or_ta/translate/figs-quotemarks/01.md

18 KiB
Raw Permalink Blame History

ବିବରଣ

ପାଠର ବଳକା ଅଂଶରୁ ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖାକୁ ଅଲଗା କରିବା ପାଇଁ କେତେକ ଭାଷାଗୁଡ଼ିକ ଉଦ୍ଧୃତି ଚିହ୍ନକୁ ବ୍ୟବହାର କରନ୍ତି । ଇଂରାଜୀ ଭାଷାରେ ଉଦ୍ଧୃତ ଲେଖାର ଆରମ୍ଭରେ ଓ ଶେଷରେ  (“ ”) ଏହି ଚିହ୍ନକୁ ବ୍ୟବହାର କରନ୍ତି ।

  • ଯୋହନ କହିଲେ, “ମୁଁ କେବେ ଫେରିବି, ତାହା ମୁଁ ଜାଣି ନାହିଁ ।”
  • ଉଦ୍ଧୃତି ଚିହ୍ନକୁ ପରୋକ୍ଷ ଉଦ୍ଧୃତ ଲେଖାରେ ବ୍ୟବହାର କରାଯାଇନାହିଁ ।
  • ଯୋହନ କହିଲେ ଯେ ସେ କେବେ ଫେରିବେ, ତାହା ସେ ଜାଣନ୍ତି ନାହିଁ ।
  • ଯେବେ ଉଦ୍ଧୃତ ଲେଖାର ଭିତରେ ଉଦ୍ଧୃତାଂଶର ଅନେକ ସ୍ତର ରହେ, ସେତେବେଳେ ସେହି ବାକ୍ୟରେ କିଏ କ'ଣ କହୁଛି ତାହାକୁ ବୁଝିବାରେ ପାଠକମାନଙ୍କ ନିମନ୍ତେ କଷ୍ଟକର ହୋଇପାରେ ।ଯତ୍ନବାନ ପାଠକମାନଙ୍କୁ ସେମାନଙ୍କର ପଠନର ଧାରାକୁ ବଜାୟ ରଖିବାରେ ଦୁଇ ପ୍ରକାର ଉଦ୍ଧୃତି ଚିହ୍ନକୁ ଗୋଟିଏ ଛାଡି ଗୋଟିଏକୁ ବ୍ୟବହାର କରିବାରେ ସାହାଯ୍ୟ କରିପାରେ । ଇଂରାଜୀରେ ବାକ୍ଯର ବହିର୍ଭାଗର ଉଦ୍ଧୃତ ଲେଖାରେ ଦୁଇ ପରସ୍ତ ଥିବା ଉଦ୍ଧୃତି ଚିହ୍ନ ରହିଥାଏ, ଓ ପରବର୍ତ୍ତୀ ଭିତରେ ଥିବା ଉଦ୍ଧୃତ ଲେଖାରେ ଗୋଟିଏ ଗୋଟିଏ ଚିହ୍ନ ରହେ । ଆଉ ତହିଁ ପରେ ଭିତରେ ଆସୁଥିବା ଉଦ୍ଧୃତ ଲେଖାରେ ଦୁଇ ପରସ୍ତ ଥିବା ଉଦ୍ଧୃତି ଚିହ୍ନ ରହିଥାଏ ।୯୮୯୮୮୮୮୮୮୮୮୮୮୮୮୮୮
  • ମରିୟମ କହିଲେ, ଯେ “ଯୋହନ କହିଥିଲେ, ‘ସେ କେବେ ଫେରିବେ, ତାହା ସେ ଜାଣନ୍ତି ନାହିଁ ।’ ”
  • ବୋବ୍ କହିଲେ, ଯେ “ମରିୟମ କହୁଥିଲେ, ‘ଯୋହନ କହିଲେ, “ସେ କେବେ ଫେରିବେ, ତାହା ସେ ଜାଣନ୍ତି ନାହିଁ ।”

କେତେକ ଭାଷା ଅନ୍ୟ ପ୍ରକାରର ଉଦ୍ଧୃତି ଚିହ୍ନଗୁଡ଼ିକୁ ବ୍ୟବହାର କରନ୍ତି: ଏଠାରେ କେତେକ ଉଦାହରଣ ଦିଆଯାଇଛି: , ,, ” < > «» 7 ¯ ।

ବାଇବଲରୁ କେତେକ ଉଦାହରଣ

ULT ସଂସ୍କରଣର ବାଇବଲରେ ବ୍ୟବହାର କରାଯାଇଥିବା ବିଭିନ୍ନ ପ୍ରକାର ଉଦ୍ଧୃତ ଲେଖାକୁ ନିମ୍ନରେ ପ୍ରଦତ୍ତ ଉଦାହରଣଗୁଡ଼ିକ ପ୍ରକାଶ କରେ ।

