or_ta/translate/figs-parables/01.md

12 KiB
Raw Permalink Blame History

ଏକ ଦୃଷ୍ଟାନ୍ତ ଏକ ଛୋଟ ବା ସଂକ୍ଷିପ୍ତ କାହାଣୀ ଅଟେ ଯାହାକି ସତ୍ୟକୁ ବୁଝିବାରେ ସହଜ ଓ ଭୁଲିବାକୁ କଷ୍ଟକର କରିଥାଏ ।

ବର୍ଣ୍ଣନା

ଏକ ସତ୍ୟ ବିଷୟରେ ଶିକ୍ଷା ଦେବା ପାଇଁ କୁହାଯାଉଥିବା ଛୋଟ କାହାଣୀକୁ ଦୃଷ୍ଟାନ୍ତ କୁହାଯାଏ । ଯଦିଚ ଦୃଷ୍ଟାନ୍ତରେ ଥିବା ଘଟଣାବଳୀ ଘଟିପାରେ, ସେଗୁଡ଼ିକ ବାସ୍ତବରେ ଘଟି ନଥାଏ । ସେଗୁଡ଼ିକୁ କେବଳ ସତ୍ୟ ବିଷୟରେ ଶିକ୍ଷା ଦେବା ପାଇଁ କୁହାଯାଇଥାଏ । ଦୃଷ୍ଟାନ୍ତଗୁଡ଼ିକରେ କ୍ଵଚିତ୍ ନିର୍ଦ୍ଦିଷ୍ଟ ଲୋକମାନଙ୍କର ନାମଗୁଡ଼ିକ ଥାଏ । (ଏହା ଆପଣଙ୍କୁ ଦୃଷ୍ଟାନ୍ତ କ’ଣ ଓ ବାସ୍ତବ ଘଟଣାର କି ପରଣାମ ହେବ, ତାହା ଜାଣିବାରେ ସାହାଯ୍ୟ କରିଥାଏ ।) ଅନେକ ସମୟରେ ଦୃଷ୍ଟାନ୍ତଗୁଡ଼ିକରେ ଆଳଙ୍କାରିକ ଶବ୍ଦ ରହିଥାଏ, ଯଥା, ଉପମା, ଓ ରୂପକ ଶବ୍ଦ ।

ତା’ପରେ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, “ଜଣେ ଅନ୍ଧ କଅଣ ଆଉ ଜଣେ ଅନ୍ଧକୁ ବାଟ କଢାଇ ପାରେ? ସେମାନେ କଅଣ ଉଭୟେ ଖାତରେ ପଡ଼ିବେ ନାହିଁ ? (ଲୂକ 6:39 ULT)

ଏହି ଦୃଷ୍ଟାନ୍ତ ଶିକ୍ଷା ଦିଏ ଯେ ଯଦି ଜଣେ ବ୍ୟକ୍ତିର ଆତ୍ମିକ ଜ୍ଞାନ ନାହିଁ, ତେବେ ସେ ଅନ୍ୟ କାହାକୁ ଆତ୍ମିକ ବିଷୟଗୁଡ଼ିକୁ ବୁଝିବା ପାଇଁ ସାହାଯ୍ୟ କରି ପାରିବ ନାହିଁ ।

ବାଇବେଲରୁ ଉଦାହରଣଗୁଡ଼ିକ

କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକମାନଙ୍କୁ ଆଲୋକ ଦିଏ । ସେହିପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକମାନଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ । (ମାଥିଉ 5:15-16 ULT)

ଆମ୍ଭେମାନେ ଈଶ୍ଵରଙ୍କ ନିମନ୍ତେ କିପରି ବଞ୍ଚୁଛୁ, ତାହା ଅନ୍ୟମାନଙ୍କଠାରୁ ଗୁପ୍ତ ନ ରଖିବା ପାଇଁ ଏହି ଦୃଷ୍ଟାନ୍ତ ଆମ୍ଭମାନଙ୍କୁ ଶିକ୍ଷା ଦିଏ ।

ତା’ପରେ ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ଵର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷଦାନା ପରି ଅଟେ, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ବୁଣିଲା । ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢେଇମାନେ ଆସି ଏହାର ଡାଳରେ ବାସ କରନ୍ତି । (ମାଥିଉ 13:31-32 ULT)

ଏହି ଦୃଷ୍ଟାନ୍ତ ଶିକ୍ଷା ଦିଏ ଯେ ଈଶ୍ଵରଙ୍କ ରାଜ୍ୟ ପ୍ରଥମେ କ୍ଷୁଦ୍ର ଦେଖାଯାଇପାରେ, କିନ୍ତୁ ଏହା ବଢି ସମଗ୍ର ଜଗତରେ ବିସ୍ତାର  ହେବ।

