or_ta/checking/level3-questions/01.md

12 KiB

ତୃତୀୟ ସ୍ତର ନିମନ୍ତେ ପ୍ରଶ୍ନଗୁଡିକ

ତୃତୀୟ ସ୍ତର ଯାଞ୍ଚ୍ କାରୀମାନେ ନୂତନ ଅନୁବାଦ ପାଠ କରିବା ସମୟରେ ମନେ ରଖିବା ପାଇଁ କେତେକ ପ୍ରଶ୍ନଗୁଡିକ।

ଆପଣ ଅନୁବାଦର କିଛି ଅଂଶକୁ ପାଠ କରିବା ପରେ କିମ୍ବା ପାଠଂଶରେ କିଛି ତ୍ରୁଟିଗୁଡିକ ପାଇବା ପରେ ଆପଣ ଏହି ପ୍ରଶ୍ନଗୁଡିକର ଉତ୍ତର ଦେଇପାରନ୍ତି । ଯଦି ଆପଣ ପ୍ରଥମ ଦଳରେ ଏଥିମଧ୍ୟରୁ ଯେକୌଣସି ପ୍ରଶ୍ନ ନିମନ୍ତେ “ନାହି” ର ଉତ୍ତର ଦିଅନ୍ତି, ତେବେ ଦୟାକରି ଅଧିକ ବର୍ଣ୍ଣନା ଦେଇ ବୁଝାନ୍ତୁ, ସେହି ନିର୍ଦ୍ଧିଷ୍ଟ ଶାସ୍ତ୍ରାଂଶକୁ ସାମିଲ କରନ୍ତୁ ଯାହା ଆପଣଙ୍କୁ ଠିକ୍ ନଥିବା ମନେ ହେଉଛି, ଏବଂ ଅନୁବାଦ ଦଳ ଏହାକୁ କିପରି ସଂଶୋଧନ କରିବା ଉଚିତ୍, ତହି ବିଷୟରେ ଆପଣ ସୁପାରିଶ କରନ୍ତୁ ।

ମନେ ରଖନ୍ତୁ ଯେ ମୂଳ ଲେଖାର ଅର୍ଥକୁ ନିର୍ଦ୍ଧିଷ୍ଟ ଭାଷାରେ ସ୍ଵାଭାବିକ ଓ ସ୍ପଷ୍ଟ ମାଧ୍ୟମରେ ପ୍ରକାଶ କରିବା ଅନୁବାଦ ଦଳର ଲକ୍ଷ୍ୟ ଅଟେ । ଏହାର ଅର୍ଥ ଯେ ସେମାନଙ୍କୁ କେତେକ ଖଣ୍ଡବାକ୍ୟକୁ ପରିବର୍ତ୍ତନ କରିବାର ଆବଶ୍ୟକ ହୋଇପାରେ ଏବଂ ସେମାନଙ୍କୁ ମୂଳ ଭାଷାରେ ଥିବା ଅନେକ ଏକବଚନ ଶବ୍ଦଗୁଡିକୁ ନିର୍ଦ୍ଦିଷ୍ଟ ଭାଷାରେ ବହୁ ଶବ୍ଦ ସହ ପ୍ରତିନିଧିତ୍ଵ କରିବାକୁ ପଡିଥିଲା ।

ଏହି ବିଷୟଗୁଡିକ ଅନ୍ୟ ଭାଷା (OL) ଅନୁବାଦରେ ସମସ୍ୟା ବୋଲି ବିଚାର କରାଯାଏ ନାହି । ଅନୁବାଦକମାନେ କେବଳ ULT ଓ UST ର Gateway ଭାଷା (GL) ଅନୁବାଦଗୁଡିକ ନିମନ୍ତେ ହିଁ ଏହି ପରିବର୍ତ୍ତନକୁ ଏଡାଇବା ଉଚିତ୍ ।

ବାଇବେଲ ଭିତ୍ତିକ ମୂଳ ଭାଷାଗୁଡିକ କିପରି ଅର୍ଥ ପ୍ରକାଶ କରେ ତାହା ଅନ୍ୟ ଭାଷା (OL) ଅନୁବାଦମାନଙ୍କୁ ଦେଖାଇବା ULT ର ଉଦ୍ଦେଶ୍ୟ ଅଟେ ଏବଂ ଯଦିଚ ଅନ୍ୟ ଭାଷା (OL) ରେ ରୂଢି ପ୍ରୟୋଗକୁ ବ୍ୟବହାର କରିବା ଅଧିକ ସ୍ଵାଭାବିକ, ତଥାପି ସେହି ସମାନ ଅର୍ଥକୁ ସରଳ ଓ ସ୍ପଷ୍ଟ ଶୈଳୀରେ ପ୍ରକାଶ କରିବା UST ର ଉଦ୍ଦେଶ୍ୟ ଅଟେ ।

