or_obs-tn/content/39/04.md

10 lines
3.0 KiB
Markdown

# ମୁଁ ଅଟେ
ଅର୍ଥାତ,"ମୁଁ ସେ ହିଁ ଯେପରି ତୁମେ କହିଲ", ବା " ମୁଁ ସେହି ମଶୀହ ଏବଂ ଈଶ୍ୱରଙ୍କ ପୁତ୍ର " ବା " ଆମ୍ଭେ ଅଟୁ "ମଧ୍ୟ ଈଶ୍ୱରଙ୍କ ନାମ ଅଟେ (ଏହାକୁ ଦେଖ [09-14](../09/14.md) ଯୀଶୁ ନିଜକୁ “ମୁ ଅଟେ” ବୋଲି କହିବା ଦ୍ଵାରା ସେ ନିଜକୁ ଈଶ୍ୱର ବୋଲି ସମ୍ବୋଧନ କରୁଥିଲେ । ଯଦି ସମ୍ଭବ ତାହେଲେ ଏପରି ଅନୁବାଦ କରନ୍ତୁ ଯାହା ଯୀଶୁଙ୍କ ଉତ୍ତର ଏବଂ ଈଶ୍ୱରଙ୍କ ନାମ ସମାନ ଦେଖା ଯିବ ।
# ଈଶ୍ୱରଙ୍କ ସହିତ ବସିଅଛନ୍ତି
ଏହାକୁ ଏପରି ଅନୁବାଦ କରାଯାଇପାରେ ,” ଈଶ୍ୱରଙ୍କ ସହିତ ରାଜ୍ୟ କରିବା”। କାରଣ ଈଶ୍ୱର ଜଗତର ବିଚାରକର୍ତ୍ତା , ଲୋକେ ତାଙ୍କ ବିଷୟରେ କୁହନ୍ତି ଯେ ସେ ସ୍ୱର୍ଗର ସିଂହାସନରେ ବସିଛନ୍ତି । ଈଶ୍ୱରଙ୍କ ସହିତ ସିଂହାସନରେ ବସିବା ବିଷୟ କହିବା ଦ୍ଵାରା, ସେ ଦାବି କରନ୍ତି ଯେ ସେ ଈଶ୍ୱରଙ୍କ ସହିତ ରାଜ୍ୟ କରିବାର ଅଧିକାର ଅଛି ।
# ଈଶ୍ୱରଙ୍କ ସହିତ ସିଂହାସନରେ ବସିବା ଏବଂ ସ୍ଵର୍ଗରୁ ଅବତରଣ କରିବା
ଏହାକୁ ଏପରି ଅନୁବାଦ କରାଯାଇପାରେ, ଯଥା ଈଶ୍ୱରଙ୍କ ପାଖରେ ସିଂହାସନରେ ବସିବା ଏବଂ ସ୍ୱର୍ଗରୁ ଅବତରଣ କରିବା।
# ରାଗରେ ନିଜର ବସ୍ତ୍ର ଚିରିଲେ
ଯିହୂଦୀମାନେ ନିଜର ବସ୍ତ୍ର ଦୁଃଖ କିମ୍ବା ରାଗକୁ ପ୍ରକାଶ କରିବା ପାଇଁ ଚିରନ୍ତି । ଯଦି ବସ୍ତ୍ର ଚିରବା ନିଜ ଭାଷାରେ ଅନ୍ୟ କିଛି ଅର୍ଥ ଥାଏ ତାହେଲେ ଏପରି ଶବ୍ଦ ଲେଖନ୍ତୁ ଯଥା, “ସେ ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ”।
# ତୁମ୍ଭର ବିଚାର କ’ଣ ?
ଏହାର ଅର୍ଥ, “ତୁମ୍ଭର ସିଦ୍ଧାନ୍ତ କ’ଣ ?” ବା “ଆମକୁ କୁହ ତୁମ୍ଭେ କ’ଣ ସିଦ୍ଧାନ୍ତ ନେଲ । ସେ କ’ଣ ନିର୍ଦୋଷ ବା ଦୋଷୀ ?” ମହାଯାଜକମାନେ ଧାର୍ମିକନେତାମାନେ ଯୀଶୁଙ୍କୁ ଈଶ୍ୱରଙ୍କ ସହିତ ନିଜକୁ ସମାନ ଭାବରେ ଦାବି କରୁଛି ବୋଲି ଦୋଷୀ ବାରିବାକୁ ଚାହୁଁ ଥିଲେ ।