or_tw/bible/kt/adultery.md

4.3 KiB
Raw Permalink Blame History

ବ୍ୟଭିଚାର,ବ୍ୟଭିଚାରୀ,ବ୍ୟଭିଚାରୀ, ବ୍ୟଭିଚାରିଣୀ

ପରିଭାଷା:

“ବ୍ୟଭିଚାର” ଶବ୍ଦ ଏପରି ପାପକୁ ସୂଚାଏ ଯାହା ଜଣେ ବିବାହିତ ବ୍ୟକ୍ତି ଅନ୍ୟବ୍ୟକ୍ତି ସହ ଯୌନ ସମ୍ପର୍କ ସ୍ଥାପନ କରିବା ବିଷୟକୁ ବୁଝାଏ I ସେହି ଦୁଇଜଣ ବ୍ୟଭିଚାର ପାଇଁ ଦୋଷୀ ଅଟନ୍ତି I “ବ୍ୟଭିଚାରୀ” ଶବ୍ଦ ଏହି ପ୍ରକାରର ବ୍ୟବହାର କିମ୍ୱା ଯେଉଁ ବ୍ୟକ୍ତି ଏହି ପାପ କରେ ତାହାକୁ ବର୍ଣ୍ଣନା କରେ I

  • “ବ୍ୟଭିଚାରି” ଶବ୍ଦ ସାଧାରଣତଃ ବ୍ୟଭିଚାର କରୁଥିବା ସମସ୍ତ ଲୋକମାନଙ୍କୁ ସୂଚାଏ I
  • ବେଳେବେଳେ “ବ୍ୟଭିଚାରିଣୀ” ଶବ୍ଦ ବ୍ୟଭିଚାର କରିଥିବା ଏକ ନିର୍ଦ୍ଦିଷ୍ଟ ମହିଳାକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I
  • “ବ୍ୟଭିଚାର” ସେହି ପ୍ରତିଜ୍ଞାଗୁଡ଼ିକୁ ଭାଙ୍ଗି ଦିଏ ଯାହା ସ୍ୱାମୀ ଏବଂ ସ୍ତ୍ରୀ ବିବାହର ଚୁକ୍ତିରେ ପରସ୍ପର ପ୍ରତି କରିଥିଲେ I
  • ଈଶ୍ଵର ଇସ୍ରାଏଲକୁ ବ୍ୟଭିଚାର ନ କରିବାକୁ ଆଦେଶ ଦେଇଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯଦି ଏକ ସ୍ଥାନୀୟ ଭାଷାର ’ବ୍ୟଭିଚାର’’ ପାଇଁ ଏକ ନିର୍ଦ୍ଧିଷ୍ଟ ଶବ୍ଦ ନ ଥାଏ ତେବେ ‘ଏହି ଶବ୍ଦକୁ ‘’ଅନ୍ୟ କାହାରି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା’’ କିମ୍ୱା ‘’ଅନ୍ୟ କୌଣସି ପୁରୁଷ କି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା’’’’ ବୋଲି ଅନୁବାଦ କରାଯାଇପାରେ I
  • କେତେକ ଭାଷାରେ ‘’ବ୍ୟଭିଚାର’’ ବିଷୟରେ ପ୍ରକାଶ କରିବା ପାଇଁ ପରୋକ୍ଷ ପ୍ରକାଶନଗୁଡ଼ିକ ଥାଇପାରେ, ଯେପରି ‘’ଅନ୍ୟ କାହାରି ସ୍ୱାମୀ କି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ” କିମ୍ୱା ‘ନିଜ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହେବା I : euphemism ଦେଖନ୍ତୁ

(ଅପରାଧ କରିବା, ଚୁକ୍ତି, ଯୌନ ଅନୈତିକତା, ଶୋଇବା, ବିଶ୍ୱସ୍ତ ବିଶ୍ୱସ୍ତ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 13:6ବ୍ୟଭିଚାର କର ନାହିଁ.”
  • 28:2 ବ୍ୟଭିଚାର କର ନାହିଁ.
  • 34:7 “ଧର୍ମପରାୟଣ ନେତା ଏହି ପ୍ରକାର ପ୍ରାର୍ଥନା କଲେ, ହେ ପରମେଶ୍ୱର, ଧନ୍ୟବାଦ ଦେଉଛି, ମୁଁ ଅନ୍ୟ ଲୋକମାନଙ୍କ  ପରି ଡକାୟତ, ଅଧାର୍ମିକ, ବ୍ୟଭିଚାରୀ, କିମ୍ୱା ସେହି କରଗ୍ରାହୀ ପରି ସୁଦ୍ଧା ନୁହେଁ I”

ଶବ୍ଦବିନ୍ୟାସ :

  • Strongs: H5003, H5004, G34280, G34290, G34300, G34310, G34320