or_ta/translate/translate-textvariants/01.md

10 KiB

ବର୍ଣ୍ଣନା

ହଜାର ବର୍ଷ ପୂର୍ବେ, ଲୋକମାନେ ବାଇବଲର ପୁସ୍ତକଗୁଡ଼ିକ ଲେଖିଥିଲେ । ଅନ୍ୟ ଲୋକେ ଏହାକୁ ନକଲ କରି ଅନୁବାଦ କଲେ । ସେମାନେ ଏହି କାର୍ଯ୍ୟକୁ ଯତ୍ନପୂର୍ବକ କଲେ ଏବଂ କିଛି ବର୍ଷ ମଧ୍ୟରେ ଅନେକ ଲୋକେ ଏହାକୁ ହଜାର ହାଜର ସଂଖ୍ୟାରେ ନକଲ କଲେ । ଯାହା ହେଉ, ଯେଉଁ ଲୋକେ ଏହା ଦେଖିଲେ, ତା’ ପରେ ସେମାନେ ଦେଖିଲେ ଯେ ସେ ଗୁଡିକ ମଧ୍ୟରେ କିଛି ଭିନ୍ନତା ଅଛି ।

କିଛି ନକଲ ଗୁଡ଼ିକରେ ଆକସ୍ମିକ ଭାବରେ କିଛି ଶବ୍ଦ ନ ଥିଲା, ଏବଂ କିଛି ଶବ୍ଦକୁ ଯାହା ଏହା ଦୃଶ୍ୟମାନ ଥିଲା ଭୁଲ ବୁଝିଥିଲେ । ସମୟ କ୍ରମେ ସେମାନେ ଶବ୍ଦ କିମ୍ବା ଏମିତି ପୂର୍ଣ୍ଣ ବାକ୍ୟଗୁଡ଼ିକୁ ଆକସ୍ମିକ ଭାବେ କିମ୍ବା ଯେହେତୁ ସେମାନେ କିଛି ବିଷୟକୁ ବ୍ୟାଖ୍ୟା କରିବାକୁ ଚାଁହୁଥିଲେ ଯୋଗ କଲେ । ଆଧୁନିକ ବାଇବଲ ଗୁଡ଼ିକ ପୂରାତନ ନକଲ ଗୁଡ଼ିକର ଅଟେ ।

କିଛି ଆଧୁନିକ ବାଇବଲ ଗୁଡ଼ିକରେ ଯୋଗ କରା ଯାଇଥିବା ଏହି କିଛି ବାକ୍ୟ ଗୁଡିକ ଅଛି । ULT ରେ, ଯୋଗ କରା ଯାଇଥିବା ଏ ସବୁ ବାକ୍ୟ ଗୁଡ଼ିକୁ ସାଧାରଣତଃ ପାଦଟିପ୍ପଣୀ ଭାବରେ ଲେଖା ଯାଏ । ବାଇବଲର ବିଦ୍ଵାନମାନେ ଅନେକ ପୂରାତନ ନକଲ ଗୁଡ଼ିକୁ ପାଠ କରିଛନ୍ତି ଏବଂ ସେଗୁଡ଼ିକୁ ପରସ୍ପର ସହିତ ତୁଳନା କରିଛନ୍ତି । ବାଇବଲରେ ପ୍ରତ୍ୟେକ ସ୍ଥାନରେ ଯେଉଁଠାରେ ଭିନ୍ନତା ଥିଲା, ସେମାନେ କେଉଁ ଶବ୍ଦଟି ଅଧିକ ସଠିକ ତାହା ଉପଲବ୍ଧି କରି ଅଛନ୍ତି ।

ULT ର ଅନୁବାଦକମାନେ ULT କୁ ବିଦ୍ଵାନମାନେ ସଠିକ କହିଥିବା ଶବ୍ଦ ଗୁଡ଼ିକରେ ଆଧାର କରନ୍ତି । କାରଣ ULT କୁ ବ୍ୟବହାର କରୁଥିବା ଲୋକଙ୍କ ନିକଟରେ ହୁଏତ ଅନ୍ୟ ନକଲ ହୋଇଥିବା ବାଇବଲ ଉପଳବ୍ଧ ଥାଇ ପାରେ, ULT ର ଅନୁବାଦକମାନେ ପାଦଟିପ୍ପଣୀ ଗୁଡିକୁ ଉଲ୍ଲେଖ କରନ୍ତି ଯାହା ସେମାନଙ୍କ ମଧ୍ୟରେ ଥିବା ଭିନ୍ନତାକୁ ପ୍ରକାଶ କରନ୍ତି ।

