or_tw/bible/other/disobey.md

4.5 KiB
Raw Permalink Blame History

ଅମାନ୍ୟ କରିବା, ଅମାନ୍ୟ କଲେ, ଅବାଧ୍ୟତା, ବିଦ୍ରୋହୀ

ପରିଭାଷା:

“ଅମାନ୍ୟ” ଶବ୍ଦର ଅର୍ଥ ଜଣେ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଆଦେଶ ବା ନିର୍ଦ୍ଦେଶଗୁଡ଼ିକୁ ନ ମାନିବାକୁ ବୁଝାଏ। ଯେଉଁ ବ୍ୟକ୍ତି ଏହା କରେ ସେ  “ଅବାଧ୍ୟ” ଅଟେ।

  • ଜଣେ ବ୍ୟକ୍ତି ଯିଏ ଏପରି କିଛି ବିଷୟ କରେ ଯାହା ତାହାକୁ ନ କରିବାକୁ କୁହାଯାଇଥିଲା ତେବେ ଅମାନ୍ୟ କରେ।
  • ଅମାନ୍ୟର ଅର୍ଥ କୌଣସି ବିଷୟକୁ କରିବାକୁ ଆଦେଶକୁ ପାଳନ ନ କରିବାକୁ ବୁଝାଏ।
  • “ଅବାଧ୍ୟ” ଶବ୍ଦକୁ ଏକ ବ୍ୟକ୍ତିର ଚରିତ୍ରକୁ ବର୍ଣ୍ଣନା କରିବାକୁ ମଧ୍ୟ ବ୍ୟବହାର କରାଯାଏ ଯିଏ ଅଭ୍ୟାସଗତ ଭାବରେ ଅବାଧ୍ୟ ହୁଏ ବା ବିଦ୍ରୋହ କରେ। ଏହାର ଅର୍ଥ ସେମାନେ ପାପୀ କିମ୍ବା ଦୁଷ୍ଟ ଅଟନ୍ତି।
  •  “ଆଦେଶ ଲଂଘନ” ଶବ୍ଦ “ଅମାନିଆ ବ୍ୟବହାର” କିମ୍ବା  “ଏପରି ବ୍ୟବହାର ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧ” କୁ ବୁଝାଏ।
  • “ଅବାଧ୍ୟ ଲୋକମାନେ” ବାକ୍ୟାଂଶକୁ  “ଯେଉଁ ଲୋକମାନେ ନିରନ୍ତର ଅବାଧ୍ୟ ହୁଅନ୍ତି” କିମ୍ବା  “ଯେଉଁ ଲୋକମାନେ ଈଶ୍ୱରଙ୍କ ଆଦେଶକୁ ଅମାନ୍ୟ କରନ୍ତି” ବୋଲି ଅନୁବାଦ କରାଯାଇପାରେ।

(ଦେଖନ୍ତୁ: ଅଧିକାରମନ୍ଦପାପମାନିବା)

ବାଇବେଲ ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • :୧୧ ଈଶ୍ୱର ମନୁଷ୍ୟକୁ କହିଲେ,  “ତୁମ୍ଭେ ତୁମ୍ଭର ସ୍ତ୍ରୀର କଥା ଶୁଣିଲ ଏବଂ ମତେ ଅମାନ୍ୟ କଲ।”
  • ୧୩:୭ ଈଶ୍ଵର ପ୍ରତିଜ୍ଞା କଲେ ଯେ ସେ ସେମାନଙ୍କୁ ଆଶୀର୍ବାଦ ଏବଂ ରକ୍ଷା କରିବେ, ଯଦି ଲୋକମାନେ ଏହି ସମସ୍ତ ବ୍ୟବସ୍ଥାକୁ ପାଳନ କରନ୍ତି। ଯଦି ସେମାନେ ସେଗୁଡ଼ିକ ଅମାନ୍ୟ କରିବେ, ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।
  • ୧୬: କାରଣ ଇସ୍ରାଏଲ ସନ୍ତାନଗଣ ଈଶ୍ଵରଙ୍କୁ ନିରନ୍ତର ଅମାନ୍ୟ କଲେ, ସେ ସେମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କ ଦ୍ୱାରା ସେମାନଙ୍କୁ ପରାଜୟ ହେବାକୁ ସମର୍ପିତ କଲେ।
  • ୩୫:୧୨  “ବଡ଼ ପୁଅ ଆପଣା ପିତାଙ୍କୁ  କହିଲେ, 'ଏହି ସମସ୍ତ ଦିନଗୁଡ଼ିକ ମୁଁ ତୁମ୍ଭ ପାଇଁ ବିଶ୍ୱସ୍ତ ଭାବେ କାର୍ଯ୍ୟ କରିଅଛି! ମୁଁ କେବେହେଲେ ତୁମ୍ଭକୁ ଅମାନ୍ୟ କଲି ନାହିଁ, ପୁଣି ମୋ ସାଥିମାନଙ୍କ ସହ ଭୋଜି କରିବାକୁ ତୁମ୍ଭେ ମୋତେ ଛୋଟ ଛେଳି ଛୁଆଟିଏ ହେଲେ ଦେଲ ନାହିଁ“

ଶବ୍ଦବିନ୍ୟାସ:

  • Strongs: H4784, H5674, G05060, G05430, G05440, G05450, G38470, G38760