or_ta/translate/resources-words/01.md

11 KiB

ଅନୁବାଦ ଶବ୍ଦସମୂହ

ଏହା ଅନୁବାଦକଙ୍କ ଦାୟୀତ୍ଵ ଅଟେ ଯେ ସେ ନିଜର ଦକ୍ଷତାନୁସାରେ ବାଇବଲର ପ୍ରତ୍ୟେକ ବାକ୍ୟାଂଶ ଯାହା ସେ ଅନୁବାଦ କରନ୍ତି ସେହି ବାଇବଲ ବାକ୍ୟାଂଶରେ ଲେଖକଙ୍କର ଅଭିପ୍ରେତ ଅର୍ଥ ପ୍ରକାଶ କରୁଛି କିମ୍ବା ନାହିଁ ତାହା ନିଶ୍ଚିତ କରିବା । 

ଏହା କରିବା ନିମନ୍ତେ, ସେ ଅନୁବାଦ ଶବ୍ଦସମୂହ ସାଧନଗୁଡିକୁ ଅନ୍ତର୍ଭୁକ୍ତ କରି ବାଇବଲର ବ୍ୟଜ୍ଞ ବ୍ୟକ୍ତିଙ୍କ ଦ୍ଵାରା ପ୍ରସ୍ତୁତି କରାଯାଇଥିବା ଅନୁବାଦର ସହାୟତା ଗୁଡିକୁ ପାଠ କରିବା ଉଚିତ ।

ଅନୁବାଦ ଶବ୍ଦସମୂହକୁ ବ୍ୟବହାର କରିବା ନିମନ୍ତେ, ଏସବୁ ପଦକ୍ଷେପ ଗୁଡିକୁ ଅନୁସରଣ କରନ୍ତୁ:

  1. ସ୍ରୋତ ପାଠରେ ଯେ କୌଣସି ଶବ୍ଦଗୁଡିକ ଏବଂ ଗୁରୁତ୍ଵପୂର୍ଣ୍ଣ ଶବ୍ଦଗୁଡିକ ଯାହା ବୁଝିବାକୁ କଷ୍ଟକର କିମ୍ବା ଅନେକାର୍ଥକ ଅଟେ ସେହି ଶବ୍ଦଗୁଡିକୁ ଚିହ୍ନଟ କରନ୍ତୁ ।
  2. “ଅନୁବାଦ ଶବ୍ଦସମୂହ” କୁହା ଯାଉଥିବା ବିଭାଗକୁ ଦେଖନ୍ତୁ ।
  3. ଯେଉଁ ଶବ୍ଦଗୁଡିକୁ ଆପଣ ଗୁରୁତ୍ଵପୂର୍ଣ୍ଣ କିମ୍ବା କଷ୍ଟକର ବୋଲି ଚିହ୍ନଟ କଲେ ସେଗୁଡିକୁ ଖୋଜନ୍ତୁ, ଏବଂ ପ୍ରଥମ ଶବ୍ଦରେ ଟିକ୍(କ୍ଲିକ୍) କରନ୍ତୁ ।
  4. ଶବ୍ଦ ନିମନ୍ତେ ଅନୁବାଦ ଶବ୍ଦସମୂହର ପ୍ରବେଶ କରିବାକୁ ପାଠ କରନ୍ତୁ ।
  5. ପରିଭାଷାକୁ ପାଠକଲା ପରେ, ଯେଉଁ ପରିଭାଷା ଆପଣ ଅନୁବାଦ ଶବ୍ଦସମୂହରେ ପାଠକଲେ ତାହା ବିଚାରରେ ରଖି, ବାଇବଲ ବାକ୍ୟାଂଶକୁ ପୁନର୍ବାର ପାଠ କରନ୍ତୁ ।
  6. ଆପଣଙ୍କ ଭାଷାରେ ଶବ୍ଦକୁ ଅନୁବାଦ କରିବା ନିମନ୍ତେ ସମ୍ଭାବିକ ମାଧ୍ୟମଗୁଡିକୁ ବିଚାର କରନ୍ତୁ ଯାହା ବାଇବଲର ପୃଷ୍ଠଭୂମି ଏବଂ ପାରିଭାଷା ସହ ଉପଯୁକ୍ତ ଅଟେ । ଆପଣଙ୍କ ଭାଷାରେ ଏହା ଶବ୍ଦ ଏବଂ ବାକ୍ୟାଂଶଗୁଡିକୁ ତୁଳନା କରିବାରେ ସାହାଯ୍ୟକାରୀ ହେଇ ପାରିବ ଯାହାର ଅର୍ଥ ସମାନ ଅଟେ ଏବଂ ପ୍ରତ୍ୟେକକୁ ଚେଷ୍ଟା କରନ୍ତୁ ।
  7. ଯାହା ଆପଣଙ୍କୁ ଉତ୍ତମ ଲାଗେ ତାହା ଚୟନ କରନ୍ତୁ ଏବଂ ଲେଖି ରଖନ୍ତୁ ।
  8. ଅନ୍ୟ ଅନୁବାଦ ଶବ୍ଦସମୂହ ନିମନ୍ତେ ଯାହା ଆପଣ ଚିହ୍ନଟ କରିଛନ୍ତି ସେଥିପାଇଁ ଉପରଲିଖିତ ପଦକ୍ଷେପ ଗୁଡିକୁ ଦୋହରାଆନ୍ତୁ ।
  9. ଯେବେ ଆପଣଙ୍କଠାରେ ପ୍ରତ୍ୟେକ ଅନୁବାଦ ଶବ୍ଦସମୂହ ନିମନ୍ତେ ଏକ ଭଲ ବିଚାର ଅଛି, ତେବେ ପୂର୍ଣ୍ଣ ବାକ୍ୟାଂଶକୁ ଅନୁବାଦ କରନ୍ତୁ ।
  10. ଆପଣ ଅନୁବାଦ କରିଥିବା ବାକ୍ୟାଂଶ ଗୁଡିକୁ ପରୀକ୍ଷାକରିବା ନିମନ୍ତେ ଅନ୍ୟମାନଙ୍କୁ ପାଠକରି ଶୁଣାନ୍ତୁ । ଯେଉଁ ସ୍ଥାନରେ ଅନ୍ୟମାନେ ଅର୍ଥ ବୁଝିପାରନ୍ତି ନାହିଁ ସେଥିରେ ଅନ୍ୟ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରନ୍ତୁ । ଗୋଟିଏ ଅନୁବାଦ ଶବ୍ଦସମୂହ ନିମନ୍ତେ ଯେବେ ଆପଣ ଏକ ଭଲ ଅନୁବାଦ ପ୍ରାପ୍ତ କରନ୍ତି ତେବେ ଆପଣ ଏହାକୁ ପୂର୍ଣ୍ଣ ଅନୁବାଦରେ ସୁସଂଗତ ଭାବରେ ବ୍ୟବହାର କରିବା ଉଚିତ । ଯଦି କୌଣସି ସ୍ଥାନରେ ଅନୁବାଦ ଉପଯୁକ୍ତ ହୁଏ ନାହିଁ ତାହା ଆପଣ ପ୍ରାପ୍ତ କରନ୍ତି, ତେବେ ପୂର୍ଣ୍ଣ ପ୍ରକ୍ରିୟା ଦେଇ ଆପଣ ପୁନର୍ବାର ବିଚାର କରନ୍ତୁ । ହୁଏତ ଏହା ଏକ ସମାନ ଅର୍ଥ ଥିବା ଶବ୍ଦ ହେଇପାରେ ଯାହା ନୂତନ ପୃଷ୍ଠଭୂମିରେ ଉତ୍ତମରୂପେ ଉପଯୁକ୍ତ ହେଇପାରେ । କେଉଁ ଶବ୍ଦ କିମ୍ବା ଶବ୍ଦଗୁଡିକ ଆପଣ ପ୍ରତ୍ୟେକ ଅନୁବାଦ ଶବ୍ଦସମୂହ ଅନୁବାଦ କରିବା ନିମନ୍ତେ ବ୍ୟବହାର କରନ୍ତି ତାହା ଲିଖିତ ଆକାରେ ରଖନ୍ତୁ ଏବଂ ଅନୁବାଦ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଏହି ସୂଚନା ଉପଲ୍ଧ କରନ୍ତୁ । ଅନୁବାଦ ଦଳରେ ଏହା ପ୍ରତ୍ୟେକଙ୍କୁ ସାହାଯ୍ୟ କରିବ ଯେ ସେମାନେ କେଉଁ ଶବ୍ଦଗୁଡିକୁ ବ୍ୟବହାର କରିବେ ।