ULTରେ ପାଠକୁ ଅନୁବାଦ କରିବା ଏବଂ ବାକ୍ୟରେ ପାଦଟିପ୍ପଣୀ ଗୁଡିକ ଯୋଗ କରାଯାଇ ଥିବା ବିଷୟରେ ଲେଖିବା ନିମନ୍ତେ ଅନୁବାଦଙ୍କୁ ଉତ୍ସାହିତ କାରାଯାଏ ଯେପରି ULT ରେ କରାଯାଏ । ତଥାପି, ଯଦି ସ୍ଥାନୀୟ ମଣ୍ଡଳୀ ମୂଳ ପାଠରେ ସେହି ବାକ୍ୟ ଗୁଡ଼ିକୁ ସମ୍ମିଳିତ କରିବା ଇଚ୍ଛା କରେ, ତେବେ ସେଗୁଡ଼ିକୁ ଅନୁବାଦକ ପାଠରେ ସମ୍ମିଳିତ କରି ପାରିବେ ଏବଂ ସେଗୁଡ଼ିକ ବିଷୟରେ ପାଦଟିପ୍ପଣୀ ଦେଇ ପାରିବେ ।

ବାଇବଲରୁ ଉଦାହରଣଗୁଡ଼ିକ

ମାଥିଉ 18:10-11 ULTରେ ପଦ 11ରେ ଏକ ପାଦଟିପ୍ପଣୀ ଅଛି ।

10ଦେଖ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁମ୍ଭେମାନେ ତୁଚ୍ଛଜ୍ଞାନ କର ନାହିଁ । କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି ।

11 [1] ଅନେକ ଅଧିକାରୀ, କିଛି ପ୍ରାଚୀନ, ପଦ 11 ସମ୍ମିଳିତ କଲେ ମନୁଷ୍ୟପୁତ୍ର ଯାହା ହଜିଯାଇ ଥିଲା ତାହା ରକ୍ଷା କରିବାକୁ ଆସିଅଛନ୍ତି ।

ଯୋହନ 7:53-8:11 ଉତ୍ତମ ପ୍ରାରମ୍ଭିକ ପାଣ୍ଡୁଲିପି ନୁହେଁ । ଏହା ULTରେ ସମ୍ମିଳିତ କରା ଯାଇଅଛି, କିନ୍ତୁ ପ୍ରାରମ୍ଭ ଏବଂ ଶେଷରେ ([]) ଚାରି କୋଣିଆ ବନ୍ଧନୀ ରଖାଯାଇଛି ଏବଂ 11 ପଦ ପରେ ସେଠାରେ ଏକ ପାଦଟିପ୍ପଣୀ ଦିଆ ଯାଇଅଛି ।

53ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ.… 11ସେ ସ୍ତ୍ରୀ କହିଲା, “କେହି ନାହିଁ, ପ୍ରଭୁ ।"

ଯୀଶୁ କହିଲେ, “ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁ ନାହିଁ ।“

ଯାଅ, ବର୍ତ୍ତମାନର ଠାରୁ ଆଉ ପାପ କର ନାହିଁ "[2]

[2]ପ୍ରାରମ୍ଭିକ ଉତ୍ତମ ପାଣ୍ଡୁଲିପିରେ ଯୋହନ 7:53-8:11 ନାହିଁ ।

ଅନୁବାଦର କୌଶଳ ଗୁଡିକ

ଯେତେବେଳେ ସେଠାରେ ଏକ ପାଠ ବିଷୟରେ ଭିନ୍ନତା ଥାଏ, ଆପଣ ULT କିମ୍ବା ଉପଲବ୍ଧ ଥିବା ଅନ୍ୟ ଗ୍ରନ୍ଥମାଳାକୁ ଅନୁସରଣ କରିବାକୁ ନିଷ୍ପତି ନେଇ ପାରିବେ ।