Gateway ଭାଷା (GL) ଅନୁବାଦକମାନେ ଏହି ନିର୍ଦ୍ଦେଶାବଳୀଗୁଡିକୁ ମନେ ରଖିବା ଆବଶ୍ୟକ । କିନ୍ତୁ OL ଅନୁବାଦମାନଙ୍କ ନିମନ୍ତେ ମୂଳ ଲକ୍ଷ୍ୟ ହେଉଛି ଯେ ସେମାନେ ସର୍ବଦା ସ୍ଵାଭାବିକ ଓ ସ୍ପଷ୍ଟ ହେବା ଉଚିତ୍ । ଆହୁରି ମଧ୍ୟ ମନେ ରଖନ୍ତୁ ଯେ ପ୍ରଥମ ଶ୍ରୋତାମାନେ ମୂଳ ସମ୍ବାଦରୁ ବୁଝିଥିବା ତଥ୍ୟକୁ ଅନୁବାଦକମାନେ ସାମିଲ କରିଥାଇ ପାରନ୍ତି, କିନ୍ତୁ ମୂଳ ଲେଖକ ସ୍ପଷ୍ଟ ଭାବରେ ବ୍ୟକ୍ତ କଲେ ନାହି ।

ଯେବେ ଏହି ତଥ୍ୟ ନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କ ନିମନ୍ତେ ଲେଖାଂଶ/ପାଠକୁ ବୁଝିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବା ବେଳେ, ସ୍ପଷ୍ଟ ବକ୍ତବ୍ୟକୁ ଅନ୍ତର୍ଭୁକ୍ତ କରିବା ଭଲ ବିଷୟ ଅଟେ । ଏହି ବିଷୟରେ ଅଧିକ ଜାଣିବା ନିମନ୍ତେ, ଦେଖନ୍ତୁ ସମ୍ପୂର୍ଣ୍ଣ ଓ ସ୍ପଷ୍ଟ ତଥ୍ୟ

