୱା ଅତ୍ୟନ୍ତ କୁକର୍ମ’’ ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • ପ୍ରସଙ୍ଗକୁ ଆଧାର କରି, ଏହି ବାକ୍ୟାଂଶକୁ “ଘୃଣ୍ୟଯୋଗ୍ୟ” କିମ୍ବା “ଅତ୍ୟଧିକ ଘୃଣ୍ୟାଯୋଗ୍ୟ” କିମ୍ୱା “ଘୃଣ୍ୟ” କିମ୍ୱା “ସମ୍ପୂର୍ଣ୍ଣ ଅଗ୍ରାହ୍ୟ” କିମ୍ୱା “ଅତ୍ୟନ୍ତ ଘୃଣ୍ୟ ବିଷୟର କାରଣ” ବୋଲି ଆନୁବାଦ କରାଯାଇପାରେ I
  • “ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ” ବାକ୍ୟାଂଶକୁ “କଳୁଷିତ ବସ୍ତୁ ଯାହା ମାନବ ଜାତିର ବହୁଳ ଭାବରେ କ୍ଷତି କରିଥାଏ” କିମ୍ୱା “ଘୃଣ୍ୟ ବସ୍ତୁ ଯାହା ଅତ୍ୟଧିକ ଦୁଃଖର କାରଣ ହୋଇଥାଏ” ବୋଲି ଅନୁବାଦ କରାଯାଇପାରେ I

(: ବ୍ୟଭିଚାର, , ପଦଚ୍ୟୁତ,  ବିନାଶକାରୀ, ମିଥ୍ୟା ଦେବତାବଳିଦାନ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H0887, H6292, H8251, H8262, H8263, H8441, G09460