or_ta/translate/translate-wforw/01.md

9.9 KiB

ପରିଭାଷା

ଏକ ଶବ୍ଦ ନିମନ୍ତେ ଏକ ଶବ୍ଦ ସ୍ଥାନାପନ୍ନ କରିବା ଅନୁବାଦର ଏକ ଅଧିକ ଆକ୍ଷରିକ ଆକୃତି ଅଟେ । ଉତ୍ତମ ଅନୁବାଦ କରିବା ନିମନ୍ତେ ଏହା ଉତ୍ତମ ଚୟନ ନୁହେଁ । ଏକ ଶବ୍ଦ ନିମନ୍ତେ ଏକ ଶବ୍ଦ ସ୍ଥାନାପନ୍ନ କରିବା ଅନୁବାଦ ସାଧାରଣତଃ ଏକ ସାମନ ଶବ୍ଦକୁ ସ୍ରୋତ ଭାଷାରେ ଥିବା ଶବ୍ଦ ନିମନ୍ତେ ଲକ୍ଷ୍ୟ ଭାଷାରେ ସ୍ଥାନାପନ୍ନ କରେ ।

ଶବ୍ଦ ନିମନ୍ତେ ଶବ୍ଦ ଅନୁବାଦ ଗୁଡିକ

ଏକ ସମୟରେ ଏକ ଶବ୍ଦରେ କେନ୍ଦ୍ରିତ କରନ୍ତୁ ।

  • ଲକ୍ଷ୍ୟ ଭାଷାର ବାକ୍ୟ ଗଠନ, ବାକ୍ୟାଂଶ ଗଠନ ଏବଂ ଅଳଙ୍କାରର ସ୍ୱାଭାବିକକୁ ଅବହେଳା କରାଯାଏ ।
  • ଶବ୍ଦ ନିମନ୍ତେ ଶବ୍ଦର ଅନୁବାଦ କରିବା ପ୍ରକ୍ରିୟା ବହୁତ ସାଧରଣ ଅଟେ ।
  • ସ୍ରୋତ ପାଠର ପ୍ରଥମ ଶବ୍ଦକୁ ଏକ ସମାନ ଶବ୍ଦ ସହିତ ଅନୁବାଦ କରାଯାଏ ।
  • ତା’ ପରେ ପରବର୍ତ୍ତୀ ଶବ୍ଦ ହୁଏ ।

ଯେଉଁ ପର୍ଯ୍ୟନ୍ତ ପଦ ଅନୁବାଦ ହୋଇ ନାହିଁ ସେପର୍ଯ୍ୟନ୍ତ ଏହିପରି ଅନୁବାଦ କରାଯାଏ ।

  • ଶବ୍ଦ ନିମନ୍ତେ ଶବ୍ଦ ପ୍ରୟୋଗ ପ୍ରକ୍ରିୟାଅତ୍ୟଧିକ ଆକର୍ଷଣୀୟ କାରଣ ଏହା ବହୁତ ସରଳ । ତଥାପି ଏହି ଅନୁବାଦରେ ଗୁଣତା ନ ଥାଏ । ଶବ୍ଦ ନିମନ୍ତେ ଶବ୍ଦର ଅନୁବାଦ ପାଠ କରିବାକୁ ଭଲ ଲାଗେ ନାହିଁ । ସେଗୁଡିକ ପ୍ରାୟଃ ଦ୍ଵନ୍ଦ ସୃଷ୍ଟି କରନ୍ତି ଏବଂ ଭୁଲ ଅର୍ଥ ପ୍ରକାଶ କରନ୍ତି କିମ୍ବା ଏମିତିକି କୌଣସି ଅର୍ଥକୁ ପ୍ରକାଶ କରନ୍ତି ନାହିଁ । ଏହି ପ୍ରକାରର ଅନୁବାଦ ଆପଣ କରିବା ଉଚିତ ନୁହେଁ । ଏଠାରେ କିଛି ଉଦାହରଣ ଗୁଡିକ:

ଶବ୍ଦ କ୍ରମ

ଏଠାରେ ଲୂକ 3:16 ର ଏକ ଉଦାହରଣ ULTରେ:

ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, “ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ । ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ ।“

