or_ta/checking/spelling/01.md

5.5 KiB

ପାଠକ ସହଜରେ ଅନୁବାଦକୁ ପଢିବାରେ ଓ ବୁଝିବାରେ ସକ୍ଷମ ହେବା ପାଇଁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ସୁସଂଗତ ଭାବରେ ଶବ୍ଦଗୁଡ଼ିକୁ ଗଠନ କରିବେ । ଯଦି ନିର୍ଦ୍ଦିଷ୍ଟ ଭାଷାରେ ଲେଖିବା କିମ୍ବା ଅକ୍ଷର ଦ୍ଵାରା ଶବ୍ଦ ଗଠନ କରିବାର ପରମ୍ପରା ନାହିଁ, ତେବେ ଏହା କଷ୍ଟକର ହୋଇପାରେ। ଅନୁବାଦର ଭିନ୍ନ ଭିନ୍ନ ଅଂଶରେ କାର୍ଯ୍ୟ କରୁଥିବା ଅନେକ ଲୋକମାନେ ମଧ୍ୟ ଏହାକୁ କଷ୍ଟସାଧ୍ୟ କରିଥାନ୍ତି । ସେହି କାରଣ ହେତୁ, ଅନୁବାଦ ଦଳ ନିମନ୍ତେ ଏହା ଗୁରୁତ୍ୱପୂର୍ଣ୍ଣ ଯେ ସେମାନେ କିପରି ଶବ୍ଦ ବନାନ କରିବା ପାଇଁ ଯୋଜନା କରିବେ ତହିଁ ବିଷୟରେ ସେମାନେ ଅନୁବାଦକୁ ଆରମ୍ଭ କରିବା ପୂର୍ବେ ଏକତ୍ର ମିଶି କଥାବାର୍ତ୍ତା କରିବେ ।

ଶବ୍ଦ ବନାନ କରିବାରେ କଠିନ ହେଉଥିବା ଶବ୍ଦଗୁଡ଼ିକୁ ଦଳଗତ ଭାବରେ ଆଲୋଚନା କର । ଯଦି ସେହି ଶବ୍ଦଗୁଡ଼ିକରେ ଥିବା ଉଚ୍ଚାରଣକୁ ପ୍ରତିନିଧିତ୍ଵ କରିବା ପାଇଁ କଷ୍ଟକର ହୁଏ, ତେବ ଆପଣ ବ୍ୟବହାର କରୁଥିବା ଲେଖନୀ ଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ (ଦେଖନ୍ତୁ ବର୍ଣ୍ଣମାଳା / ବର୍ଣ୍ଣ ବିନ୍ୟାସ) । ଯଦି ଶବ୍ଦରେ ଥିବା ଉଚ୍ଚାରଣ ଭିନ୍ନ ଭାବରେ ପ୍ରତିନିଧିତ୍ଵ କରିପାରିବ, ତେବେ ସେଗୁଡ଼ିକ କିପରି ଶବ୍ଦ ବନାନ ହେବ ତହିଁ ବିଷୟରେ ଦଳ ଏକମତ ହେବା ଆବଶ୍ୟକ । ସଠିକ୍ ଶବ୍ଦ ବନାନରେ ଏକମତ ହୋଇଥିବା ଶବ୍ଦଗୁଡିକୁ ବର୍ଣ୍ଣମାଳାର କ୍ରମାନୁସାରେ ଏକ ତାଲିକା ପ୍ରସ୍ତୁତ କର । ଅନୁବାଦ କରିବା ସମୟରେ ପରାମର୍ଶ କରିବା ପାଇଁ ଏହି ତାଲିକାର ପ୍ରତି ନକଲ ଦଳର ପ୍ରତ୍ୟେକ ସଭ୍ୟଙ୍କ ନିକଟରେ ରହିବା ବିଷୟକୁ ନିଶ୍ଚିତ କରନ୍ତୁ । ଆପଣ ଅଧିକ କାଠିକର ଶବ୍ଦଗୁଡ଼ିକୁ ପାଇବା ସମୟରେ ସେଗୁଡିକୁ ତାଲିକାଭୁକ୍ତ କରନ୍ତୁ, କିନ୍ତୁ ପ୍ରତ୍ୟେକଙ୍କ ପାଖରେ ବର୍ତ୍ତମାନର ତାଲିକା ଥିବା ବିଷୟକୁ ନିଶ୍ଚିତ କରନ୍ତୁ।