କେବଳ ଗୋଟିଏ ସ୍ତର ବିଶିଷ୍ଟ ଉଦ୍ଧୃତାଂଶ

ପ୍ରଥମ ସ୍ତର ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖାର ଉଭୟ ପାର୍ଶ୍ଵରେ ଦୁଇ ପରସ୍ତ ଥିବା ଉଦ୍ଧୃତି ଚିହ୍ନ ରହେ ।

ତହିଁରେ ରାଜା କହିଲେ, “ସେ ତ ତିଶ୍ ବୀୟ ଏଲିୟ ।” (2 ରାଜାବଳୀ 1:8)

ଦୁଇ ସ୍ତର ବିଶିଷ୍ଟ ଉଦ୍ଧୃତାଂଶମାନ

ଦ୍ଵିତୀୟ ସ୍ତର ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖାର ଉଭୟ ପାର୍ଶ୍ଵରେ ଗୋଟିଏ ପରସ୍ତ ଥିବା ଉଦ୍ଧୃତି ଚିହ୍ନ ରହେ । ଆପଣ ଏହାକୁ ଯେପରି ସ୍ପଷ୍ଟ ଭାବରେ ଦେଖିବେ, ଏଥିନିମନ୍ତେ ଆମ୍ଭେମାନେ ଆପଣମାନଙ୍କ ପାଇଁ ଏହି ବାକ୍ୟାଂଶର ନିମ୍ନରେଥିବା ଉଦ୍ଧୃତ ଲେଖାକୁ ମୋଟା ରଂଙ୍ଗରେ ସ୍ପଷ୍ଟ କରିଦେଇଅଛୁ ।

ସେମାନେ ତାକୁ ପଚାରିଲେ, “ସେ ଲୋକ କିଏ ଯିଏ ତୁମ୍ଭକୁ କହିଲା, ତୁମ୍ଭର ଖଟିଆ ଘେନି ଚାଲ' ? ” (ଯୋହନ 5: 12 ULT)

ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ । ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ । ଆଉ, ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଫିଟାଉଅଛ’ ବୋଲି ପଚାରେ, ତେବେ ଏପରି କହିବ, ‘କାରଣ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି’ ” (ଲୂକ 19: 29-31)

ତିନି ସ୍ତର ବିଶିଷ୍ଟ ଉଦ୍ଧୃତାଂଶମାନ

ତୃତୀୟ ସ୍ତର ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖାର ଉଭୟ ପାର୍ଶ୍ଵରେ ଦୁଇ ପରସ୍ତ ଥିବା ଉଦ୍ଧୃତି ଚିହ୍ନ ରହେ । ଆପଣ ଏହାକୁ ଯେପରି ସ୍ପଷ୍ଟ ଭାବରେ ଦେଖିବେ, ଏଥିସକାଶେ ଆମେ ଆପଣଙ୍କ ନିମନ୍ତେ ଏହି ବାକ୍ୟାଂଶର ତଳେ ଗାର ଦେଇଛୁ ।

ସେତେବେଳେ ଅବ୍ରହାମ କହିଲେ, “ଏ ଦେଶରେ ପ୍ରମେଶ୍ଵରଙ୍କ ପ୍ରତି କିଛି ଭୟ ନାହିଁ; ‘ଏ ନିମନ୍ତେ ମୁଁ ଭାବିଲି’, ଏମାନେ ଅବା ମୋହର ଭାର୍ଯ୍ୟାଲୋଭରେ ମୋତେ ବଧ କରିବେ । ସେ ମୋହର ଭଗିନୀ, ଏହା ସତ୍ୟ, ଯେହେତୁ ସେ ମୋହର ପିତୃକନ୍ୟା, ମାତୃକନ୍ୟା ନୁହେଁ, ପୁଣି ମୋହର ଭାର୍ଯ୍ୟା ହେଲା । ଯେତେବେଳେ ପରମେଶ୍ଵର ମୋତେ ପୈତୃକ ଗୃହରୁ ଭ୍ରମଣ କରାଇଲେ, ସେତେବେଳେ ମୁଁ ତାହାକୁ କହିଲି, ‘ତୁମ୍ଭେ ମୋ’ ପ୍ରତି ଏହି ଅନୁଗ୍ରହ କରିବ: ଆମ୍ଭେମାନେ ଯେଉଁ ଯେଉଁ ସ୍ଥାନକୁ ଯିବୁ, ସେହି ସେହି ସ୍ଥାନରେ ତୁମ୍ଭେ ମୋତେ, ‘ଭାଇ ବୋଲି ପରିଚୟ ଦେବ ।” ” (ଆଦିପୁସ୍ତକ 20: 11-13)

