or_obs-tn/content/23/01.md

2.7 KiB

ସେ ଜାଣିଥିଲେ ତାହାତାଙ୍କ ଶିଶୁ ସନ୍ତାନ ନ ଥିଲା,

ତାହା ହେଉଛି, "ସେ ଜାଣିଥିଲେ ଯେ ସେ ତାଙ୍କୁ ଗର୍ଭବତୀ ହେବାର କାରଣ ନୁହନ୍ତି."

ମରିୟମଙ୍କୁ ଲଜ୍ଜିତ 

ତାହା ହେଉଛି , "ମରିୟମଙ୍କୁ ଜନସାଧାରଣ ମଧ୍ୟରେ ଲଜ୍ଜିତ କରିବା." କିମ୍ବା "ମରିୟମଙ୍କୁ ସର୍ବସାଧାରଣ ସମ୍ମୁଖରେ ସମସ୍ୟାରେ ପକାଇବା" ଯୋଶେଫ ମରିୟମଙ୍କ ପ୍ରତି ଦୟବନ୍ତ ଥିଲେ , ଯଦିଓ ସେ ଏକ ବ୍ୟଭିଚାରିଣୀ ପରି ଦେଖାଗଲେ.

ସେ ଗୁପ୍ତରେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ

ଏହାକୁ ଏପରିଭାବରେ ଅନୁବାଦ କରାଯାଇପାରେ, "ସେ ଅନ୍ୟମାନଙ୍କୁ କାରଣ ନ କହି ତାହାଙ୍କୁ ଛାଡିବାକୁ ଚାହୁଁଥିଲେ," କିମ୍ବା, "ସେ ଅନ୍ୟମାନଙ୍କୁ ତାହାର ଗର୍ଭ ବିଷୟରେ ନ ଜଣାଇ ତାହାଙ୍କୁ ଛାଡବାକୁ ଯୋଜନା କରିଥିଲେ ଯେହେତୁ ଯୋଶେଫ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ସେ ଏହି ପରିସ୍ଥିତିକୁ ଉତମ ଭାବରେ ସମାଧାନ କରିବାକୁ ଚାହିଁଲେ, ଯାହା ତାଙ୍କ ପରମ୍ପରା ଅନୁସାରେ ଗୁପ୍ତରେ ତାହାଙ୍କୁ ଛାଡପତ୍ର ଦିଆଯିବାର ପ୍ରକ୍ରିୟା ହୋଇପାରେ.

ଛାଡପତ୍ର ଦେବା

କେତେକ ଭାଷାଗୁଡିକରେ ଏହିପରି କହିବା ଅଧିକ ଉତ୍ତମ ହେବ “ସେମାନଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଗଲା ।” ଯୋଶେଫ ଓ ମରିୟମ ନିର୍ବନ୍ଧ ହୋଇଥିଲେ କିମ୍ବା, " ବିବାହ କରିବା ପାଇଁ ସମ୍ମତ ଦେଇଥିଲେ ." କିନ୍ତୁ ଯିହୁଦୀମାନଙ୍କ ପରମ୍ପରା ଅନୁସାରେ ବିବାହ ନିର୍ବନ୍ଧ ସମାପ୍ତ କରିବା ପାଇଁ ଛାଡପତ୍ର ଦେବାର ଆବଶ୍ୟକ ଥିଲା

ସ୍ଵପ୍ନରେ 

ତାହା ହେଉଛି, "ଯେତେବେଳେ ସେ ଥିଲା ନିଦ୍ରାରେ ଥିଲେ ଏବଂ ସ୍ବପ୍ନ ଦେଖୁଥିଲେ."