or_tw/bible/other/dream.md

5.0 KiB
Raw Permalink Blame History

ସ୍ୱପ୍ନ

ପରିଭାଷା:

ଏକ ସ୍ୱପ୍ନ ଯାହା ଲୋକମାନେ ଶୋଇଥିବା ସମୟରେ ସେମାନଙ୍କ ମନରେ ଦେଖନ୍ତି କିମ୍ବା ଅନୁଭବ କରନ୍ତି ।

  • ସ୍ୱପ୍ନ ପ୍ରାୟତଃ ପ୍ରକୃତରେ ଘଟୁଥିବା ପରି ଦେଖାଯାଏ, କିନ୍ତୁ ସେଗୁଡ଼ିକ ଘଟେ ନାହିଁ ।
  • ବେଳେବେଳେ ଈଶ୍ଵର ଲୋକମାନଙ୍କୁ କୌଣସି ବିଷୟରେ ସ୍ୱପ୍ନ ଦେଖାନ୍ତି ଯାହା ଦ୍ଵାରା ସେମାନେ ଏଥିରୁ ଶିଖିପାରିବେ । ସେ ମଧ୍ୟ ସେମାନଙ୍କ ସ୍ୱପ୍ନରେ ଲୋକମାନଙ୍କ ସହ ସିଧାସଳଖ କଥ ହୁଅନ୍ତି।
  • ବାଇବେଲରେ, ଈଶ୍ଵର ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ସେମାନଙ୍କୁ ଏକ ବାର୍ତ୍ତା ଦେବା

ପାଇଁ ବିଶେଷ ସ୍ୱପ୍ନ ଦେଇଥିଲେ, ପ୍ରାୟତଃ ଭବିଷ୍ୟତରେ ଯାହା ଘଟିବାକୁ ଥିବ ସେହି ବିଷୟରେ ।

  • ଏକ ସ୍ୱପ୍ନ ଏକ ଦର୍ଶନଠାରୁ ଭିନ୍ନ ଅଟେ । ଜଣେ ବ୍ୟକ୍ତି ଶୋଇଥିବା ସମୟରେ ସ୍ୱପ୍ନ ଦେଖାଯାଏ, କିନ୍ତୁ ସାଧାରଣତଃ ଜଣେ ବ୍ୟକ୍ତି ଜାଗ୍ରତ ଥିବା ସମୟରେ ଦର୍ଶନ ଦେଖିଥାଏ ।

(ଦେଖନ୍ତୁ: ଦର୍ଶନ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 8:2 ଯୋଷେଫଙ୍କ ଭାଇମାନେ ତାଙ୍କୁ ଘୃଣା କରୁଥିଲେ କାରଣ ସେମାନଙ୍କର ପିତା ତାଙ୍କୁ ଅଧିକ ପ୍ରେମ କରୁଥିଲେ  ଏବଂ ଯୋଷେଫ ସ୍ୱପ୍ନ ଦେଖିଥିଲେ ଯେ ସେ ସେମାନଙ୍କର

ଶାସକ ହେବେ ।

  • 8:6 ଗୋଟିଏ ରାତିରେ, ଫାରୋ, ଯାହାକୁ ମିସରୀୟମାନେ

ସେମାନଙ୍କର ରାଜା ବୋଲି କହୁଥିଲେ, ଦୁଇଟି ସ୍ୱପ୍ନ ଦେଖିଲେ ଯାହା ତାଙ୍କୁ ବହୁତ ବିଚଳିତ କରିଥିଲା । ତାଙ୍କର କେହି ପରାମର୍ଶଦାତା ତାଙ୍କୁ ସ୍ୱପ୍ନର ଅର୍ଥ କହିପାରିଲେ ନାହିଁ ।

  • 8:7 ଈଶ୍ଵର ଯୋଷେଫଙ୍କୁ ସ୍ୱପ୍ନର ବ୍ୟାଖ୍ୟା କରିବାର କ୍ଷମତା ଦେଇଥିଲେ, ତେଣୁ ଫାରୋ ଯୋଷେଫଙ୍କୁ କାରାଗାରରୁ ଆଣିଥିଲେ । ଯୋଷେଫ ତାଙ୍କ ପାଇଁ ସ୍ୱପ୍ନଗୁଡ଼ିକୁ ବ୍ୟାଖ୍ୟା କରି କହିଲେ, “ପରମେଶ୍ୱର ସାତ ବର୍ଷର ଦୁର୍ଭିକ୍ଷ ପରେ ସାତ ବର୍ଷର ପ୍ରଚୁର ଫସଲ ପଠାଇବାକୁ ଯାଉଛନ୍ତି।”
  • 16:11 ତେଣୁ ସେହି ଦିନ ରାତିରେ, ଗିଦିୟୋନ୍ ଶିବିରକୁ ଓହ୍ଲାଇ ଜଣେ

ମିଦିୟନୀୟ ସେନା ତାଙ୍କ ବନ୍ଧୁଙ୍କୁ ଏକ ସ୍ୱପ୍ନ ବିଷୟରେ କହିଥିବାର ଶୁଣିଲେ । ସେହି ବ୍ୟକ୍ତିଙ୍କ ବନ୍ଧୁ କହିଲେ, “ଏହି ସ୍ୱପ୍ନର ଅର୍ଥ ଗିଦିୟୋନଙ୍କ ସେନା ମିଦିୟନୀୟ ସେନା ପରାସ୍ତ କରିବେ!”

  • 23:1 ସେ (ଯୋଷେଫ) ତାଙ୍କୁ (ମରୀୟମ) ଲଜ୍ଜିତ କରିବାକୁ ଚାହୁଁନଥିଲେ, ତେଣୁ ସେ ଗୁପ୍ତରେ ତାଙ୍କୁ ଛାଡପତ୍ର କରିବାକୁ ଯୋଜନା କରିଥିଲେ । ସେ ତାହା କରିବା ପୂର୍ବରୁ, ଜଣେ ଦୂତ ସ୍ୱପ୍ନରେ

ଆସି ତାଙ୍କ ସହ କଥା ହେଲେ ।

ଶବ୍ଦବିନ୍ୟାସ:

  • Strongs: H1957, H2472, H2492, H2493, G17970, G17980, G36770