ଚାରି ସ୍ତର ବିଶିଷ୍ଟ ଉଦ୍ଧୃତାଂଶମାନ

ଚତୁର୍ଥ ସ୍ତର ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖାର ଉଭୟ ପାର୍ଶ୍ଵରେ ଗୋଟିଏ ପରସ୍ତ ଥିବା ଉଦ୍ଧୃତି ଚିହ୍ନ ରହେ । ଆପଣ ଏହାକୁ ଯେପରି ସ୍ପଷ୍ଟ ଭାବରେ ଦେଖିବେ,  ଏଥିନିମନ୍ତେ ଆମ୍ଭେମାନେ ଆପଣମାନଙ୍କ ପାଇଁ ଏହି ବାକ୍ୟାଂଶର ନିମ୍ନରେଥିବା ଉଦ୍ଧୃତ ଲେଖାକୁ ମୋଟା ରଂଙ୍ଗରେ ସ୍ପଷ୍ଟ କରିଦେଇଅଛୁ ।

ଏଥିରେ ସେମାନେ ତାଙ୍କୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି: ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାଁନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସାବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ।’ ” (2 ରାଜାବଳି 1: 5-6)

ଉଦ୍ଧୃତି ଚିହ୍ନ ଦେବା କୌଶଳଗୁଡ଼ିକ

ଏଠାରେ କେତେକ ମାଧ୍ୟମଗୁଡ଼ିକ ଦିଆଯାଇଛି ଯାହାକି କେଉଁଠାରେ ପ୍ରତି ଉଦ୍ଧୃତ ଲେଖାଂଶର ଆରମ୍ଭ ହେଉଛି ଓ କେଉଠାରେ ଶେଷ ହେଉଛି, ପାଠକମାନେ ଉଦ୍ଧୃତ ଲେଖାଂଶକୁ ଦେଖିବାରେ ଆପଣ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ହୋଇପାରିବେ ।

  1. ପ୍ରତ୍ୟେକ୍ଷ ଉଦ୍ଧୃତାଂଶର ସ୍ତରଗୁଡ଼ିକୁ ଦେଖାଇବା ପାଇଁ ଦୁଇ ପ୍ରକାର  ଉଦ୍ଧୃତିର ଚିହ୍ନକୁ ଗୋଟିଏ ଛାଡି ଗୋଟିଏକୁ ବ୍ୟବହାର କରନ୍ତୁ । ଇଂରାଜୀ ଭାଷାରେ ଯୁଗ୍ମ ଉଦ୍ଧୃତି ଚିହ୍ନ ଓ ଗୋଟିଏ ଉଦ୍ଧୃତି ଚିହ୍ନକୁ ବିକଳ୍ପ ଭାବେ ବ୍ୟବହାର କରେ ।
  2. ପରୋକ୍ଷ ଉଦ୍ଧୃତ ଲେଖାଂଶଗୁଡ଼ିକ ସେମାନଙ୍କୁ ଆବଶ୍ୟକ କରୁ ନ ଥିବା ହେତୁ, ଅଳ୍ପ ଉଦ୍ଧୃତ ଚିହ୍ନ ବ୍ୟବହାର କରିବା ପାଇଁ ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖାଂଶ ଭଳି ଗୋଟିଏ ବା କେତେକ ଉଦ୍ଧୃତ ଲଖାକୁ ଅନୁବାଦ କରନ୍ତୁ । (ପ୍ରତ୍ୟେକ୍ଷ ଓ ପରୋକ୍ଷ ଉଦ୍ଧୃତାଂଶ ପାଠକୁ ଦେଖନ୍ତୁ)
  3. ଯଦି ଉଦ୍ଧୃତାଂଶ ଲାମ୍ବା ଥାଏ ଓ ଏଥିରେ ଅନେକ ସ୍ତରଗୁଡ଼ିକ ରହିଥାଏ, ତେବେ ପ୍ରମୁଖ ସମସ୍ତ ଉଦ୍ଧୃତ ଲେଖାଂଶରେ ଅଧିକ ଶୂନ୍ୟାସ୍ଥାନ ରଖି ଏହା ଭିତରେ କେବଳ ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖା ନିମନ୍ତେ ଉଦ୍ଧୃତି ଚିହ୍ନକୁ ବ୍ୟବହାର କର ।

