or_obs-tn/content/01/07.md

2.1 KiB

ପଞ୍ଚମ ଦିବସ 

ଈଶ୍ଵର ପୂର୍ବରୁ ଚତୁର୍ଥ ଦିବସରେ ଆରମ୍ଭ କରିଥିବା ସୃଷ୍ଟିର ପର୍ଯ୍ୟାୟକ୍ରମେ ଚାଲୁ ରଖିଲେ ।

ଈଶ୍ଵର କହିଲେ 

ଈଶ୍ଵର ଆଦେଶ ଦେଇ ପକ୍ଷୀ ଓ ଜଳଚର ସୃଷ୍ଟି କଲେ ।

ଜଳରେ ବିଚରଣ କରୁଥିବା ପ୍ରତ୍ୟେକ ଜୀବ ଯେ 

ଈଶ୍ଵର କେବଳ ମତ୍ସ୍ୟ ସୃଷ୍ଟି କରିନଥିଲେ, କିନ୍ତୁ ଜଳରେ ବାସ କରୁଥିବା ସମସ୍ତ ପ୍ରକାର ଜୀବଜନ୍ତୁ କୁ ସୃଷ୍ଟି କରିଥିଲେ। ପ୍ରତ୍ୟେକେ ଅଛନ୍ତି, କାରଣ ଈଶ୍ଵର ଏହାକୁ ସୃଷ୍ଟି କରିବା ନିମନ୍ତେ ମନୋନୀତ କଲେ ।

ସମସ୍ତ ପକ୍ଷୀଗଣ 

ଈଶ୍ଵର କେବଳ ଏକ ପ୍ରକାର ପକ୍ଷୀଗଣ ସୃଷ୍ଟି କରିନଥିଲେ, କିନ୍ତୁ ଆଶ୍ଚର୍ଯ୍ୟଜନକ ପ୍ରକାର, ଆକାର, ରଙ୍ଗ ଓ ସମସ୍ତ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ ।

ଉତ୍ତମ ଥିଲା 

ଈଶ୍ଵରଙ୍କ ବୁଦ୍ଧିର ଯୋଜନା ଓ ଉଦ୍ଦେଶ୍ୟ ଅନୁଯାୟୀ ସମସ୍ତ ପର୍ଯ୍ୟାୟ ବା ପଦକ୍ଷେପ ଠିକ୍ ଭାବରେ ହୋଇଥିବା ଦେଖାଇବା ନିମନ୍ତେ ସୃଷ୍ଟି ସାରା ଏହି ବାକ୍ୟାଂଶକୁ ବାରମ୍ବାର କୁହାଯାଇଅଛି ।

ସେମାନଙ୍କୁ ଆଶୀର୍ବାଦ କଲେ 

ଈଶ୍ଵର ତାହାଙ୍କ ଇଛା ପ୍ରକାଶ କରନ୍ତି ଯେ ସେମାନେ ବୃଦ୍ଧି ପାଇବେ ଏବଂ ସେମାନଙ୍କୁ ସେ ଯେଉଁ ପୃଥିବୀରେ ରଖିଅଛନ୍ତି ସେଥିରେ ସେମାନେ ଭଲ ଭାବରେ ରହିବେ ।