  1. ଉକ୍ତ ଅନୁବାଦଟି ବିଶ୍ଵାସର ବକ୍ତବ୍ୟକୁ ଓ ଅନୁବାଦ ନିର୍ଦ୍ଧେଶାବଳୀକୁ ପାଳନ କରେ କି ?
  2. କ’ଣ ଅନୁବାଦ ଦଳ ମୂଳ ଭାଷାର ଉତ୍ତମ ବୁଝାମଣା ସଙ୍ଗେ ସଙ୍ଗେ ନିର୍ଦ୍ଦିଷ୍ଟ ଭାଷା ଓ ସଂସ୍କୃତିର ଉତ୍ତମ ବୁଝିବା ଶକ୍ତିକୁ ଦେଖାଇଛନ୍ତି କି ?
  3. କ’ଣ ଭାଷା ସଂପ୍ରଦାୟ ଦୃଢତାର ସହ କହୁଛି ଯେ ଅନୁବାଦଟି ସେମାନଙ୍କର ଭାଷାରେ ସ୍ପଷ୍ଟ ଓ ସ୍ଵାଭାବିକ ଭାବରେ କହେ ?
  4. ଅନୁବାଦକମାନେ କେଉଁ ଅନୁବାଦ ଶୈଳୀକୁ ପାଳନ କରୁଥିବା ପ୍ରତୀୟମାନ ହେଉଛି ? ଅକ୍ଷରେ ଅକ୍ଷରେ ଅନୁବାଦ କରିବା, ମୂଳ ଅନୁବାଦର ଢାଞ୍ଚା ସହ ଘନିଷ୍ଠ ହୋଇ ଲାଗି ରହିବା ।
  5. ସ୍ଵାଭାବିକ ଭାଷା ବାକ୍ୟାଂଶ ଗଠନ ଶୈଳୀକୁ ବ୍ୟବହାର କରି, ପ୍ରତି ବାକ୍ୟାଂଶକୁ ଅନୁବାଦ କରିବା ।
  6. ସ୍ଥାନୀୟ ଭାଷା ଭାବଭଙ୍ଗୀର ସ୍ଵାଧିନତାକୁ ଲକ୍ଷ୍ୟ ରଖି ଅର୍ଥପୂର୍ଣ୍ଣ ଅନୁବାଦ କରିବା ।
  7. ସଂପ୍ରଦାୟର ନେତାମାନେ ଅନୁଭବ କରୁଛନ୍ତି କି ଯେ ଅନୁବାଦକମାନେ (ପ୍ରଶ୍ନ 4 ରେ ଚିହ୍ନଟ ହୋଇଥିବା) ଶୈଳୀକୁ ପାଳନ କରିଛନ୍ତି ଓ ଏହା ସଂପ୍ରଦାୟର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ଅଟେ ?
  8. ସଂପ୍ରଦାୟର ନେତାମାନେ ଅନୁଭବ କରୁଛନ୍ତି କି ଯେ ଅନୁବାଦକମାନେ ବ୍ୟବହାର କରିଥିବା ସ୍ଥାନୀୟ ଭାଷା ଶୈଳୀ ବିସ୍ତୃତ ଭାଷା ସଂପ୍ରଦାୟ ପାଇଁ ସବୁଠାରୁ ଉତ୍ତମ ଯୋଗାଯୋଗ ଶୈଳୀ ଅଟେ । ଉଦାହରଣ ସ୍ଵରୂପେ, ଅନୁବାଦକମାନେ ଭାଷା ସଂପ୍ରଦାୟରେ ଅଧିକାଂଶ ଲୋକମାନଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ମନୋଭାବ ପ୍ରକାଶ କରୁଥିବା ଶବ୍ଦାବଳୀ, ସଂଯୋଜକ ବାକ୍ୟାଂଶ ଓ ସଠିକ୍ ବନାନଗୁଡିକୁ ବ୍ୟବହାର କରିଛନ୍ତି କି ?
  9. ଆପଣ ଅନୁବାଦକୁ ପାଠ କରିବା ସମୟରେ, ସ୍ଥାନୀୟ ସଂପ୍ରଦାୟରେ ଦେଖାଦେଉଥିବା ସାଂସ୍କୃତିକ ସମସ୍ୟାଗୁଡ଼ିକ ବିଷୟରେ ଚିନ୍ତା କର ଯେ ପୁସ୍ତକରେ ଥିବା କେତେକ ଅଂଶକୁ ଅନୁବାଦ କରିବା କଷ୍ଟକର ହୋଇପାରେ । କଣ ଅନୁବାଦ ଦଳ ମୂଳ ଭାଷାର ବାର୍ତ୍ତାକୁ ସ୍ପଷ୍ଟ ହେଲା ଭଳି ଏହି ଉଦ୍ଧୃତାଂଶକୁ ଅନୁବାଦ କରିଛନ୍ତି କି, ଏବଂ ସାଂସ୍କୃତିକ ସମସ୍ୟା ହେତୁ ଲୋକମାନଙ୍କର ଯେକୌଣସି ଭୁଲ୍ ବୁଝାମଣାକୁ ଦୁର କାରାଯାଇଛି କି ?
  10. ଏହି କଷ୍ଟକର ଉଦ୍ଧୃତାଂଶରେ, ଅନୁବାଦକ ମୂଳ ଲେଖାରେ ଥିବା ସମାନ ସମ୍ବାଦକୁ ଯୋଗାଯୋଗ କରୁଥିବା ଭଳି ଭାଷାକୁ ବ୍ୟବହାର କରିଛନ୍ତି ବୋଲି ସଂପ୍ରଦାୟର ନେତାମାନେ ଅନୁଭବ କରୁଛନ୍ତି କି ?
  11. ଆପଣଙ୍କର ବିଚାରରେ, କଣ ଅନୁବାଦଟି ମୂଳ ଲେଖାରେ ଯେପରି ଅଛି ଠିକ୍ ସେହିପରି ସମାନ ସମ୍ବାଦକୁ ଯୋଗାଯୋଗ କରୁଛି କି ?

