or_ta/checking/verses/01.md

6.0 KiB

ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଆପଣଙ୍କ ଭାଷାର ଅନୁବାଦ ମୂଳ ଭାଷା ବାଇବଲରେ ଥିବା ସମସ୍ତ ପଦଗୁଡ଼ିକୁ ଅନ୍ତର୍ଭୁକ୍ତ କରୁ । ଆମେ କେତେକ ପଦଗୁଡ଼ିକ ଆକସ୍ମିକ ଭାବେ/ଭୁଲ୍ ରେ ନିଖୋଜ ହେବା ଚାହୁଁ ନାହୁଁ ।କିନ୍ତୁ ମନେ ରଖନ୍ତୁ ଯେ ସେଥିରେ ଉତ୍ତମ କାରଣଗୁଡ଼ିକ ରହିପାରେ, କାରଣ କେତେକ ବାଇବଲରେ ନିର୍ଦ୍ଦିଷ୍ଟ ପଦଗୁଡ଼ିକ ଥିବା ବେଳେ ଅନ୍ୟାନ୍ୟ ବାଇବଲରେ ସେଗୁଡ଼ିକ ନଥାଏ ।

ପଦଗୁଡ଼ିକ ନିଖୋଜ ହେବାର କେତେକ କାରଣ

  1. ଉଦ୍ଧୃତାଂଶର ଭିନ୍ନତା - ବାଇବଲରେ ଥିବା କେତେକ ପଦଗୁଡ଼ିକ ମୂଳ ଲେଖା ନୁହେଁ, ବରଂ ସେଗୁଡ଼ିକୁ ପରବର୍ତ୍ତୀ ସମୟରେ ଯୋଗ କରାଯାଇଥିଲା ବୋଲି ଅନେକ ବାଇବଲ ବିଦ୍ଵାନମାନେ ବିଶ୍ଵାସ କରନ୍ତି ନାହିଁ । ସେଥିପାଇଁ କେତେକ ବାଇବେଲ ଅନୁବାଦକମାନେ ସେହି ପଦଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, କିମ୍ବା ସେଗୁଡ଼ିକୁ ବହି ପୃଷ୍ଠାର ନିମ୍ନ ଭାଗରେ ପ୍ରଦତ୍ତ ଟିକାରେ ଅନ୍ତର୍ଭୁକ୍ତ କରନ୍ତି । (ତଦ୍ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ଉଦ୍ଧୃତାଂଶର ଭିନ୍ନତା।)

ସେହି ପଦଗୁଡ଼ିକୁ ସାମିଲ୍ କରାଯିବ କିମ୍ବା କରାଯିବ ନାହିଁ ତହିଁ ବିଷୟରେ ଆପଣଙ୍କ ଅନୁବାଦ ଦଳ ନିର୍ଣ୍ଣୟ କରିବା ଆବଶ୍ୟକ।

  1. ଭିନ୍ନ ଭିନ୍ନ ସଂଖ୍ୟା ଦେବା - ଅନ୍ୟାନ୍ୟ ବାଇବଲଠାରୁ କେତେକ ବାଇବଲ ଭିନ୍ନ ଶୈଳୀର ପଦ ସଂଖ୍ୟାକୁ ବ୍ୟବହାର କରନ୍ତି ।

(ତଦ୍ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ଅଧ୍ୟାୟ ଓ ପଦ ସଂଖ୍ୟା।)କେଉଁ ଶୈଳୀ ବ୍ୟବହାର କରାଯିବ ତହିଁ ବିଷୟରେ ଆପଣଙ୍କ ଅନୁବାଦ ଦଳ ନିର୍ଣ୍ଣୟ କରିବା ଆବଶ୍ୟକ ।

