or_tw/bible/other/punish.md

7.5 KiB
Raw Permalink Blame History

ଦଣ୍ଡ, ଦଣ୍ଡିତ, ଦଣ୍ଡବିଧାନ, ଅଦଣ୍ଡିତ

ପରିଭାଷା:

“ଦଣ୍ଡ” ଶବ୍ଦର ଅର୍ଥ ଜଣେ ବ୍ୟକ୍ତିକୁ ମନ୍ଦ କାର୍ଯ୍ୟ କରିଥିବା ହେତୁ ତାହାକୁ ଏକ ନକରାତ୍ମକ ପରିଣାମ ଭୋଗିବା ନିମନ୍ତେ ଦୁଃଖ ଦିଆଯିବାକୁଉ ବୁଝାଏ I  “ଦଣ୍ଡବିଧାନ” ଶବ୍ଦ ସେହି ମନ୍ଦ ବ୍ୟବହାରର ଫଳସ୍ୱରୂପେ ଏକ ନକରାତ୍ମକ ପରିଣାମ ପ୍ରଦାନ କରିବା ବିଷୟକୁ ସୂଚାଏ I

  • ଅନେକ ସମୟରେ ଦଣ୍ଡବିଧାନ ଜଣେ ବ୍ୟକ୍ତିକୁ ପାପ କରିବାରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ ପ୍ରଣୋଦିତ ହୁଏ I
  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଦଣ୍ଡ ଦେଲେ ଯେତେବେଳେ ସେମାନେ ଅବାଧ୍ୟ ହେଲେ; ବିଶେଷତଃ, ଯେତେବେଳେ ସେମାନେ ମିଥ୍ୟା ଦେବତାମାନଙ୍କର ପୂଜା ଆରାଧନା କଲେ I ସେମାନଙ୍କର ପାପ ହେତୁ, ଈଶ୍ୱର ସେମାନଙ୍କ ଶତ୍ରୁମାନଙ୍କୁ ଆକ୍ରମଣ କରିବାକୁ ଏବଂ ସେମାନଙ୍କୁ ଅଧିକାର କରିବାକୁ ଅନୁମତି ଦେଲେ I
  • ଈଶ୍ୱର ଧାର୍ମିକ ଏବଂ ନ୍ୟାୟବାନ ଅଟନ୍ତି, ତେଣୁ ତାହାଙ୍କୁ ପାପକୁ ଦଣ୍ଡ ଦେବାକୁ ହେବ I ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି ଏବଂ ଦଣ୍ଡ ପାଇବା ନିମନ୍ତେ ଯୋଗ୍ୟ ଅଟେ I
  • ପ୍ରତ୍ୟେକ ମନୁଷ୍ୟ ଯେକୌଣସି ସମୟରେ କରିଥିବା ସମସ୍ତ ମନ୍ଦବିଷୟଗୁଡ଼ିକ ନିମନ୍ତେ ଯୀଶୁ ଦଣ୍ଡିତ ହେଲେ I ସେ ଯଦିଓ କୌଣସି ଭୁଲ କାର୍ଯ୍ୟ କରି ନଥିଲେ ଏବଂ କୌଣସି ଦଣ୍ଡବିଧାନର ଯୋଗ୍ୟ ନଥିଲେ ତଥାପି ସେ ପ୍ରତ୍ୟେକ ବ୍ୟକ୍ତିର ଦଣ୍ଡ ଆପଣା ଉପରେ ଗ୍ରହଣ କଲେ I
  • “ଅଦଣ୍ଡିତ ହୋଇ ଯିବା” ଏବଂ  “ଅଦଣ୍ଡିତ କରି ଛାଡିଦେବା” ଅର୍ଥ ଲୋକମାନଙ୍କୁ ସେମାନଙ୍କର ମନ୍ଦ କାର୍ଯ୍ୟ ହେତୁ ଦଣ୍ଡ ନ ଦେବା ନିମନ୍ତେ ସ୍ଥିର କରିବା ଅଟେ I ଈଶ୍ୱର ଅନେକ ସମୟରେ ପାପକୁ ଅଦଣ୍ଡିତ ହୋଇ ଚାଲିଯିବା ନିମନ୍ତେ ଅନୁମତି ଦିଅନ୍ତି କାରଣ ସେ ଲୋକମାନଙ୍କୁ ଅନୁତାପ କରିବା ନିମନ୍ତେ ଅପେକ୍ଷା କରନ୍ତି I

