or_ta/checking/self-check/01.md

3.1 KiB

ସ୍ଵୟଂ ଯାଞ୍ଚ୍ କାର୍ଯ୍ୟ କିପରି କରିବେ

  • ଯଦି ଆପଣ ଏକ ପ୍ରଥମ ଚିଠା ଅନୁବାଦ କରିବା ପାଇଁ ନିର୍ଦ୍ଧେଶାବଳୀକୁ ପାଳନ କରିଛନ୍ତି, ତେବେ ଆପଣ ମୂଳ ପାଠକୁ ଅଧ୍ୟୟନ କରି ଉଦ୍ଧୃତାଂଶର ପ୍ରଥମ ଅନୁବାଦ କରିଛନ୍ତି, ଏବଂ ତା’ପରେ ଆପଣ ମୂଳ ପାଠକୁ ନ ଦେଖି ଏହାକୁ ଲେଖିଛନ୍ତି । ଆପଣ ଏହିପରି ଭାବରେ ଉଦ୍ଧୃତାଂଶକୁ ଅନୁବାଦ କରିବା ପରେ, ମୂଳ ପାଠକୁ ପୁନର୍ବାର ଦେଖନ୍ତୁ ଓ ଏହାକୁ ଆପଣଙ୍କ ଅନୁବାଦ ସହ ତୁଳନା କରି ଏକ ସ୍ଵୟଂ ଯାଞ୍ଚ୍ କାର୍ଯ୍ୟକୁ କର । ସୁନିଶ୍ଚିତ କରନ୍ତୁ ଯେ ଏହା ମୂଳ ପାଠର ବାର୍ତ୍ତାର ସମସ୍ତ ଭାଗକୁ କହୁଛି ଓ ସେଥିରୁ କିଛି ବି ଛାଡ଼ି ନାହିଁ । ଯଦି ବାର୍ତ୍ତାର କିଛି ଅଂଶ ଛଡା ଯାଇଥାଏ, ତେବେ ଆପଣଙ୍କ ଅନୁବାଦରେ ତାହାକୁ ରଖନ୍ତୁ, ଯେଉଠାରେ କି ଆପଣଙ୍କ ଭାଷାରେ ସବୁଠାରୁ ଉପଯୁକ୍ତ ଭାବରେ ସ୍ଥାପିତ ହେବ ।
  • ଯଦି ଆପଣ ବାଇବେଲକୁ ଅନୁବାଦ କରନ୍ତି, ତେବେ ଆପଣଙ୍କ ଅନୁବାଦକୁ ସମାନ ବାଇବଲ ଉଦ୍ଧୃତାଂଶର ଅନ୍ୟ ଅନୁବାଦ ସହ ତୁଳନା କରନ୍ତୁ । ଯଦି ସେଗୁଡ଼ିକ ମଧ୍ୟରୁ ଭଲ ଶୈଳୀରେ କହିବା ଆପଣ ମାନେ କରୁଛନ୍ତି, ତେବେ ସେହି ଶୈଳୀରେ ଆପଣଙ୍କ ଅନୁବାଦକୁ ସଂଶୋଧନ କରନ୍ତୁ । ଯଦି ସେଗୁଡ଼ିକ ମଧ୍ୟରୁ ଗୋଟିଏ ଆପଣ ପୂର୍ବେ କରିଥିବା ତୁଳନାରେ କିଛି ଉତ୍ତମ ବୁଝିବାରେ ସାହାଯ୍ୟ କରୁଛି, ତେବେ ଆପଣଙ୍କ ଅନୁବାଦକୁ ବଦଳାନ୍ତୁ ଯଦ୍ୱାରା ଏହା ଅର୍ଥକୁ ଉତ୍ତମ ଶୈଳୀରେ ଯୋଗାଯୋଗ କରିବା ।
  • ଏହି ସୋପାନଗୁଡ଼ିକ ପରେ, ଆପଣଙ୍କ ଅନୁବାଦକୁ ନିଜକୁ ନିଜେ ଉଚ୍ଚ ସ୍ଵର କରି ପାଠ କର । ଏପରି ଯେକୌଣସି ବିଷୟକୁ ଠିକ୍ କରନ୍ତୁ ଯାହା ସଠିକ୍ ଉଚ୍ଚାରଣ କରୁ ନଥିବା ମନେ ହେଉଛି ବା ଆପଣଙ୍କ ସମ୍ପ୍ରଦାୟରୁ ଏହା କହି ପାରନ୍ତି । ବେଳେ ବେଳେ ବାକ୍ୟର କେତେକ ଅଂଶକୁ ଭିନ୍ନ କ୍ରମରେ ରଖାଯିବା ଆବଶ୍ୟକ ।