or_tw/bible/other/renown.md

30 lines
3.7 KiB
Markdown

# ପ୍ରସିଦ୍ଧ, ପ୍ରସିଦ୍ଧିପ୍ରାପ୍ତ
## ସଂଜ୍ଞା:
“ପ୍ରସିଦ୍ଧ” ପ୍ରତିଶବ୍ଦ ମହାନତା ସହିତ ଜଡିତ ହୋଇ ସୁପରିଚିତ ହେବା ଏବଂ ପ୍ରଶଂସାଯୋଗ୍ୟ ସୁନାମ ହାସଲ କରିବା ବିଷୟକୁ ସୂଚାଇଥାଏ I
କିଛି ବିଷୟ ବା କେହି ଜଣେ “ପ୍ରସିଦ୍ଧିପ୍ରାପ୍ତ” ଅଟନ୍ତି ଯଦି ସେ ପ୍ରସିଦ୍ଧ ହୋଇଥାନ୍ତି I
* ଏକ “ପ୍ରସିଦ୍ଧିପ୍ରାପ୍ତ” ବ୍ୟକ୍ତି ଅତି ସୁପରିଚିତ ଥାଆନ୍ତି ଏବଂ ଉଚ୍ଚ ସମ୍ମାନିତ ହୋଇଥାଆନ୍ତି I
* “ପ୍ରସିଦ୍ଧ” ବିଶେଷତଃ ଏକ ଉତ୍ତମ ସୁନାମକୁ ସୂଚାଇଥାଏ ଯାହା ଲୋକମାନେ ବ୍ୟାପକ ଭାବରେ ଏକ ଲମ୍ବା ସମୟ ଧରି ଜାଣିଥାଆନ୍ତି I
* ଏକ ନଗରୀ ଅନେକ ସମୟରେ ଏହାର ସମ୍ପଦ ଏବଂ ସମୃଦ୍ଧି ନିମନ୍ତେ “ପ୍ରସିଦ୍ଧି ଲାଭ” କରିଥାଏ I
## ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:
* “ପ୍ରସିଦ୍ଧ” ପ୍ରତିଶବ୍ଦକୁ “ସୁଖ୍ୟାତି” ବା “ସମ୍ମାନିତ ସୁନାମ” ବା “ଅନେକ ଲୋକମାନଙ୍କ ଦ୍ୱାରା ଉତ୍ତମ ଭାବରେ ଜଣା ମହାନତା” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
* ଏହି “ପ୍ରସିଦ୍ଧିପ୍ରାପ୍ତ” ପ୍ରତିଶବ୍ଦକୁ “ସୁପରିଚିତ ଏବଂ ଅତିଶୟ ସମ୍ମାନିତ” କିମ୍ୱା “ଏକ ଚମତ୍କାର ସୁନାମ ପ୍ରାପ୍ତି” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
* “ସଦାପ୍ରଭୁଙ୍କ ନାମ ଇସ୍ରାଏଲ ମଧ୍ୟରେ ପ୍ରସିଦ୍ଧି ଲାଭ କରୁ” ଅଭିବ୍ୟକ୍ତିକୁ * “ସଦାପ୍ରଭୁଙ୍କ ନାମ ଇସ୍ରାଏଲର ଲୋକମାନଙ୍କ ଦ୍ୱାରା ଉତ୍ତମ ଭାବରେ ପରିଚିତ ଏବଂ ସମ୍ମାନିତ ହେଉ” ବୋଲି ଅନୁବାଦ କରାଯାଇପାରିବ I
* “ପ୍ରସିଦ୍ଧ ଲୋକମାନେ” ପଦକୁ “ସେମାନଙ୍କ ସାହସ ହେତୁ ସୁପରିଚିତ ଲୋକମାନେ” କିମ୍ୱା “ବିଖ୍ୟାତ ଯୋଦ୍ଧାମାନେ” ବା “ବିଶେଷ ସମ୍ମାନିତ ଲୋକମାନେ” ବୋଲି ଅନୁବାଦ କରିପାରିବେ I
* “ତୁମ୍ଭର ସୁଖ୍ୟାତି ପୁରୁଷାନୁକ୍ରମରେ ଥାଏ” ଅଭିବ୍ୟକ୍ତିକୁ “ବର୍ଷଗୁଡିକ ସାରା ଲୋକମାନେ ତୁମ୍ଭର ମହାନତା ସମ୍ପର୍କରେ ଜ୍ଞାତ ହେବେ” ବା “ପ୍ରତ୍ୟେକ ପୁରୁଷ ତୁମ୍ଭର ମହାନତାକୁ ଦେଖିଥାଏ ଏବଂ ଶୁଣିଥାଏ” ବୋଲି ଅନୁବାଦ କରାଯାଇପାରିବ I
(ଆହୁରି ମଧ୍ୟ ଦେଖ: [ସମ୍ମାନ](../kt/honor.md))
## ବାଇବଲ ପଦଗୁଡିକ:
* [ଆଦିପୁସ୍ତକ 06: 4](rc://*/tn/help/gen/06/04)
* [ଗୀତସଂହିତା 135:12-14](rc://*/tn/help/psa/135/012)
## ବୋର୍ଡ ଡାଟା :
* Strong's: H1984, H7121, H8034