or_ta/checking/intro-checking/01.md

7.7 KiB
Raw Permalink Blame History

ଅନୁବାଦ ଯାଞ୍ଚ୍ କାର୍ଯ୍ୟ

ଉପକ୍ରମ

ଅନୁବାଦ ପ୍ରକ୍ରିୟାର ଅଂଶ ସ୍ଵରୂପେ, ଅନୁବାଦର ବାର୍ତ୍ତା ଯେପରି ସଠିକ୍ ଭାବରେ ଯୋଗାଯୋଗ କରୁଛି କିମ୍ବା ନୁହେଁ ତାହା ନିଶ୍ଚିତ କରିବା ପାଇଁ ଉକ୍ତ ଅନୁବାଦକୁ ଅନେକ ଲୋକ ଯାଞ୍ଚ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଥରେ ଜଣେ ପ୍ରାରମ୍ଭିକ ଅନୁବାଦକକୁ ନିଜ ଅନୁବାଦ ଯାଞ୍ଚ୍ କରିବାକୁ କୁହାଯିବା ବେଳେ ସେ ଏପରି କହିଲେ, “କିନ୍ତୁ ମୁଁ ମୋର ସ୍ଥାନୀୟ ଭାଷା ଠିକ୍ ଭାବରେ କହେ।” ଅନୁବାଦଟି ସେହି ଭାଷା ନିମନ୍ତେ ଅଟେ । “ଆଉ କଣ ଅଧିକ ଆବଶ୍ୟକତା ଅଛି ?” ସେ ଯାହା କହିଲେ ଠିକ୍ ଥିଲା, କିନ୍ତୁ ଆଉ ଦୁଇଟି ବିଷୟକୁ ମନେ ରଖିବାକୁ ପଡ଼ିବ ।

ପ୍ରଥମ ବିଷୟ ହେଉଛି ଯେ, ସେ ମୂଳ ଲେଖାକୁ ସଠିକ୍ ଭାବରେ ବୁଝିପାରି ନ ଥିବେ, ଏଣୁ ଉକ୍ତ ଶବ୍ଦଟି କ’ଣ କୁହାଯିବା ଉଚିତ୍, ତାହା ଜାଣିଥିବା ବ୍ୟକ୍ତି ଜଣକ ଅନୁବାଦକୁ ସଂଶୋଧନ କରିବାକୁ ସକ୍ଷମ ହୋଇପାରିଥା’ନ୍ତେ । ଏହା ହୋଇପାରେ କାରଣ ମୂଳ ଭାଷାରେ ଥିବା ବାକ୍ୟାଂଶ କିମ୍ବା ବାକ୍ୟାଂଶର ପ୍ରଣାଳୀକୁ ସଠିକ୍ ଭାବରେ ବୁଝିଲେ ନାହି । ଏହି କ୍ଷେତ୍ରରେ, ଆଉ ଜଣେ ବ୍ୟକ୍ତି ଯିଏ ମୂଳ ଭାଷାକୁ ଭଲ ଭାବରେ ବୁଝୁଥିବ, ସେହି ବ୍ୟକ୍ତି ଅନୁବାଦକୁ ସଂଶୋଧନ କରିପାରିବ ।

କିମ୍ବା ଏହା ହୋଇପାରେ ଯେ, କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ବାଇବଲ କ’ଣ ଯୋଗାଯୋଗ କରୁଛି ତାହି ବିଷୟରେ ସେ କିଛି ବୁଝିଲେ ନାହି । ଏହି କ୍ଷେତ୍ରରେ, ବାଇବେଲ ଶିକ୍ଷକ କିମ୍ବା ବାଇବେଲ ଅନୁବାଦ ଯାଞ୍ଚ୍ କାରୀ, ଯିଏକି ବାଇବେଲକୁ ଭଲ ଭାବରେ ଜାଣନ୍ତି, ସେପରି ବ୍ୟକ୍ତି ହିଁ ଅନୁବାଦକୁ ସଂଶୋଧନ କରିପାରିବ ।

ଅନ୍ୟ ବିଷୟ ହେଉଛି, ଯେ ମୂଳ ଲେଖା କଣ କହୁଛି ତାହା ଯଦିଓ ଅନୁବାଦକ ଭଲ ରୂପେ ଜାଣେ, ତଥାପି ସେ ଯେଭଳି ଭାବରେ ଅନୁବାଦ କରେ, ତାହା ଅନ୍ୟ ବ୍ୟକ୍ତିଙ୍କୁ ଭିନ୍ନ ଅର୍ଥ କରିପାରେ । ତାହା ହେଉଛି, ଅନ୍ୟ ବ୍ୟକ୍ତି ଜଣକ ଚିନ୍ତା କରିପାରନ୍ତି ଯେ, ଅନୁବାଦଟି ଅନୁବାଦକଙ୍କ ଅଭିପ୍ରେତଠାରୁ କିଛି ଭିନ୍ନ ବିଷୟ କହୁଅଛି, କିମ୍ବା ଅନୁବାଦଟିକୁ ଶୁଣିବା କିମ୍ବା ପାଠ କରିବା ବ୍ୟକ୍ତି ବୁଝିପାରିଲେ ନାହି ଯେ ଅନୁବାଦକ କଣ କହିବାକୁ ଚେଷ୍ଟା କରୁଛନ୍ତି ।ଏଥିପାଇଁ, ଜଣେ ଅନୁବାଦରୁ କଣ ବୁଝିଲେ ତାହାକୁ ସର୍ବଦା ଯାଞ୍ଚ୍ କରିବା ଅତି ଗୁରୁତ୍ଵପୂର୍ଣ୍ଣ ଅଟେ, ଯଦ୍ୱାରା ଆମେ ଏହାକୁ ଅଧିକ ନିର୍ଭୁଲ ଓ ଅଧିକ ସ୍ପଷ୍ଟ କରିପାରିବା ।

