or_tw/bible/other/proud.md

6.0 KiB
Raw Permalink Blame History

ଗର୍ବ, ଅହଙ୍କାର, ଅହଙ୍କାରପୂର୍ଣ୍ଣ

ପରିଭାଷା:

“ଗର୍ବ” ଏବଂ “ଅହଙ୍କାରପୂର୍ଣ୍ଣ” ଶବ୍ଦଗୁଡ଼ିକ, ସେହି ବ୍ୟକ୍ତିକୁ ବୁଝାଏ ଯିଏ ନିଜକୁ ଅତ୍ୟଧିକ ଉଚ୍ଚ ଭାବେ ଏବଂ ବିଶେଷ ଭାବରେ ଭାବେ ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଉତ୍ତମ ଅଟେI

  • ଜଣେ ଅହଙ୍କାରୀ ବ୍ୟକ୍ତି ଅନେକ ସମୟରେ ଆପଣାର ଦୋଷକୁ ସ୍ୱୀକାର କରେ ନାହିଁ I ସେ ନମ୍ର ନୁହେଁ I
  • ଅହଙ୍କାର ଅନ୍ୟ ମାର୍ଗଗୁଡ଼ିକ ଦ୍ୱାରା ଈଶ୍ୱରଙ୍କ ଅବାଧ୍ୟ ହେବା ପଥରେ କଢ଼ାଇନିଏ I
  • ଏହି “ଗର୍ବ କରିବା” ଏବଂ “ଗର୍ବୀ” ଶବ୍ଦଗୁଡ଼ିକୁ ସକରାତ୍ମକ ଅର୍ଥରେ ବ୍ୟବହାର କରାଯାଇପାରେ, ଯଥା, ମୁଁ ଜଣକ ସଫଳତା କିମ୍ବା କିଛି ହାସଲ କରିଥିବା ହେତୁ “ଗର୍ବ କରେ କିମ୍ବା ଗର୍ବିତ” ଏବଂ ତୁମ୍ଭର  ସନ୍ତାନମାନଙ୍କ ହେତୁ “ଗର୍ବିତ” ହେବା I “ତୁମ୍ଭର  କାର୍ଯ୍ୟ ହେତୁ ଗର୍ବ କରିବା” କହିଲେ ତୁମ୍ଭର  କାର୍ଯ୍ୟ ଉତ୍ତମ ଭାବରେ କରାଯାଉଥିବାରୁ ଆନନ୍ଦ ପାଇବା ଅଟେ I
  • କେହି କେହି ସେମାନେ କରିଥିବା କାର୍ଯ୍ୟ ବିଷୟରେ ଗର୍ବ ନ କରି ଗର୍ବିତ ହୋଇପାରନ୍ତି।“ଗର୍ବ” ର ଏହି ଦୁଇଟି ଭିନ୍ନ ଅର୍ଥ ପାଇଁ କେତେକ ଭାଷାରେ ଭିନ୍ନ ଶବ୍ଦ ଥାଇପାରେ I
  • “ଅହଙ୍କାରପୂର୍ଣ୍ଣ” ଶବ୍ଦର ଅର୍ଥ ସବୁବେଳେ ନକରାତ୍ମକ ଅଟେ, ଏବଂ ଏଥିରେ “ଉଦ୍ଧତ ହେବା” ବା “ଅହମିକା: ବା “ଆତ୍ମ-ବଡିମା ” ଅର୍ଥଗୁଡ଼ିକ ବହନ କରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଗର୍ବ” ଶବ୍ଦର ବିଶେଷ୍ୟ ପଦକୁ “ଉଦ୍ଧତ” ବା “ଅହମିକା” ବା “ଆତ୍ମ-ବଡିମା” ବୋଲି ଅନୁବାଦ କରାଯାଇପାରେ I
  • ଅନ୍ୟ ପ୍ରସଙ୍ଗରେ “ଗର୍ବ” ଶବ୍ଦକୁ “ଆନନ୍ଦ” କିମ୍ବା “ସନ୍ତୋଷ” କିମ୍ବା “ଆତ୍ମ-ତୃପ୍ତି” ବୋଲି ଅନୁବାଦ କରାଯାଇପାରେ I
  • “ଗର୍ବିତ ହେବା” ଶବ୍ଦକୁ “ଆନନ୍ଦିତ ହେବା” କିମ୍ବା “ସନ୍ତୋଷ ଲାଭ କରିବା” କିମ୍ୱା “ଆନନ୍ଦମୟ ହେବା (ଜଣକର ସଫଳତା ହେତୁ ) ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • “ତୁମ୍ଭର  କାର୍ଯ୍ୟ ହେତୁ ଗର୍ବ କରିବା” ଶଦକୁ “ତୁମ୍ଭର  କାର୍ଯ୍ୟ ଉତ୍ତମ ଭାବରେ କରାଯାଉଥିବାରୁ ସନ୍ତୁଷ୍ଟି ପାଇବା” ବୋଲି ଅନୁବାଦ କରାଯାଇପାରେ I
  • “ଯିହୋବାଙ୍କଠାରେ ଗର୍ବ କରିବା” ଅଭିବ୍ୟକ୍ତିକୁ “ଯିହୋବା ସାଧନ କରିଥିବା ସମସ୍ତ ଆଶ୍ଚର୍ଯ୍ୟଜନକ ମହତ୍ଵ କାର୍ଯ୍ୟଗୁଡ଼ିକ ନିମନ୍ତେ ଆନନ୍ଦିତ ହେବା “କିମ୍ୱା “ସଦାପ୍ରଭୁ କେଡେ ଆଶ୍ଚର୍ଯ୍ୟଜନକ ହୋଇଥିବାରୁ ଆନନ୍ଦିତ ହେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

( ଗର୍ବୀ, ନମ୍ର, ଆନନ୍ଦ: ଦେଖନ୍ତୁ )

ବାଇବେଲର ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 4:2 ସେମାନେ ଅତିଶୟ ଗର୍ବୀ ଏବଂ ସେମାନେ ଈଶ୍ୱର କହିଥିବା ବିଷୟକୁ ମନୋଯୋଗ କଲେନାହିଁ I
  • 34:10 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭମାନ ସତ୍ୟ କହୁଅଛି, ଈଶ୍ୱର ସେହି କରଗ୍ରାହୀର ପ୍ରାର୍ଥନା ଶୁଣିଲେ ଏବଂ ତାହାକୁ ଧାର୍ମିକ ଗଣିତ କଲେ I ମାତ୍ର ସେ ସେହି ଧର୍ମନେତାଙ୍କ ପ୍ରାର୍ଥନାକୁ ପସନ୍ଦ କଲେ ନାହିଁ I ଯେଉଁମାନେ ଗର୍ବୀ, ଈଶ୍ୱର ସେହି ପ୍ରତ୍ୟେକକୁ ନମ୍ର କରିବେ ଏବଂ ସେ ଆପେ ନମ୍ରମନା ଲୋକମାନଙ୍କୁ ଉଠାଇବେ I

ଶବ୍ଦବିନ୍ୟାସ :

  • Strongs: H1341, H1343, H1344, H1346, H1347, H1348, H1349, H1361, H1362, H1363, H1364, H1396, H1466, H1467, H1984, H2086, H2087, H3093, H3238, H3513, H4062, H1431, H4791, H5965, H7295, H7312, H7342, H7311, H7830, H8597, G13910, G13920, G27440, G27450, G27460, G31730, G51870, G52290, G52430, G52440, G53080, G53090, G54260