ଯଦି ଅନୁବାଦର କୌଣସି ଅଂଶ ଆପଣଙ୍କୁ “ନାହିଁ”, ଉତ୍ତର ଦେବାର କାରଣ ହେଉଛି, ତେବେ ଦୟାକରି ନିମ୍ନରେ ପ୍ରଦତ୍ତ ଦ୍ଵିତୀୟ ଦଳର ପ୍ରଶ୍ନର ଉତ୍ତର ଦିଅନ୍ତୁ ।

ଯଦି ଆପଣ ଏହି ଦ୍ଵିତୀୟ ଦଳରେ ଥିବା ପ୍ରଶ୍ନ ପାଇଁ “ହଁ” ଉତ୍ତର ଦିଅନ୍ତି, ତେବେ ଦୟାକରି ସବିଶେଷ ତଥ୍ୟ ସହ ବର୍ଣ୍ଣନା କର, ଯଦ୍ୱାରା ଅନୁବାଦ ଦଳ ଜାଣି ପାରିବେ ଯେ ନିର୍ଦ୍ଧିଷ୍ଟ ସମସ୍ୟା କ’ଣ, ପାଠର କେଉଁ ଅଂଶରେ ସଂଶୋଧନର ଆବଶ୍ୟକତା ରହିଅଛି ଓ ଆପଣା କିପରି ଏହାର ସଂଶୋଧନ ହେବା ଦେଖିବାକୁ ଚାହାନ୍ତି ।

  1. ଅନୁବାଦରେ କୌଣସି ସିଦ୍ଧାନ୍ତ ସମ୍ଵନ୍ଧୀୟ ତ୍ରୁଟିଗୁଡିକ ରହିଛି କି ?
  2. ଆପଣ ଅନୁବାଦର କୌଣସି କ୍ଷେତ୍ରରେ ଜାତୀୟ ଭାଷା ଅନୁବାଦକୁ, କିମ୍ବା ଆପଣଙ୍କର ଖ୍ରୀଷ୍ଟିୟାନ ସଂପ୍ରଦାୟରେ ପ୍ରତିଷ୍ଠିତ ବିଶ୍ଵାସର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଖଣ୍ଡନ କରିବା ଦେଖାଯାଉଛି କି ?
  3. କ’ଣ ଅନୁବାଦ ଦଳ କିଛି ଅତିରିକ୍ତ ତଥ୍ୟ କିମ୍ୱା ବିଚାରଧାରାକୁ ଯୋଗ କରିଛନ୍ତି କି ଯାହା ମୂଳ ପାଠରେ ଥିବା ସମ୍ବାଦର ଅଂଶ ବିଶେଷ ନୁହେଁ ? (ମନେ ରଖନ୍ତୁ ଯେ, ମୂଳ ସମ୍ବାଦ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ କୁ ଜଡିତ କରେ।)
  4. କ’ଣ ଅନୁବାଦ ଦଳ କିଛି ତଥ୍ୟ ଓ ବିଚାରଧାରାକୁ ଛାଡି ଦେଇଛନ୍ତି କି, ଯାହା ମୂଳ ପାଠରେ ଥିବା ସମ୍ବାଦର ଅଂଶ ବିଶେଷ ଅଟେ ? ଯଦି ଅନୁବାଦ ସହ କିଛି ସମସ୍ୟା ଥିଲେ, ଅନୁବାଦ ଦଳ ସହିତ ସାକ୍ଷାତ କରିବା ପାଇଁ ଯୋଜନା କରି ସେହି ସମସ୍ୟାଗୁଡ଼ିକର ସମାଧାନ କରନ୍ତୁ ।

ଆପଣ ସେମାନଙ୍କ ସହିତ ସାକ୍ଷାତ କରିବା ପରେ, ଅନୁବାଦ ଦଳ ସଂଶୋଧିତ ଅନୁବାଦଟି ଏବେ ପର୍ଯ୍ୟନ୍ତ ଉତ୍ତମ ଭାବରେ ଯୋଗାଯୋଗ କରୁଥିବା ବିଷୟକୁ ସୁନିଶ୍ଚିତ କରିବା ପାଇଁ ଉକ୍ତ ସଂଶୋଧିତ ଅନୁବାଦକୁ ସଂପ୍ରଦାୟର ନେତାମାନଙ୍କ ସହିତ ଯାଞ୍ଚ୍ କରିବାର ଆବଶ୍ୟକ ମନେ କରିପାରନ୍ତି ଏବଂ ତା’ପରେ ପୁନର୍ବାର ଆପଣଙ୍କ ସହିତ ସାକ୍ଷାତ କରିବେ ।

ଯେବେ ଆପଣ ଅନୁବାଦକୁ ଅନୁମୋଦନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି, ଏଠାକୁ ଯାଆନ୍ତୁ: ସ୍ତର 3 ଅନୁମୋଦନ