ଅନୁବାଦ କୌଶଳଗୁଡ଼ିକ

(1) ଦୃଷ୍ଟାନ୍ତରେ ଅଜ୍ଞାତ ବିଷୟ ଥିବା ହେତୁ ଯଦି ଏହାକୁ ବୁଝିବାରେ କଠିନ ହୁଏ, ତେବେ ଆପଣଙ୍କ ସଂସ୍କୃତିରେ ଲୋକେ ଜାଣିଥିବା ବିଷୟ ସହ ଏହି ଅଜ୍ଞାତ ବିଷୟକୁ ଅନୁବାଦ କରିପାରିବେ । କିନ୍ତୁ, ଶିକ୍ଷାକୁ ସମାନ ଅର୍ଥରେ ସାବଧାନତା ସହ ପ୍ରକାଶ କରନ୍ତୁ । (2) ଯଦି ଦୃଷ୍ଟାନ୍ତର ଶିକ୍ଷା ଅସ୍ପଷ୍ଟ ହୁଏ, ତେବେ ପରିଚୟ ଅଂଶରେ ଏହା କେଉଁ ବିଷୟରେ ଶିକ୍ଷା ଦିଏ, ତାହା ସଂକ୍ଷିପ୍ତ କରି ଉଲ୍ଲେଖ କରନ୍ତୁ, ଯଥା, “ଉଦାରଚିତ ହେବା ବିଷୟରେ ଯୀଶୁ ଏହି କାହାଣୀକୁ କହିଲେ।“

ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣଗୁଡ଼ିକ

(1) ଦୃଷ୍ଟାନ୍ତରେ ଅଜ୍ଞାତ ବିଷୟ ଥିବା ହେତୁ ଯଦି ଏହାକୁ ବୁଝିବାରେ କଠିନ ହୁଏ, ତେବେ ଆପଣଙ୍କ ସଂସ୍କୃତିରେ ଲୋକେ ଜାଣିଥିବା ବିଷୟ ସହ ଏହି ଅଜ୍ଞାତ ବିଷୟକୁ ଅନୁବାଦ କରିପାରିବେ । କିନ୍ତୁ, ଶିକ୍ଷାକୁ ସମାନ ଅର୍ଥରେ ସାବଧାନତା ସହ ପ୍ରକାଶ କରନ୍ତୁ ।

ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ ’’ (ମାର୍କ 4:21 ULT)

ଯଦି ଲୋକେ ଦୀପରୁଖା କ’ଣ ତାହା ଜାଣନ୍ତି ନାହିଁ, ତେବେ ଲୋକେ ନିଜ ଗୃହକୁ ଆଲୋକିତ କରିବା ପାଇଁ ଦୀପକୁ ଯେଉଁ ସ୍ଥାନରେ ରଖନ୍ତି, ସେହି ବସ୍ତୁର ନାମକୁ ଆପଣଙ୍କ ଅନୁବାଦରେ ଉଲ୍ଲେଖ କରିପାରିବେ।

ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ ? ଏକ ଉଚ୍ଚ ସ୍ଥାନରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ?

ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ଵର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ବୁଣିଲା । ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢେଇମାନେ ଆସି ଏହାର ଡାଳରେ ବାସ କରନ୍ତି ।” (ମାଥିଉ 13:31-32 ULT)

ବୀଜ ବୁଣିବାର ଅର୍ଥ ସେଗୁଡ଼ିକୁ ଏପଟ ସେପଟ ଫୋପାଡ଼ିବା ଅଟେ ଯଦ୍ୱାରା ସେଗୁଡ଼ିକ ଭୂମିର ବିଭିନ୍ନ ଦିଗରେ ବିକ୍ଷିପ୍ତ ହେବ ।

ତା’ପରେ ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ଵର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ରୋପଣ କଲା । ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢେଇମାନେ ଆସି ଏହାର ଡାଳରେ ବାସ କରନ୍ତି ।”

(2) ଯଦି ଦୃଷ୍ଟାନ୍ତର ଶିକ୍ଷା ଅସ୍ପଷ୍ଟ ହୁଏ, ତେବେ ପରିଚୟ ଅଂଶରେ ଏହା କେଉଁ ବିଷୟରେ ଶିକ୍ଷା ଦିଏ, ତାହା ସଂକ୍ଷିପ୍ତ କରି ଉଲ୍ଲେଖ କରନ୍ତୁ, ଯଥା, “ଉଦାରଚିତ ହେବା ବିଷୟରେ ଯୀଶୁ ଏହି କାହାଣୀକୁ କହିଲେ।“

ଯୀଶୁ ସେମାନଙ୍କୁ କହିଲେ, “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ ?’’ (ମାର୍କ 4:21 ULT)

ସେମାନେ ସର୍ବଜନୀନ ଭାବରେ କାହିଁକି ସାକ୍ଷୀ ହେବା ଉଚିତ୍, ତହିଁ ବିଷୟରେ ଯୀଶୁ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ**,** “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ ? (ମାର୍କ 4:21 ULT)

ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ଵର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ବୁଣିଲା । ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢେଇମାନେ ଆସି ଏହାର ଡାଳରେ ବାସ କରନ୍ତି । (ମାଥିଉ 13:31-32 ULT)

ଈଶ୍ଵରଙ୍କ ରାଜ୍ୟର ବୃଦ୍ଧି ବିଷୟରେ ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ । ସେ କହିଲେ, “ସ୍ଵର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ବୁଣିଲା । ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢେଇମାନେ ଆସି ଏହାର ଡାଳରେ ବାସ କରନ୍ତି ।”