  1. ସେହି ପଦଗୁଡ଼ିକୁ ଅନୁବାଦ କରନ୍ତୁ ଯାହା ULT କରେ ଏବଂ ପାଦଟିପ୍ପଣୀ ଗୁଡ଼ିକୁ ସମ୍ମିଳିତ କରନ୍ତୁ ଯାହା ULT ପ୍ରଦାନ କରେ ।
  2. ଅନ୍ୟ ଗ୍ରନ୍ଥମାଳା ଯେପରି କରେ ସେହିପରି ଏହି ପଦଗୁଡ଼ିକୁ ଅନୁବାଦ କରନ୍ତୁ ଏବଂ ପାଦଟିପ୍ପଣୀ ଗୁଡ଼ିକୁ ପରିବର୍ତ୍ତନ କରନ୍ତୁ ଯାହା ଫଳରେ ଏହା ପରିସ୍ଥିରେ ଉପଯୁକ୍ତ ହେବ ।

ପ୍ରୟୋଗ ଅନୁବାଦର କୌଶଳଗୁଡ଼ିକ

ମାର୍କ 7:14-16 ULTରେ ଅନୁବାଦ କୌଶଳଗୁଡ଼ିକ ପ୍ରୟୋଗ କରା ଯାଇଅଛି, ଯେଉଁଥିରେ 16 ପଦ ନିମନ୍ତେ ଏକ ପାଦଟିପ୍ପଣୀ ମଧ୍ୟ ଅଛି ।

  • 14 ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋ; କଥା ଶୁଣ ଓ ବୁଝ ।
  • 15 ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରି ପାରେ । ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହି ସବୁ ତାହାକୁ ଅଶୁଚି କରେ ।"
  • 16[1]
  • [1]ଉତ୍ତମ ପ୍ରାଚୀନ ନକଲ ପଦ 16କୁ ଉଲ୍ଲେଖ କରି ନାହିଁ ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ
  1. ସେହି ପଦଗୁଡ଼ିକ ଅନୁବାଦ କରନ୍ତୁ ଯାହା ULT କରେ ଏବଂ ପାଦଟିପ୍ପଣୀ ଗୁଡ଼ିକୁ ସମ୍ମିଳିତ କରନ୍ତୁ ଯାହା ULT ପ୍ରଦାନ କରେ ।
  • 14ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋ; କଥା ଶୁଣ ଓ ବୁଝ ।15ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରି ପାରେ । ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହି ସବୁ ତାହାକୁ ଅଶୁଚି କରେ ।" 16[1]
  • [1]ଉତ୍ତମ ପ୍ରାଚୀନ ନକଲ ପଦ 16କୁ ଉଲ୍ଲେଖ କରି ନାହିଁ ଯଦି କୌଣସି ମନୁଷ୍ୟର ଶୁଣିବାକୁ କାନ ଅଛି, ସେ ଶୁଣୁ
  1. ଅନ୍ୟ ଗ୍ରନ୍ଥମାଳା ଯେପରି କରେ ସେହିପରି ଏହି ପଦଗୁଡ଼ିକ ଅନୁବାଦ କରନ୍ତୁ ଏବଂ ପାଦଟିପ୍ପଣୀ ଗୁଡିକୁ ପରିବର୍ତ୍ତନ କରନ୍ତୁ ଯାହା ଫଳରେ ଏହା ପରିସ୍ଥିରେ ଉପଯୁକ୍ତ ହେବ ।
  • 14ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋ; କଥା ଶୁଣ ଓ ବୁଝ ।15ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରି ପାରେ ।

ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହି ସବୁ ତାହାକୁ ଅଶୁଚି କରେ ।16 ଯଦି କୌଣସି ମନୁଷ୍ୟର ଶୁଣିବାକୁ କାନ ଅଛି, ସେ ଶୁଣୁ ।" [1]

  • [1]କିଛି ପ୍ରାଚୀନ ନକଲ ଗୁଡିକରେ ପଦ 16 ନାହିଁ ।