  1. ପଦ ସଂଯୋଜକ - ବାଇବଲର କେତେକ ଅନୁବାଦରେ, ଦୁଇ ବା ତହିଁରୁ ଉର୍ଦ୍ଧ୍ଵ ପଦଗୁଡ଼ିକର ବିଷୟବସ୍ତୁକୁ ପୁନର୍ବାର ସଜାଡ଼ିଥା’ନ୍ତି, ଯଦ୍ୱାରା ତଥ୍ୟର ଶ୍ରୁଙ୍ଖଳିତ ଅବସ୍ଥା ଅଧିକ ଯୁକ୍ତିଯୁକ୍ତ କିମ୍ବା ବୁଝିବାରେ ସହଜସାଧ୍ୟ ହେବ। ଯେବେ ସେହିପରି ହୁଏ, ପଦ ସଂଖ୍ୟାଗୁଡ଼ିକ ମିଶି ରହିଥାଏ, ଯଥା 4 - 5 ବା 4 - 6 । ବେଳେ ବେଳେ UST ବାଇବଲ, ଏବଂ କ୍ଵଚିତ ପରିସ୍ଥିତିରେ ULT ବାଇବେଲ ଏପରି କରିଥା’ନ୍ତି । କାରଣ ସମସ୍ତ ପଦ ସଂଖ୍ୟା ଦେଖାଯାନ୍ତି ନାହିଁ, ବା ଯେଉଁଠାରେ ଆପଣ ଦେଖିବାକୁ ଆଶା କରନ୍ତି ସେଠାରେ ଦେଖାଯାଇ ନ ଥାଏ, ଆଉ କେତେକ ପଦ ନିଖୋଜ ଭଳି ଦେଖାଯାଇଥାଏ । କିନ୍ତୁ ପଦଗୁଡ଼ିକର ବିଷୟବସ୍ତୁଟି ଥାଏ । (ତଦ୍ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ପଦ ସଂଯୋଜକ।)ପଦ ସଂଯୋଜକ ବ୍ୟବହାର କରାଯିବ ବା କରାଯିବ ନାହିଁ ତହି ବିଷୟରେ ଆପଣଙ୍କ ଅନୁବାଦ ଦଳ ନିର୍ଣ୍ଣୟ କରିବା ଆବଶ୍ୟକ।

ନିଖୋଜ ପଦଗୁଡ଼ିକ ନିମନ୍ତେ ଯାଞ୍ଚ୍ କାର୍ଯ୍ୟ

ନିଖୋଜ ପଦଗୁଡ଼ିକ ନିମନ୍ତେ ଆପଣଙ୍କ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ, ପୁସ୍ତକଟି ଅନୁବାଦିତ ହେଲା ପରେ, ଅନୁବାଦକୁ ପାରାଟେକ୍ସଟ ମଧ୍ୟକୁ ନିଅନ୍ତୁ । ତା’ପରେ “ଅଧ୍ୟାୟ / ପଦ ସଂଖ୍ୟା” ନିମନ୍ତେ ଯାଞ୍ଚ୍ କାର୍ଯ୍ୟକୁ କର । ସେହି ପୁସ୍ତକରେ ଯେଉଁ ଯେଉଁ ସ୍ଥାନରେ ପଦଗୁଡ଼ିକ ନିଖୋଜ ଅଛି, ପାରାଟେକ୍ସଟ ସେହି ସମସ୍ତ ନିଖୋଜ ପଦକୁ ଖୋଜି ବାହାର କରି ସେଥିର ଏକ ତାଲିକା ଆପଣଙ୍କୁ ପ୍ରଦାନ କରିବ । ପରେ ଆପଣ ସେହି ପ୍ରତ୍ୟେକ ସ୍ଥାନଗୁଡ଼ିକୁ ଦେଖିପାରିବେ ଓ ଯଦି ଉପରୋକ୍ତ ତିନି କାରଣରୁ ପଦକୁ ଉଦ୍ଦେଶ୍ୟମୂଳକ ଭାବେ ଛଡ଼ା ଯାଇଛି, କିମ୍ବା ଯଦି ଏହାକୁ ଭୁଲବଶତଃ ଛାଡ଼ି ଦିଆଯାଇଛି ଓ ଆପଣ ପୁନର୍ବାର ଫେରି ସେହି ପଦକୁ ଅନୁବାଦ କରିବାକୁ ଆବଶ୍ୟକ ମନେ କରୁଛନ୍ତି, ତାହା ଆପଣ ନିର୍ଣ୍ଣୟ କରିବେ ।