ଅଜ୍ଞାତ ବିଚାରସମୂହ

ବେଳେବେଳେ ଅନୁବାଦ ଶବ୍ଦସମୂହ ଏକ ବିଷୟ କିମ୍ବା ପ୍ରଥାକୁ ସୂଚାଏ ଯାହା ଲକ୍ଷ୍ୟ ଭାଷାରେ ଅଜ୍ଞାତ ଅଟେ । ଏକ ବର୍ଣ୍ଣନାତ୍ମକ ବାକ୍ୟାଂଶ, କିଛି ସଦୃଶ ପତିସ୍ଥାପନ, ଅନ୍ୟ ଭାଷାଠାରୁ ଏକ ବିଦେଶୀ ଶବ୍ଦ, ଏକ ଅଧିକ ସାଧାରଣ ଶବ୍ଦ କିମ୍ବା ଅଧିକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର ଗୁଡିକ ସମ୍ଭାବିକ ସମାଧାନ ଅଟେ । ଅନୁବାଦ ଅଜ୍ଞାତ ଉପରେ ଅଧିକ ସୂଚନା ନିମନ୍ତେ ପାଠ ଦେଖନ୍ତୁ । ‘ଅଜ୍ଞାତ ବିଚାର’ ଏକ ପ୍ରକାରର ଶବ୍ଦ ଅଟେ ଯାହା ଯିହୁଦୀ ଏବଂ ଖ୍ରୀଷ୍ଟିୟ ପ୍ରଥା ଏବଂ ବିଶ୍ଵାସଗୁଡିକୁ ସୂଚାଏ ।

କିଛି ସାଧାରଣ ଅଜ୍ଞାତ ବିଚାର ଗୁଡିକ:

ସ୍ଥାନଗୁଡିକର ନାମ ଯେପରି:

  • ମନ୍ଦିର (ଏକ କୋଠାଘର ଯେଉଁଠାରେ ଇସ୍ରାଏଲ ଲୋକେ ପରମେଶ୍ଵରଙ୍କୁ ବଳିଦାନ ଗୁଡିକୁ ଆର୍ପଣ କରନ୍ତି ।)
  • ସମାଜଗୃହ (ଏକ କୋଠାଘର ଯେଉଁଠାରେ ଇସ୍ରାଏଲ ଲୋକେ ପରମେଶ୍ଵରଙ୍କୁ ଆରାଧନା କରିବାକୁ ଏକତ୍ରିତ ହୁଅନ୍ତି)
  • ବଳିବେଦୀ(ଏକ ଉତ୍ଥିତ ଗଠନ ଯେଉଁଠାରେ ପରମେଶ୍ଵରଙ୍କୁ ଅର୍ପଣ କରାଯାଇଥିବା ବଳିଦାନ ଗୁଡିକ ଉପହାର କିମ୍ବା ଅର୍ପଣଗୁଡିକ ଭାବେ ଜଳାଯାଏ ।)

ଲୋକମାନଙ୍କର ଉପାଧି ଯେଉଁମାନେ ଏକ କାର୍ଯ୍ୟାଳୟର ଅଧିକାରୀ ଅଟନ୍ତି ଯେପରି:

  • ଯାଯୋକ (ଏକ ବ୍ୟକ୍ତି ଯିଏ ଆପଣା ଲୋକଙ୍କ ପକ୍ଷରେ ପରମେଶ୍ଵରଙ୍କୁ ବଳିଦାନ ଅର୍ପଣ କରିବା ନିମନ୍ତେ ଚୟନ କରାଯାଇଅଛନ୍ତି ।)
  • ଫାରୂଶୀ (ଯୀଶୁଙ୍କ ସମୟରେ ଇସ୍ରାଏଲର ଧାର୍ମିକ ନେତାଙ୍କର ଗୁରୁତ୍ଵଦଳ) ।
  • ଭାବବାଦୀ (ଏକ ବ୍ୟକ୍ତି ଯିଏ ପରମେଶ୍ଵରଙ୍କଠାରୁ ସିଧାସଳଖ ଆସୁଥିବା ସମ୍ବାଦକୁ ପ୍ରଦାନକରେ) ।
  • ମନୁଷ୍ୟଙ୍କ ପୁତ୍ର
  • ଈଶ୍ୱରଙ୍କ ପୁତ୍ର
  • ରାଜା (ଏକ ସ୍ୱାଧିନ ନଗର, ରାଜ୍ୟ କିମ୍ବା ଦେଶର ଶାସକ) ।

ମୁଖ୍ୟ ବାଇବଲ ଧାରଣାଗୁଡିକ ଯେପରି:

  • କ୍ଷମା (ସେହି ବ୍ୟକ୍ତି ଉପରେ ନ ରାଗିବାକୁ ଏବଂ କିଛି କ୍ଷତିକାରକ କାର୍ଯ୍ୟ ପାଇଁ ସେହି ବ୍ୟକ୍ତି ଉପରେ କ୍ରୋଧ ନ କରିବା) ।
  • ପରିତ୍ରାଣ (ମନ୍ଦ, ଶତ୍ରୁ କିମ୍ବା ବିପଦରୁ ରକ୍ଷା ପାଇବା କିମ୍ବା ଉଦ୍ଧାର ପାଇବା) ।
  • ମୁକ୍ତି (କୌଣସି ବସ୍ତୁକୁ କ୍ରୟ କରିବା ଯାହା ପୂର୍ବରୁ ନିଜର ଥିଲା କିମ୍ବା ନିଜ ଆବଦ୍ଧରେ ଥିଲ) ।
  • କୃପା (ଯେଉଁ ଲୋକେ ଆବଶ୍ୟକତାରେ ଅଛନ୍ତି ସାହାଯ୍ୟ କରିବା) ।
  • ଅନୁଗ୍ରହ (ଏକ ବ୍ୟକ୍ତିଙ୍କୁ ସାହାଯ୍ୟ କିମ୍ବା ସମ୍ମାନ ଦିଆଯାଏ ଯିଏ ଏହାକୁ ଉପାର୍ଜନ କରି ନାହାନ୍ତି) ।

(ଧ୍ୟାନ ଦିଅନ୍ତୁ ଯେ ଏସବୁ ବିଶେଷ୍ୟ ଅଟେ, କିନ୍ତୁ ସେଗୁଡିକ ଘଟଣାଗୁଡିକୁ ସୂଚାନ୍ତି ତେଣୁ ହୁଏତ ସେଗୁଡିକୁ କ୍ରିୟା ଖଣ୍ଡବାକ୍ୟ ଗୁଡିକ ଦ୍ଵାରା ଅନୁବାଦ କରିବା ଆବଶ୍ୟକ ଅଟେ ।)

ସେଗୁଡିକୁ ଅନୁବାଦ କରିବା ନିମନ୍ତେ ଏକ ଉତ୍ତମ ମାଧ୍ୟମକୁ ଆବିଷ୍କାର କରିବା ନିମନ୍ତେ ହୁଏତ ଆପଣଙ୍କୁ ଆପଣଙ୍କ ଗ୍ରାମ କିମ୍ବା ମଣ୍ଡଳୀର ଲୋକଙ୍କ ସହିତ କିମ୍ବା ଅନୁବାଦ ଦଳର ସଦସ୍ୟଙ୍କ ସହିତ ଏହି ଅନୁବାଦ ଶବ୍ଦସମୂହ ଗୁଡିକର ପରିଭାଷା ଗୁଡିକୁ ଅଲୋଚନା କରିବା ଆବଶ୍ୟକ ଅଟେ ।