ସେହି ଅନୁବାଦ ସ୍ପଷ୍ଟ ଏବଂ ବୁଝିବାକୁ ସରଳ ଅଟେ । ଯଦି ଅନୁବାଦକ ଶବ୍ଦ ନିମନ୍ତେ ଶବ୍ଦ ଅନୁବାଦ ପ୍ରକ୍ରିୟା ପ୍ରୟୋଗ କରି ତାଆନ୍ତେ ତେବେ । ଅନୁବାଦ କିପରି ହୋଇ ଥାଆନ୍ତା? ଏଠାରେ ଇଂରେଜ ଅନୁବାଦ ଅଛି, ମୂଳ ଗ୍ରୀକରେ ପରି ଏଠାରେ ଶବ୍ଦ ଗୁଡିକ କ୍ରମରେ ଅଛି ।

ଉତ୍ତର ଦେଲେ ସମସ୍ତଙ୍କୁ ଯୋହନ, “ମୁଁ ସିନା ଜଳରେ ତୁମ୍ଭମାନଙ୍କୁ ଦେଉଅଛି ବାପ୍ତିସ୍ମ, ମାତ୍ର ଯେ ଶକ୍ତିମାନ ମୋଠାରୁ ଅଧିକ, ଆସୁଅଛନ୍ତି ସେ, ପାଦୁକାର ତାହାଙ୍କର ବନ୍ଧନ ମୁଁ ଯୋଗ୍ୟ ଫିଟାଇବାକୁ ନୁହେଁ, ସେ ତୁମ୍ଭମାନଙ୍କୁ ବାପ୍ତିସ୍ମ ପବିତ୍ର ଆତ୍ମା ଓ ଅଗ୍ନିରେ ଦେବେ ।“

ଏହି ଅନୁବାଦ ଉତ୍ତମ ଅନୁବାଦ ନୁହେଁ ଏବଂ ଇଂରେଜରେ କୌଣସି ଅର୍ଥ ପ୍ରକାଶ କରେ ନାହିଁ । ULT ଗ୍ରନ୍ଥମାଳାକୁ ଉପରେ ପୁଣିଥରେ ଦେଖନ୍ତୁ । ଇଂରେଜ ULT ର ଅନୁବାଦକ ମୂଳ ଗ୍ରୀକ ଶବ୍ଦର କ୍ରମକୁ ବ୍ୟବହାର କରି ନାହାନ୍ତି । ସେମାନେ ଇଂରେଜ ବ୍ୟାକରଣର ନିୟମ ସହ ଶବ୍ଦ ଗୁଡିକୁ ବାକ୍ୟରେ ଉପଯୁକ୍ତ ଭାବରେ ବ୍ୟବହାର କଲେ । ଏମିତିକି ସେମାନେ କିଛି ବାକ୍ୟାଂଶ ମଧ୍ୟ ପରିବର୍ତ୍ତନ କରିଅଛନ୍ତି । ଉଦାହରଣ ନିମନ୍ତେ, ଇଂରେଜ ULT କୁହେ, “ଯୋହନ ସମସ୍ତଙ୍କୁ କହିବା ଦ୍ଵାରା ଉତ୍ତର ଦେଲେ,” ଠାରୁ “ଯୋହନ ସମସ୍ତଙ୍କୁ ଉତ୍ତର ଦେଇ କହିଲେ ।”

ସେମାନେ ପାଠକୁ ସ୍ୱାଭାବିକ କରିବା ନିମନ୍ତେ ଭିନ୍ନ ଭିନ୍ନ ଶବ୍ଦ ଗୁଡିକୁ ଏବଂ ଭିନ୍ନ ଭିନ୍ନ କ୍ରମକୁ ବ୍ୟବହାର କଲେ ଯାହା ଫଳରେ ଏହା ମୂଳ ଅର୍ଥକୁ ସଫଳତା ସହ ଯୋଗାଯୋଗ କରିବ । ଗ୍ରୀକ୍ ପାଠ ପରି ସମାନ ଅର୍ଥକୁ ଅନୁବାଦ ପ୍ରକାଶ କରିବା ଆବଶ୍ୟକ ଅଟେ । ଏହି ଉଦାହରଣରେ, ଶବ୍ଦ ନିମନ୍ତେ ଶବ୍ଦ ଗ୍ରନ୍ଥମାଳା ଠାରୁ ଇଂରେଜ ULT ବହୁତ ଉତ୍ତମ ଅନୁବାଦ ଅଟେ ।