ପ୍ରୟୋଗ କରାଯାଇଥିବା ଉଦ୍ଧୃତି ଚିହ୍ନ ଦେବା କୌଶଳର ଉଦାହରଣଗୁଡ଼ିକ

  1. ନିମ୍ନରେ ପ୍ରଦତ୍ତ ULT ସଂସ୍କରଣ ପାଠରେ ଦେଖାଯିବା ଭଳି ପ୍ରତ୍ୟେକ୍ଷ ଉଦ୍ଧୃତାଂଶର ସ୍ତରଗୁଡ଼ିକୁ ଦେଖାଇବା ପାଇଁ ଦୁଇ ପ୍ରକାର ଉଦ୍ଧୃତି ଚିହ୍ନକୁ ଗୋଟିଏ ଛାଡି ଗୋଟିଏକୁ ବ୍ୟବହାର କର ।

ଏଥିରେ ସମାନେ ତାହାଙ୍କୁ କହିଲେ, “ଜଣେ ବ୍ୟକ୍ତି ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି: ‘ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାଁନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସାବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ।’ ” ” (2 ରାଜାବଳି 1: 5-6)

  1. ପରୋକ୍ଷ ଉଦ୍ଧୃତ ଲେଖାଂଶଗୁଡ଼ିକ ସେମାନଙ୍କୁ ଆବଶ୍ୟକ କରୁ ନ ଥିବା ହେତୁ, ଅଳ୍ପ ଉଦ୍ଧୃତ ଚିହ୍ନ ବ୍ୟବହାର କରିବା ପାଇଁ ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖାଂଶ ଭଳି ଗୋଟିଏ ବା କେତେକ ଉଦ୍ଧୃତ ଲଖାକୁ ଅନୁବାଦ କରନ୍ତୁ । ଇଂରାଜୀରେ, “ଯେ/ତାହା/ବୋଲି ” ଶବ୍ଦ ପରୋକ୍ଷ ଉଦ୍ଧୃତ ଲେଖାକୁ ପରିଚିତ କରିପାରେ । ନିମ୍ନରେ ପ୍ରଦତ୍ତ ଉଦାହରଣର ଦିଆଗଲ, “ଯେ/ତାହା/ବୋଲି” ଶବ୍ଦ ପରେ ଆସୁଥିବା ସମସ୍ତ ବିଷୟ, ଯଥା, ସମ୍ବାଦବାହକମାନେ ରାଜାଙ୍କୁ ଯାହା କହିଲେ ସେସବୁ ପରୋକ୍ଷ ଉଦ୍ଧୃତାଂଶ ଅଟେ । ସେହି ପରୋକ୍ଷ ଉଦ୍ଧୃତାଂଶ ମଧ୍ୟରେ, ଦୁଇଟି କିମ୍ଭା ଗୋଟିଏ ଉଦ୍ଧୃତ ଲେଖାଂଶଗୁଡ଼ିକ ସହିତ ଚିହ୍ନିତ କିଛି ସିଧାସଳଖ ଉଦ୍ଧୃତ ଅଛି।

ଏଥିରେ ସମାନେ ତାଙ୍କୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି: ‘ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାଁନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସାବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ।’ ” ” (2 ରାଜାବଳି 1: 6)

  • ଏଥିରେ ସମାନେ ତାଙ୍କୁ କହିଲେ, ଯେ ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି: ‘ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାଁନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସାବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ।’ ”
  1. (3) ଯଦି ଉଦ୍ଧୃତାଂଶ ଲାମ୍ବା ଥାଏ ଓ ଏଥିରେ ଅନେକ ସ୍ତରଗୁଡ଼ିକ ରହିଥାଏ, ତେବେ ପ୍ରମୁଖ ସମସ୍ତ ଉଦ୍ଧୃତ ଲେଖାଂଶରେ ଅଧିକ ଶୂନ୍ୟାସ୍ଥାନ ରଖି ଏହା ଭିତରେ କେବଳ ପ୍ରତ୍ୟେକ୍ଷ ଉଦ୍ଧୃତ ଲେଖା ନିମନ୍ତେ ଉଦ୍ଧୃତି ଚିହ୍ନକୁ ବ୍ୟବହାର କର ।

ଏଥିରେ ସମାନେ ତାଙ୍କୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି: ‘ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାଁନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସାବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ।’ ” ” (2 ରାଜାବଳି 1: 6)

ଏଥିରେ ସମାନେ ତାଙ୍କୁ କହିଲେ,                                                                   ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, “ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି: “ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାଁନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସାବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ।”