(ଦେଖନ୍ତୁ: ନ୍ୟାୟଅନୁତାପଧାର୍ମିକପାପ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • ୧୩:୭ ଈଶ୍ୱର ମଧ୍ୟ ପାଳନ କରିବା ନିମନ୍ତେ ଅନ୍ୟାନ୍ୟ ଅନେକ ବ୍ୟବସ୍ଥାଗୁଡ଼ିକ ଏବଂ ନୀତିନିୟମ ଗୁଡ଼ିକ ପ୍ରଦାନ କଲେ I ଯଦି ଲୋକମାନେ ଏହି ବ୍ୟବସ୍ଥା ପାଳନ କଲେ, ଈଶ୍ୱର ପ୍ରତିଜ୍ଞା କଲେ ଯେ ସେ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସୁରକ୍ଷା ପ୍ରଦାନ କରିବେ I ଯଦି ସେମାନେ ସେଗୁଡ଼ିକର ଅବାଧ୍ୟ ହେଲେ, ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ I
  • ୧୬: ଯେହେତୁ ଇସ୍ରାଏଲୀୟମାନେ ଈଶ୍ୱରଙ୍କର ଅବାଧ୍ୟ ହୋଇ ଚାଲିଥିଲେ ଈଶ୍ୱର  ସେମାନଙ୍କ ଶତ୍ରୁମାନଙ୍କୁ ଆକ୍ରମଣ କରିବାକୁ ଅନୁମତି ଦେଇ ସେମାନଙ୍କୁ ପରାସ୍ତ କଲେ I
  • ୧୯:୧୬ ଭବିଷ୍ୟ‌ଦ୍‌ବକ୍ତାମାନେ ଲୋକମାନଙ୍କୁ ଚେତାବନୀ ଦେଲେ ଯେ ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ବନ୍ଦ ନ କରନ୍ତି ଏବଂ ଈଶ୍ୱର ବାଧ୍ୟତା ଆଚରଣ କରିବା ଆରମ୍ଭ ନ କରନ୍ତି, ତାହାହେଲେ ଈଶ୍ୱର ସେମାନଙ୍କୁ ଦୋଷୀ ବୋଲି ଗଣିତ କରିବେ, ଏବଂ ସେ ସେମାନଙ୍କୁ ଦଣ୍ଡ ଦେବେ I
  • ୪୮:୬ ଯୀଶୁ ପ୍ରକୃତ ସିଦ୍ଧ ମହାଯାଜକ ଥିଲେ କାରଣ ସେ ପ୍ରତ୍ୟେକ ଲୋକର ପାପର ଦଣ୍ଡକୁ ଗ୍ରହଣ କଲେ I
  • ୪୮:୧୦ ଯେତେବେଳେ କେହି ଯୀଶୁଙ୍କଠାରେ ବିଶ୍ୱାସ କରେ, ଯୀଶୁଙ୍କ ରକ୍ତ ସେହି ବ୍ୟକ୍ତିର ପାପକୁ ବହନ କରେ, ଏବଂ ଈଶ୍ୱରଙ୍କ ଦଣ୍ଡବିଧାନ ତାହାଠାରୁ ଅପସରି ଯାଏ I
  • ୪୯:୯ କିନ୍ତୁ ଈଶ୍ୱର ଜଗତର ପ୍ରତ୍ୟେକ ବ୍ୟକ୍ତିକୁ ପ୍ରେମ କଲେ ଯେ ସେ ଆପଣାର ଏକ ମାତ୍ର ପୁତ୍ରଙ୍କୁ ଦାନ କଲେ ଯେପରି ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ତାହାର ପାପ ଗୁଡ଼ିକ ନିମନ୍ତେ ଦଣ୍ଡିତ ହେବ ନାହିଁ ମାତ୍ର ଅନନ୍ତ କାଳ ନିମନ୍ତେ ଈଶ୍ୱରଙ୍କ ସହିତ ବାସ କରିବ I
  • ୪୯:୧୧ ଯୀଶୁ କଦାପି ପାପ କରି ନଥିଲେ, କିନ୍ତୁ ସେ ଦଣ୍ଡିତ ହେବାକୁ ମନୋନୀତ  କଲେ ଏବଂ ଏକ ସିଦ୍ଧ ବଳି ଭାବରେ ମୃତ୍ୟୁ ଭୋଗିଲେ ଯେପରି ତୁମ୍ଭମାନଙ୍କର ପାପସବୁ ଏବଂ ଜଗତର ଥିବା ପ୍ରତ୍ୟେକ ବ୍ୟକ୍ତିର ପାପସବୁ ବହନ କରି ନେବେ I

ଶବ୍ଦବିନ୍ୟାସ:

  • Strongs: H3027, H3256, H4148, H4941, H5221, H5414, H6031, H6064, H6213, H6485, H7999, H8011, H8199, G13490, G15560, G15570, G28490, G38110, G50970