ଶବ୍ଦ ଅର୍ଥର ବିସ୍ତାର

ବଦଳରେ, ଶବ୍ଦ ନିମନ୍ତେ ଶବ୍ଦ ସ୍ଥାନାପନ୍ନ କରିବା ସାଧାରଣତଃ ହିସାବରେ ଆସେ ନାହିଁ ଯାହା ଅଧିକାଂଶତଃ ଶବ୍ଦ ଗୁଡିକ ସମସ୍ତ ଭାଷାରେ ଅର୍ଥର ଏକ ବିସ୍ତାର ନ ଥାଏ । ଯେ କୌଣସି ଏକ ବାକ୍ୟାଂଶରେ, ସାଧାରଣତଃ ଲେଖକ କେବଳ ଗୋଟିଏ ଅର୍ଥକୁ ହିଁ ମନରେ ରଖିଥିଲେ । ଏକ ଭିନ୍ନ ବାକ୍ୟାଂଶରେ, ହୁଏତ ସେ ଆପଣା ମନରେ ଏକ ଭିନ୍ନ ଅର୍ଥ ରଖି ଥାଇ ପାରନ୍ତି ।

କିନ୍ତୁ ଶବ୍ଦ ନିମନ୍ତେ ଶବ୍ଦ ଅନୁବାଦରେ, କେବଳ ଗୋଟିଏ ଅର୍ଥ ମନରେ ରଖି ଅନୁବାଦରେ ଅନୁବାଦର ଶେଷ ପର୍ଯ୍ୟନ୍ତ ବ୍ୟବହାର କରାଯାଏ । ଉଦାହରଣ ନିମନ୍ତେ, ଗ୍ରୀକ୍ ଶବ୍ଦ "aggelos" ଏକ ମନୁଷ୍ୟ ବାର୍ତ୍ତାବାହକ କିମ୍ବା ଏକ ସ୍ୱର୍ଗଦୂତକୁ ସୂଚାଏ ।

"ଯାହାଙ୍କ ବିଷୟରେ ଏହା ଲେଖା ଅଛି, ‘ଦେଖ, ଆମ୍ଭେ ଆପଣା ଦୂତ କୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।' (ଲୂକ 7:27)

ଏଠାରେ ଶବ୍ଦ "aggelos" ଏକ ମନୁଷ୍ୟ ବାର୍ତ୍ତାବାହକକୁ ସୂଚାଏ । ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ କହୁଥିଲେ ।

ଦୂତ ମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା (ଲୂକ 2:15)

ଏଠାରେ "aggelos" ଶବ୍ଦ ଏକ ସ୍ୱର୍ଗଦୂତକୁ ସୂଚାଏ । ହୁଏତ ଶବ୍ଦ ନିମନ୍ତେ ଶବ୍ଦ ଅନୁବାଦ ପ୍ରକ୍ରିୟା ସମାନ ଶବ୍ଦକୁ ଉଭୟ ପଦ ଗୁଡିକରେ ବ୍ୟବହାର କରି ପାରେ, ଯଦିବା ଏହା ଦୁଇ ଭିନ୍ନ ପ୍ରକାରର ସ୍ତିସ୍ଥିତ୍ଵକୁ ସୂଚାଇବା ନିମନ୍ତେ ବ୍ୟବହୃତ । ଏହା ପାଠକଙ୍କ ନିମନ୍ତେ ଅସ୍ପଷ୍ଟ ହେଇ ପାରେ ।

ଅଳଙ୍କାର

ଶେଷରେ ଶବ୍ଦ ନିମନ୍ତେ ଶବ୍ଦ ଅନୁବାଦ ଅଳଙ୍କାରକୁ ସଠିକ ଭାବରେ ଯୋଗାଯୋଗ କରି ପାରେ ନାହିଁ । ଅଳଙ୍କାର ଗୁଡିକରେ ବ୍ୟକ୍ତିଗତ ଶବ୍ଦର ଅର୍ଥ ଠାରୁ ଭିନ୍ନ ଅର୍ଥ ଥାଏ । ଯେତବେଳେ ସେଗୁଡିକ ଶବ୍ଦ ନିମନ୍ତେ ଶବ୍ଦ ଅନୁବାଦ ହୁଏ ସେତେବେଳେ ଅଳଙ୍କାର ଗୁଡିକରଅର୍ଥ ନ ଥାଏ ।

ଯଦିବା ସେମାନେ ଲକ୍ଷ୍ୟ ଭାଷାର ସରଳ ଶବ୍ଦ କ୍ରମ ବ୍ୟବହାର କରନ୍ତି ତଥାପି ପାଠକ ଏହାର ଅର୍ଥ ବୁଝି ପାରିବେ ନାହିଁ । ସେଗୁଡିକୁ କିପରି ସଠିକ ଭାବରେ ଅନୁବାଦ କରାଯିବା ତାହା ଶିଖିବା ନିମନ୍ତେ ପୃଷ୍ଠା Figures of Speech ଦେଖନ୍ତୁ ।