ଏହା ତିନୋଟି ସ୍ତର ସହ ଥିବା ପରିମାପକ ପଦ୍ଧତିରେ, ଯାଞ୍ଚ୍ ପ୍ରକ୍ରିୟା ପାଇଁ ଏକ ମାର୍ଗଦର୍ଶିକା ଅଟେ ।

ଏହି ଯାଞ୍ଚ୍ ପରିମାପକ ବାଡି ଅନୁବାଦର ନିର୍ଭୁଲତା ଓ ସ୍ପଷ୍ଟତାର ସତ୍ୟତାକୁ ପ୍ରତିପାଦିତ କରୁଥିବା ପରିସରକୁ ଦେଖାଇବାର ସାହାଯ୍ୟ କରିଥାଏ । ଏହି ଯାଞ୍ଚ୍ ସ୍ତରଗୁଡିକ unfoldingWord network ଦ୍ଵାରା ବିକଶିତ କରାଯାଇଅଛି (https://unfoldingword.bible କୁ ଦେଖନ୍ତୁ), ସେହି ଦଳ ହିଁ ଯିଏକି ଅନେକ ସ୍ଵେଚ୍ଛାସେବୀମାନଙ୍କ ସାହାଯ୍ୟରେ Door43 କୁ ପରିଚାଳିତ କରନ୍ତି, ଏବଂ ସେମାନେ ବାଇବେଲ ଭିତ୍ତିକ ସମସ୍ତ ବିଷୟବସ୍ତୁର ଯାଞ୍ଚ୍ ସ୍ତରକୁ Door43 ଉପରେ ଇଙ୍ଗିତ କରିବା ପାଇଁ ବ୍ୟବହୃତ କରନ୍ତି ।

ଯାଞ୍ଚ୍ ସ୍ତରଗୁଡିକ

ତିନିଗୋଟି ଯାଞ୍ଚ୍ ସ୍ତରଗୁଡିକ ରହିଅଛି:

ଯେକୌଣସି ଅନୁବାଦ ପ୍ରଥମ ସ୍ତରରେ ଯଦି ଯାଞ୍ଚ୍ କରାଯାଇନାହି, ତେବେ ଏହାକୁ ଯାଞ୍ଚ୍ କରାଯାଇ ନାହି ବୋଲି ମନେ କରାଯିବ ଓ ଯାଞ୍ଚ୍ ରହିତ ତାଲିକାରେ ହସ୍ତାନ୍ତର କରାଯିବ ।

ଅନେକ ଯାଞ୍ଚ୍ ସ୍ତର ହେବାର ଉଦ୍ଦେଶ୍ୟ ହେଉଛି ଯେ, ମଣ୍ଡଳୀରେ ଅନୁବାଦିତ ସାମଗ୍ରୀକୁ ଶୀଘ୍ର ଉପଲବ୍ଧି କରାଇବା, ଆହୁରି ମଧ୍ୟ ବିଷୟବସ୍ତୁକୁ ଏକ ମୁକ୍ତ ବାତାବରଣରେ ଯାଞ୍ଚ୍ କରି ଏହାକୁ ସଠିକ୍ ବୋଲି ପ୍ରମାଣିତ କରିବା ଜାରି ରଖିବା ପାଇଁ ଅନୁମତି ଦେବା । ସବୁ ସମୟରେ, ଯେଉଁ ମାତ୍ରାରେ ନିର୍ଭୁଲତା ଯାଞ୍ଚ୍ କରାଯାଇଅଛି, ଏହାକୁ ସ୍ପଷ୍ଟ ରୂପେ ଇଙ୍ଗିତ କରାଯିବ । ଆମେ ବିଶ୍ଵାସ କରୁ ଯେ ଏହା ଦ୍ରୁତଗତିରେ ଯାଞ୍ଚ୍ ପ୍ରକ୍ରିୟା ହେବ, ଉଦାର ମଣ୍ଡଳୀ ଅଂଶଗ୍ରହଣ ଓ ମାଲିକାନା କୁ ଅନୁମତି ଦେବ ଏବଂ ଉତ୍ତମ ଅନୁବାଦଗୁଡିକୁ ଉତ୍ପନ କରିବ ।

  • କୃତିତ୍ଵର ସ୍ଵୀକୃତି: ଅନୁମତି ଦ୍ଵାରା ବ୍ୟବହୃତ ଉଦ୍ଧୃତାଂଶ, ©2013, SIL International, ଆମର ସ୍ଥାନୀୟ ସଂସ୍କୃତିକୁ ବାଣ୍ଟିବା, p. 69.*