ଆପଣଙ୍କ ଶବ୍ଦ ବନାନ ତାଲିକାକୁ ଚାଲୁ ରଖିବା ପାଇଁ ଗାରକଟା ଟେବୁଲ୍ କୁ ବ୍ୟବହାର କରିବା ସହାୟକ ହୋଇପାରେ। ବାଇବଲରେ ଉଲ୍ଲେଖ ସ୍ଥାନ ଓ ଲୋକମାନଙ୍କର ନାମଗୁଡ଼ିକୁ ଅକ୍ଷର ଦ୍ଵାରା ଶବ୍ଦ ଗଠନ କରିବା କଷ୍ଟକର ହୋଇପାରେ, କାରଣ ସେମାନଙ୍କ ମଧ୍ୟରୁ ଅନେକେ ନିର୍ଦ୍ଦିଷ୍ଟ ଭାଷାଗୁଡ଼ିକରେ ଅଜ୍ଞାତ ଅଟନ୍ତି ।

ଏଗୁଡିକୁ ଆପଣଙ୍କର ଶବ୍ଦ ବନାନ ତାଲିକାରେ ଅନ୍ତର୍ଭୁକ୍ତ କରିବା ସୁନିଶ୍ଚିତ କରନ୍ତୁ । ଶବ୍ଦ ବନାନଗୁଡ଼ିକୁ ଯାଞ୍ଚ୍ କରିବା ନିମନ୍ତେ କମ୍ପୁଟର ଅଧିକ ସହାୟକ ହୋଇପାରେ । ଯଦି ଆପଣ Gateway Language ରେ କାମ କରୁଛନ୍ତି, ଏକ word processor ରେ ଅଭିଧାନ (dictionary) ଟି ପୂର୍ବରୁ ହିଁ ଉପଲବ୍ଧି ରହିଅଛି । ଯଦି ଆପଣ ଅନ୍ୟ ଭାଷା ମଧ୍ୟକୁ ଅନୁବାଦ କରୁଅଛନ୍ତି, ତେବେ ଆପଣ ଶବ୍ଦ ବନାନହୀନ ଶବ୍ଦଗୁଡ଼ିକୁ ସ୍ଥାପିତ କରିବା ପାଇଁ ଖୋଜିବା ଓ ପ୍ରତିସ୍ଥାପନ କରିବା ଲେଖାକୃତି (find and replace feature) କୁ ବ୍ୟବହାର କରିପାରିବେ । ପାରାଟେକ୍ସଟରେ ମଧ୍ୟ ଶବ୍ଦ ବନାନକୁ ଯାଞ୍ଚ୍ କରିବାର ସୁବିଧା ରହିଛି ଯେଉଁଠାରେ କି ସମସ୍ତ ପ୍ରକାରର ଶବ୍ଦଗୁଡ଼ିକର ଶବ୍ଦ ବନାନ ପାଇ ହେବ । ଏହା ଆପଣଙ୍କୁ ବିଭିନ୍ନ ଶବ୍ଦଗୁଡ଼ିକ ଉପସ୍ଥାପିତ କରିବ ଏବଂ ଆପଣ କେଉଁ ଶବ୍ଦ ବନାନକୁ ବ୍ୟବହାର କରିବା ପାଇଁ ନିର୍ଣ୍ଣୟ ନେଉଛନ୍ତି, ତାହାକୁ ଚୟନ କରି ପାରିବେ ।